ପଥରରେ ମହାପ୍ରଭୁଙ୍କ କୁନି ନନ୍ଦିଘୋଷ

ପୁରୀ ଅଫିସ ୨୮।୬: ପୁରୀ ପଥର ଶିଳ୍ପୀ ପଥୁରିଆ ସାହି ବାସିନ୍ଦା ନିରଞ୍ଜନ ମହାରଣା ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଏକ କ୍ଷୁଦ୍ର ପ୍ରତିକୃତି ପଥରରେ ଗଢିଛନ୍ତି। ରଥ ସମେତ ସାରଥି, ଘୋଡ଼ା, ପାଶର୍‌ବ ଦେବଦେବୀ ମଧ୍ୟ ପଥରରେ ନିର୍ମାଣ କରିଛନ୍ତି। ଏହି ରଥର ଉଚ୍ଚତା ୧୨ ଇଞ୍ଚ ଓ ଲମ୍ବ ୮ ଇଞ୍ଚ। ଏଥିପାଇଁ ତାଙ୍କୁ ଦୀର୍ଘ ସାଢେ ୪ ମାସ ସମୟ ଲାଗିଛି। ନୀଳ ଓ ନାଲି ରଙ୍ଗର ପଥରରେ ରଥଟି ତିଆରି ହୋଇଛି। ଆଗାମୀ ଦିନରେ ତାଳଧ୍ୱଜ ଓ ଦେବଦଳନ ରଥ ନିର୍ମାଣ କରିବେ ବୋଲି ନିରଞ୍ଜନ କହିଛନ୍ତି। କୋଭିଡ୍‌ ମହାମାରୀକୁ ବିନାଶ କରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇବା ପାଇଁ ସେ ପ୍ରାର୍ଥନା କରିଛନ୍ତି।