ଛୋଟ ଛୋଟ ଖୁସି

ବନ୍ଧୁ ଶିବାଶିଷ ନିକଟରେ ଫୋନ କଲେ। ଫୋନର କାରଣ ଥିଲା ସେ ଓଡ଼ିଆ ପିଜି ପରୀକ୍ଷାରେ ପାଶ୍‌ କଲେ। ବହୁତ ହର୍ଷର ସହ ନିଜର ଭାବକୁ ବ୍ୟକ୍ତ କରୁଥିଲେ। ବିଶେଷକରି ରଖିଥିବା ପ୍ରତିଶତକୁ ନେଇ ବେଶ୍‌ ଖୁସି ଥିଲେ। ମୁଁ ବି ତାଙ୍କ ଖୁସିରେ ବି ସାମିଲ ହୋଇଗଲି। କିଛି ମୁହୂର୍ତ୍ତ ପରେ ସେ ନିଜର ଫୋନ ରଖିଦେଲେ। ଯଦିଓ ଏହି ଶିକ୍ଷାଗତ ଯୋଗ୍ୟତା ତୁରନ୍ତ ତାଙ୍କ ବୃତ୍ତିଗତ ଜୀବନରେ କୌଣସି ସୁଫଳ ଦେବନି। ତଥାପି ସେ ବେଶି ଖୁସି ଥିଲେ। ଏକଥା ସୂଚେଇ ଥିଲେ ହୁଏତ ତାଙ୍କ ଖୁସିରେ ତୁରନ୍ତ ଭଟ୍ଟା ପଡ଼ିଯାଆନ୍ତା। ଜଣେ ଯଦି ଛୋଟ ଖୁସିରେ ବି ଉତ୍‌ଫୁଲ୍ଲିତ। ଏମିତିରେ ଜୀବନର କିଛି ସମୟକୁ ସୁଖକର କରିପାରୁଛି। ତାକୁ କରିବାକୁ ସୁଯୋଗ ଦେବା ଅନିବାର୍ଯ୍ୟ। ମଣିଷ ଜୀବନରେ ଅନେକ ସମୟରେ ଏମିତି ଅବସର ଆସିଥାଏ। ତାକୁ ଅନୁଭବ କରିବା ମଣିଷର ଧେୟ। କାର୍‌ରେ ବସି ନ ଥିବା ଲୋକଟିକୁ କାରରେ ବସି ବୁଲିବାର ସୁଯୋଗ ମିଳେ ତ ସେ ଖୁସି ହୋଇଯାଏ। ଗରିବ ଲୋକଟିକୁ ତା’ର ପ୍ରାପ୍ୟ ଜିନିଷ ମିଳିଲେ କୋଟିନିଧି ମିଳିଗଲା ଭଳି ଅନୁଭବ କରେ। ଅଭାବକୁ ଭାବ ମିଳିଲେ, ଦୁଃଖୀକୁ ସୁଖ ମିଳିଲେ ଜୀବନଟା ରସମୟ ହୋଇଯାଏ। ରସର ଫୁଆରା ସୃଷ୍ଟି ହୁଏ। ମନ ଓ ହୃଦୟ ଗୋଟାପଣେ ଉଛୁଳି ପଡ଼େ।
ଦୈନନ୍ଦିନ ଜୀବନରେ ମଣିଷ ନିକଟରେ ଏମିତି ଅଜସ୍ର ଛୋଟ ଛୋଟ ଖୁସି ଆସି ପହଞ୍ଚି ଯାଇଥାଏ। ଏଇ ଖୁସି ହୁଏତ କିଛି ସମୟ ପାଇଁ ହୋଇପାରେ ଅବା କିଛି ଦିନ ପାଇଁ ହୋଇପାରେ କିନ୍ତୁ ମଣିଷର ତମାମ ଶରୀରକୁ ଫୂର୍ତ୍ତି ରଖେ। ମନକୁ ଚଞ୍ଚଳ କରେ। ହୃଦୟ ଭରିଯାଏ ଅଜଣା ଭାବରେ। ଏହିତକ ସମୟ ମଣିଷ ଅଜଣା ରାଇଜରେ ଘୂରି ବୁଲେ। ନିଜକୁ ହାଲୁକା ମନେକରେ। ଦୁନିଆର ବାକିତକ ଜଞ୍ଜାଳ ପଛ ହୋଇଯାଏ। ସବୁତକ ଦାୟିତ୍ୱ ଗୁରୁତ୍ୱହୀନ ହୋଇଯାଏ। ଗୋଟିଏ ଅଜବ ନିଶାରେ ଝୁମି ଉଠେ। ଏଇ ଭାବ ମଣିଷକୁ ଆହୁରି ଅଧିକ ସମୟ ବଞ୍ଚିବାକୁ ବଳ ଗୋଟାଏ। ଏସବୁ ସତ୍ତ୍ୱେ ମଣିଷ ଛୋଟ ଛୋଟ ଖୁସିକୁ ଅଣଦେଖା କରିଥାଏ। ଜୀବନରେ ଅଜସ୍ର ଦୁଃଖ ଆଗୁଆ ସୂଚନା ନ ଜଣେଇ ହିଁ ଆସିଯାଏ। ଜୀବନର ଝର୍କା ଡେଇଁ ଆସିଗଲେ ଜୀବନକୁ ନିରସ କରେ। ଜୀବନର ସବୁତକ ରଙ୍ଗ ଛଡ଼େଇ ନିଏ। ସ୍ବାଭାବିକ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ। ଜୀବନ ଦୁଃଖର ସାଗର। ଜୀବନ ଦୁଃଖମୟ। ଜୀବନର କଷଟି ପଥରରେ ମୁହୁର୍ମୁହୁଃ ବଞ୍ଚିବାକୁ ପଡ଼େ। ଏସବୁ ଆମେ ଭୁକ୍ତଭୋଗୀ। ସବୁ ମଣିଷର ଜୀବନରେ ଦୁଃଖ ପାହାଡ଼ ଭଳି ଆସି ପଡ଼ିଯାଏ। ମେରୁଦଣ୍ଡକୁ ଭାଙ୍ଗିଦିଏ। ବେଳେବେଳେ ଦୁଃଖକୁ ଏଡ଼େଇ ଯିବା ବି ଭାରି କଷ୍ଟକର ହୋଇପଡ଼େ। ଏମିତି କି ଦୁଃଖର ସମୟରେ ଆପଣାର ଲୋକମାନେ ବି କେଳି କରନ୍ତି। ଦୁଃଖକୁ ଉପଭୋଗ କରନ୍ତି। ଏସବୁ ଦୁଃଖ ଭୋଗୁଥିବା ମଣିଷକୁ ଅସହ୍ୟ କରିଦିଏ। ଅନେକେ ଦୁଃଖରେ ଏମିତି ଭାଙ୍ଗି ପଡ଼ନ୍ତି ଜୀବନ ମରୁମୟ ଲାଗେ। ଜୀବନ ପିତା ହୋଇଯାଏ। ମଣିଷ ଜୀବନର ଦୁଃଖର ସଂଜ୍ଞାକୁ ବ୍ୟାଖ୍ୟା କରିବା ସହଜ ନୁହଁ। କାହାକୁ କେଉଁ ରୂପରେ ଦୁଃଖ ଆସେ ତାହା ବ୍ୟକ୍ତିଗତ ସ୍ତରରେ ଭିନ୍ନ ଭିନ୍ନ ହୋଇଥାଏ। ଏକଥା ସତ ଯେ ଦୁଃଖ ମନ ଓ ହୃଦୟକୁ କୋରି ପକାଏ। ତେବେ କଥା ହେଲା ଜୀବନ ଦୁଃଖର ସାଗରରେ ସବୁବେଳେ ବୁଡ଼ ପକାଇଲାବେଳେ ଆମ ପାଖରେ ପହଞ୍ଚୁଥିବା ଖୁସିକୁ ଅଣଦେଖା କରିବା ଉଚିତ ନୁହଁ। ସୁଖକୁ ସାଉଁଟିବା ଲୋଡ଼ା।
ସୁଖ ଆସେ ଅନେକ ଖୁସିର ପସରା ନେଇ। ମହକାଏ ମନ ଅଗଣାକୁ। ଉଚ୍ଚାଟିତ କରେ। ତା’ର ମହମହ ବାସ୍ନାରେ ଚାରିପାଖର ପୃଥିବୀ ମହକିତ ହୁଏ। ମଣିଷ ବାସ୍ନାରେ ବିଭୋର ହୋଇପାରେନା। ସେ ଖୁସିରେ ନିଜକୁ ସାମିଲ କରିପାରେନା। ଏହାର ବଡ଼ କାରଣ ହେଲା ମଣିଷର ଅତି ଆଶା। ବଡ଼ ବଡ଼ ସ୍ବପ୍ନ ଓ ଉଚ୍ଚ ଅଭିଳାଷରେ ବୁଡ଼ି ରହିଥାଏ ମଣିଷ। ସେସବୁ ଲକ୍ଷ୍ୟକୁ ହାସଲ କଲେ ହିଁ ସୁଖକୁ ପ୍ରାପ୍ତି କରିହେବ ବୋଲି ମାନସିକ ସ୍ତରରେ ଧରି ନେଇଥାଏ। ସେଇ ସେଇ ଅବଦମିତ ଲାଲସାକୁ ଚରିତାର୍ଥ କରିବା ଲାଗି ଗୋଟାପଣେ ଲାଗି ପଡ଼ିଥାଏ ସେ। ସେ ନିଶାରେ ନିଜ ପାଖକୁ ଆସୁଥିବା ଛୋଟ ଛୋଟ ସୁଖକୁ ହେୟ ମନେକରେ। ମୂଲ୍ୟହୀନ ଓ ଅର୍ଥହୀନ ମନେକରେ। କିନ୍ତୁ ଅନିଶ୍ଚିତ ଭବିଷ୍ୟତ ପାଖରେ ଛୋଟ ଛୋଟ ଖୁସିର ଗୁରୁ୍‌ତ୍ୱ ଢେର ଅଧିକା। ବଡ଼ ଖୁସିରେ ବିଭୋର ମଣିଷ ହୁଏତ ଗୋଟେ ଲମ୍ବା ସମୟର ଅପେକ୍ଷାରେ ଜୀବନର ସମସ୍ତ ଖୁସିକୁ ଅପାଂକ୍ତେୟ ମନେକରେ। ହୁଏତ ସେଇ ସୁଖ ନାମ୍ନୀ ପକ୍ଷୀକୁ ଧରିବାର ଲୋଭରେ ଜୀବନ ବି ଚାଲିଯାଏ। ଅଥଚ ଜୀବନର ଖୁସିକୁ ଅନୁଭବ କରିବା ସମ୍ଭବ ହୋଇପାରେନା। ବ୍ୟସ୍ତବହୁଳ ତଥା ଦୁଃଖ ଓ ଯନ୍ତ୍ରଣାମୟ ଜୀବନରେ ଛୋଟ ଛୋଟ ଖୁସି ଏକ ମହୌଷଧି ଭଳି କାମ କରେ। ଏକଥାକୁ ଯିଏ ବୁଝେ ସେ ଜୀବନରେ ସୁଖୀ ମଣିଷ ବୋଲାଯାଏ। ନିତିଦିନ ନିଜ ପାଖକୁ ପହଞ୍ଚୁଥିବା ଖୁସିରେ ଯେ ସୁଖ ଅନୁଭବ କରେ ତାକୁ ଜୀବନ ଛୋଟ ଲାଗେ। ଜୀବନ ଗୋଟେ ସିଧା ଓ ସରଳ ରାସ୍ତା ଭଳି ଲାଗେ। ଜୀବନକୁ ସୁଗମ, ସରଳ, ରୁଚିପୂର୍ଣ୍ଣ ଏବଂ ସର୍ବୋପରି ଅର୍ଥମୟ କରିବାକୁ ହେଲେ ଛୋଟ ଛୋଟ ଖୁସିରେ ଖୁସି ହୁଅନ୍ତୁ। ପାଦକୁ ପାଦ ପକାଇ ଆଗକୁ ଗଲା ବେଳେ ଛୋଟ ଛୋଟ ଖୁସିକୁ ନେଇ ଜୀବନର ଗତିପଥକୁ ଆଗେଇ ନିଅନ୍ତୁ। ଦେଖିବେ ଜୀବନ କେତେ ମହାର୍ଘ ଲାଗିବ। ଖୁସିକୁ ନିଜର ମାପକାଠିରେ ତଉଲିବା ଅପେକ୍ଷା ବେଧଡ଼କ ନିଜକୁ ଖୁସିରେ ସାମିଲ କରନ୍ତୁ। ଅପରପକ୍ଷେ ଆମ ପାଇଁ ନୂ୍ୟନ ମନେହେଉଥିଲେ ବି ଛୋଟ ଛୋଟ ଖୁସିରେ ସୁଖ ଅନୁଭବ କରୁଥିବା ଅନ୍ୟ ମଣିଷକୁ ତା’ ଖୁସିରେ ବଞ୍ଚତ୍ବାକୁ ଛାଡ଼ିଦିଆଯାଉ। ସେଇ ଅକୁଳଣ ଖୁସି ଆମକୁ ବି ସଂକ୍ରମିତ କରୁ। ସଂକ୍ରମଣରେ ଆପଣ, ସେ ଓ ଅନ୍ୟମାନେ ଖୁସିରେ ମସ୍‌ଗୁଲ ହୁଅନ୍ତୁ। ଜୀବନ ଗୀତକୁ ନିଜେ ଗାଇବା ଆରମ୍ଭ କରନ୍ତୁ।

– ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri