Categories: ବାଣିଜ୍ୟ

ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ବନ୍ଦ ! ଜରୁରୀ କାମ ଥିଲେ ଶୀଘ୍ର ସାରିଦିଅନ୍ତୁ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ଏହାପରଠାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ହେଲେ ଆସନ୍ତା ମାସର ୩୦ ଦିନରୁ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏଥିଯୋଗୁ ଯଦି ଏପ୍ରିଲରେ ବ୍ୟାଙ୍କିଂ ସହ ଜଡ଼ିତ କିଛି ଜରୁରୀ କାମ ରହିଛି, ଏବେଠାରୁ ସତର୍କ ହୋଇଯାଇ ସାରି ଦିଅନ୍ତୁ। ଆସନ୍ତୁ ଜାଣିବା ଏପ୍ରିଲରେ ରହିଥିବା ଛୁଟି ବିଷୟରେ:-

ଏପ୍ରିଲ ୧- ବ୍ୟାଙ୍କଗୁଡ଼ିକର ଆକାଉଣ୍ଟ କ୍ଲୋଜିଂ, ଗ୍ରାହକଙ୍କ ପାଇଁ ସେବା ବନ୍ଦ
ଏପ୍ରିଲ ୨- ଗୁଡ୍‌ ଫ୍ରାଇଡେ
ଏପ୍ରିଲ ୪-ରବିବାର
ଏପ୍ରିଲ୫- ବାବୁ ଜଗଜୀବନ ରାମ ଜୟନ୍ତୀ(କିଛି ରାଜ୍ୟରେ ଖୋଲା ରହିପାରେ ବ୍ୟାଙ୍କ)
ଏପ୍ରିଲ ୬-ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ତାରିଖ(ବ୍ୟାଙ୍କ ଛୁଟି ସମ୍ଭାବନା)
ଏପ୍ରିଲ ୧୦- ମାସର ଦ୍ୱିତୀୟ ଶନିବାର
ଏପ୍ରିଲ ୧୧- ରବିବାର
ଏପ୍ରିଲ ୧୩- କିଛି ରାଜ୍ୟରେ ତେଲୁଗୁ ନବ ବର୍ଷ, ଉଗାଡ଼ି, ନବରାତ୍ରୀର ପ୍ରଥମ ଦିନ/ବୈଶାଖି ଯୋଗୁ ଛୁଟି
ଏପ୍ରିଲ ୧୪- ଡା. ବାବାସାହେବ ଆମ୍ବେଦକର ଜୟନ୍ତୀ/ତାମିଲ ନବନର୍ଷ
ଏପ୍ରିଲ ୧୫- ହିମାଚଳ ଦିବସ/ବଙ୍ଗାଳୀ ନବ ବର୍ଷ…
ଏପ୍ରିଲ ୧୬- ବୋହାଗ ବିହୁ(କିଛି ଅଞ୍ଚଳରେ ବ୍ୟାଙ୍କ ଛୁଟି)
ଏପ୍ରିଲ ୧୮- ରବିବାର
ଏପ୍ରିଲ ୨୧- ଶ୍ରୀରାମ ନବମୀ
ଏପ୍ରିଲ ୨୪-ଚତୁର୍ଥ ଶନିବାର
ଏପ୍ରିଲ ୨୫-ରବିବାର

Share