ବରିଷ୍ଠଙ୍କ ଅଭିଯୋଗ ଶୁଣି ସମସ୍ୟା ସମାଧାନ ନିର୍ଦ୍ଦେଶ ଦେଲେ ବିଧାୟକ

ଭୁବନେଶ୍ୱର, ୮।୭(ବ୍ୟୁରୋ): ଜୟଦେବ ବିହାର ଓ ସାଲିଆସାହି ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ଆଧାରକରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବୁଧବାର ସ୍ଥାନୀୟ ଅଞ୍ଚଳ ଗସ୍ତ କରିଛନ୍ତି। ଏହି ଅବସରରେ ବିଧାୟକ ରାଉତ ଓ୍ବାର୍ଡ ନମ୍ବର ୨୭ ଅନ୍ତର୍ଗତ ଶରଣାପଲ୍ଲୀ, ନୀଳଚକ୍ରନଗର ଏବଂ ହୋଟେଲ ମେ ଫେୟାର ଅଞ୍ଚଳରେ ଲାଗି ରହିଥିବା ଜଳବନ୍ଦୀ ସମସ୍ୟା, ଡ୍ରେନ୍‌ ନମ୍ବର ୪ର ସଫେଇ ଏବଂ ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାର ମରାମତି ଉପରେ ବିଏମ୍‌ସିର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହି ଅବସରରେ ପୂର୍ବତନ କର୍ପୋରେଟର ଝୁନାବାଲା ଦେଈଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ବିଏମ୍‌ସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।