ପିଲାଙ୍କୁ ଶୁଣାନ୍ତୁ ଗପ

ଆଜିକାଲି ଡିଜିଟାଲ ଯୁଗରେ ପିଲାମାନେ ଅଧିକାଂଶ ସମୟ ଫୋନ୍‌, ଟିଭି, କମ୍ପ୍ୟୁଟର ଆଗରେ କଟାଉଛନ୍ତି। ଏସବୁର ଭଲ ପ୍ରଭାବ ସହିତ କୁପ୍ରଭାବ ବି ରହିଛି। ତେଣୁ ପିଲାଙ୍କୁ ନିଜେ ଗପ ଶୁଣାଇବାର ଅଭ୍ୟାସ କରନ୍ତୁ । ଫଳରେ ପିଲା ସହିତ ଆପଣଙ୍କର ସମ୍ପର୍କ ଅଧିକ ନିବିଡ଼ ହେବା ସହ ଗପ ମାଧ୍ୟମରେ ପିଲା ବି ଅନେକ କଥା ଶିଖିପାରିବ।
ଗପ ଶୁଣାଇବା ଦ୍ୱାରା ପିଲାମାନେ ଉଦାହରଣ ମାଧ୍ୟମରେ ବହୁତ କିଛି ଶିକ୍ଷା କରନ୍ତି ଏବଂ ସେମାନଙ୍କ ଗୁଣ ଓ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।
ଗପ ଶୁଣିବା ଫଲରେ ପିଲାଙ୍କର ଲାଙ୍ଗୁଏଜ୍‌ ସ୍କିଲ୍‌ ବା ଭାଷା ଜ୍ଞାନର ବିକାଶ ହୋଇଥାଏ। ଯେଉଁ ଭାଷାରେ ପିଲାମାନେ ଗପ ଶୁଣିବେ ସେହି ଭାଷାକୁ ସେମାନେ ସହଜରେ ବୁଝି ପାରିବେ।
ଗପ ଶୁଣିବା ଫଳରେ ପିଲାଙ୍କର ଭୋକାବୁଲାରୀ ଅର୍ଥାତ୍‌ ଶବ୍ଦ ଜାଣିବାର କ୍ଷମତା ବି ବୃଦ୍ଧି ପାଇଥାଏ। ଶବ୍ଦକୁ ପଢ଼ି ମନେରଖିବା ବଦଳରେ ଗପ ମାଧ୍ୟମରେ ଶୁଣିବା ଫଳରେ ସେମାନେ ସହଜରେ ମନେ ରଖିଥାନ୍ତି।
ପିଲାମାନଙ୍କ ପକ୍ଷେ ବଡ଼ି ଲାଙ୍ଗୁଏଜ୍‌ ଜାଣିବା ପାଇଁ ବି ଗପ ସହାୟକ ହୋଇଥାଏ। ଖରାପ, ଭଲ କିମ୍ବା ପ୍ରତିକ୍ରିୟା ପ୍ରକାଶ କରିବା ଶୈଳୀକୁ ମଧ୍ୟ ପିଲାମାନେ ଗପ ଶୁଣିବା ଦ୍ୱାରା ଶିଖିଥାନ୍ତି।
କୌଣସି ଘଟଣାରେ ମୁହଁର ଭାବକୁ ଦେଖି ସହଜରେ ବୁଝିପାରିବା ଏତେ ସହଜ ନୁହେଁ। କିନ୍ତୁ ବିଭିନ୍ନ ପ୍ରକାରର କାହାଣୀ ଶୁଣିବା ପରେ ପିଲାଙ୍କ ମଧ୍ୟରେ ଏହି କ୍ଷମତା ବି ବିକଶିତ ହୋଇଥାଏ।
ପିଲାମାନେ ସବୁବେଳେ ଗପ ଶୁଣିବା ଫଳରେ ସେମାନଙ୍କର କହିବା ଶକ୍ତି ବି ବୃଦ୍ଧି ପାଇଥାଏ। ତେଣୁ ସେମାନଙ୍କର କମ୍ୟୁନିକେସନ୍‌ ସ୍କିଲ୍‌ ବା ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବା କ୍ଷମତା ବୃଦ୍ଧି ପାଇଥାଏ। ଭବିଷ୍ୟତରେ ଏହି ଗୁଣ ସେମାନଙ୍କୁ ସାହାଯ୍ୟ କରିଥାଏ।
ସବୁଦିନ ଭିନ୍ନ ଭିନ୍ନ ପ୍ରକାରର ଗପ ଶୁଣିବା ଫଳରେ ପିଲାଙ୍କର ଭଲ ଗୁଣର ଅଧିକ ବିକାଶ ହୋଇଥାଏ। କାହାଣୀ ମାଧ୍ୟମରେ ପିଲାଙ୍କୁ ବିଭିନ୍ନ କଥାର ଉଦାହରଣ ଦେଇ ବହୁତ କିଛି ଶିକ୍ଷା ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri