Posted inଫୁରସତ

ପରିବର୍ତ୍ତନର ବାର୍ତ୍ତା ଦିଏ ସାହିତ୍ୟ

ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଶତାଧିକ ପୁସ୍ତକ। ଏକାଧାରାରେ ସେ ଜଣେ ଗୀତିକବି, ଗାଳ୍ପିକ, ଶିଶୁ ସାହିତି୍ୟକ, ନାଟ୍ୟକାର, ନିର୍ଦ୍ଦେଶକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର, କଳାକାର, ଚିକିତ୍ସକ ଓ ଶିକ୍ଷାବିତ୍‌। ତାଙ୍କ ରଚିତ ଏକାଧିକ ନାଟକ ବେତାର, ଦୂରଦର୍ଶନ ଓ ନାଟ୍ୟମଞ୍ଚରେ ମଞ୍ଚସ୍ଥ ହୋଇସାରିଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କ ସାଧନାର ବହୁମୁଖୀ ପ୍ରତିଭାକୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ମାନ। ସେ ହେଲେ ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦରେ ୮ା୨ା୧୯୫୧ରେ ଜନ୍ମଗ୍ରହଣ କରିଥିବା ଉପେନ୍ଦ୍ରଙ୍କ ପିତାଙ୍କ ନାମ ଦୈତାରୀ ନାୟକ ଓ ମା’ ଚିତ୍ରକଳା ନାୟକ। ବର୍ତ୍ତମାନ ସେ ରହୁଛନ୍ତି ଭୁବନେଶ୍ୱରରେ। ସେ କୁହନ୍ତି, ଯେତେବେଳେ ମୁଁ ଦୁଇବର୍ଷର ହୋଇଥିଲି ସେତେବେଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଏଥିଯୋଗୁ ମୋର ପିଲାଦିନ ମାମୁଘରେ ବିତିଥିଲା। ଜଗନ୍ନାଥପ୍ରସାଦ ସ୍କୁଲରେ ମୋର ପ୍ରଥମରୁ ଏକାଦଶ ଯାଏ ପଢ଼ା ସରିଛି। ସେତେବେଳେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍‌ ପାସ୍‌ କରିଥିଲି। ତା’ପରେ ଭଦ୍ରକ କଲେଜରେ ବିଜ୍ଞାନ ପଢ଼ିଲି। ପରେ କୋଲ୍‌କାତା ଯାଇ ହୋମିଓପାଥିକ କଲେଜରେ ଡିଏମ୍‌.ଏସ୍‌ ଏବଂ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ.ଏ. ସହ ପିଏଚ୍‌ଡି ସାରିଲି। ଏହାପରେ କେନ୍ଦୁଝର ଜିଲା ଆଦିବାସୀ ଅଞ୍ଚଳର ଏକ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ ଚାକିରି କଲି। ପରେ ଉତ୍କଳମଣି ହୋମିଓପାଥିକ ମେଡିକାଲ କଲେଜରେ ଯୋଗଦେଲି। ସମୟକ୍ରମେ ଆସୋସିଏଟ୍‌ ପ୍ରଫେସର ଓ ପରେ ପୂର୍ବତନ ଅଧ୍ୟକ୍ଷ ହୋଇ ୨୦୦୯ରେ ଅବସର ନେଇଛି। କିନ୍ତୁ ୧୯୭୪ରୁ ମୁଁ ବିଭିନ୍ନ କାବ୍ୟକବିତା ଲେଖିଆସୁଛି। ସେତେବେଳେ ‘ଆସନ୍ତାକାଲି’ରେ ମୋର ଅନେକ ଲେଖା ପ୍ରକାଶ ପାଇଛି। ଆତ୍ମଜୀବନୀ ‘ସ୍ମୃତିର ନଦୀତୀରେ’ରେ ମୁଁ ମୋ ଅନୁଭୂତିର ଅନେକ କଥା ଲେଖିଛି। ଏମିତିରେ ଶତାଧିକ ପୁସ୍ତକ ପ୍ରକାଶିତ ହୋଇସାରିଲାଣି। ଶାନ୍ତା ଋଷିଶୃଙ୍ଗ, ବୈଶାଖ ସକାଳ, କେତେ ସ୍ବପ୍ନ କେତେ ଅଭିମାନ, ହିନ୍ଦୀରେ-ଜୀବନଖେଲ ଓ ବଙ୍ଗଳାରେ ଫୁଲେର୍‌ ଠିକଣା ଅନୁବାଦ କରିଛି। ନାଟକ ଭାବେ ମହିଷାସୁର ବଧ, ଚକ୍ରବୂ୍ୟହ, ଶୁଭଲଗ୍ନ, ନୀଳବହ୍ନି, ଶକ୍ତିିଭେଦ, ଡାକଘର ଆଦି ୪୦ଟିି ଓ ଉପନ୍ୟାସ ଆକାରରେ ତ୍ରୟୋଦଶୀର ଜହ୍ନ, ରକ୍ତାକ୍ତ ମୟୂରୀ ଆଦି ପ୍ରକାଶିତ ହୋଇଛି। ସେହିପରି ମନୋଗ୍ରାଫ୍‌-ଶତାୟୁ ସାଧକ ନିତ୍ୟାନନ୍ଦ ମହାପାତ୍ର, ଶିଶୁସାହିତ୍ୟ ଭାବେ ବିପ୍ଳବୀ ପ୍ରାଣନାଥ, ଝୁମୁରୁ ଝୁମୁରୁ ଝୁମୁରୁ ଝାଇଁ, ବାଘ ରାଇଜରେ ମେଘ, ସୁନା ଚଢ଼େଇ ରୂପାଚଢ଼େଇ ଆଦି ୧୮ଟି ଶିଶୁସାହିତ୍ୟ ମୋର ପ୍ରକାଶିତ। ଏହାବାଦ୍‌ ୧୫ଟି ଛାନ୍ଦ, ୫ଟି ଗଳ୍ପ ସଙ୍କଳନ, ୪ଟି ପ୍ରବନ୍ଧ ସଙ୍କଳନ, ୪୦ଟି କବିତା ସଙ୍କଳନ, ଦୂରଦର୍ଶନ ପ୍ରସାରିତ ୧୭ଟି ନାଟକ ମଧ୍ୟରେ ପାରିଜାତ ହରଣ, ଜିଅନ୍ତା ଶବ, ସୀତା ବନବାସ, ଦକ୍ଷଯଜ୍ଞ, ଅମର ବିଳାସ, ରୁକ୍ମିଣୀ ପରିଣୟ ଆଦି ରହିଛି। ସେହିପରି ବେତାର ନାଟକ ଭାବେ ଅନୁତପ୍ତ ସକାଳ, କଲିକତିଆ ବାବୁ, ପ୍ରଣୟମୁଦ୍ରିକା, ସୁନା ଶିକୁଳି, ସ୍ବପ୍ନ ବଳୟ, ନାଗାର୍ଜୁନ, ଅଶାନ୍ତ ଉପତ୍ୟକା ଆଦି ୧୫ଟି ରହିଛି। ସମ୍ପାଦିତ ପୁସ୍ତକାବଳୀ ମଧ୍ୟରେ ନୀଳ ନଗରୀର ମାୟା, ସମ୍ପାଦିତ ପତ୍ରପତ୍ରିକା ମଧ୍ୟରେ ନବରବି, ଶୁଭଶ୍ରୀ, ଫୁଲଝରୀ, ଧାମରା, ଶତଶ୍ରୁ ଆଦି ରହିଛି। ସେହିପରି କେତୋଟି ହୋମିଓପାଥିକ ଚିକିତ୍ସାର ବୈଶିଷ୍ଟ୍ୟ ଓ ବୈଭବ ପୁସ୍ତକ ରଚନା କରିଛି। ସାଂଗଠନିକ ଭାବେ ଓଡ଼ିଆ ଯୁବ ଲେଖକ ସମ୍ମେଳନ, ଗୋଦାବରୀଶ ସାହିତ୍ୟ ସଂସଦ ଭୁବନେଶ୍ୱର, ସଭାପତି ଭାବେ କ୍ୟାପିଟାଲ ଥିଏଟର୍ସ, ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦିର ଦାୟିତ୍ୱ ତୁଲାଇଛି। ଅନେକ ବେତାର, ଦୂରଦର୍ଶନ ଓ ମଞ୍ଚରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛି। ମୋତେ ଉତ୍କଳ ସାହିତ୍ୟ ସମାଜ ନାଟକ ସମ୍ମାନ -କଟକ, ଗୋକର୍ଣ୍ଣିକା ସମ୍ମାନ, ଓଡ଼ିଆ ଗୀତିକବି ସମ୍ମାନ, ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ସମ୍ମାନ, ଶତାବ୍ଦୀର କଳାକାର ସମ୍ମାନ, ମାୟାଧର ମାନସିଂହ ସମ୍ମାନ -ଶ୍ୱେତ ସଙ୍କେତ ମଞ୍ଚ, ସୁଲେଖା ସମ୍ମାନ, ରାଜଧାନୀ ପୁସ୍ତକ ମେଳା ସମ୍ମାନ, କଳିଙ୍ଗ ପୁସ୍ତକ ମେଳା ସମ୍ମାନ, ଉପେନ୍ଦ୍ର ଭଞ୍ଜ ପୁରସ୍କାର ମିଳିଛି। ବିଭିନ୍ନ ସାହିତ୍ୟ ମଞ୍ଚ ଓ ସମ୍ମେଳନରେ ଅତିଥିଭାବେ ଯୋଗଦାନ ଦେଇଛି। ଏମିତିରେ ସାହିତ୍ୟର ବିଭିନ୍ନ କ୍ଷେତ୍ରକୁ ନେଇ ସାହିତ୍ୟ ସାଧନା ହୁଏ, ଯାହା ପରବର୍ତ୍ତୀ ସମୟରେ ସମାଜ ପରିବର୍ତ୍ତନରେ ସହାୟକ ହୋଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri