ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା

କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍‌କା ସାଥ୍‌, ସବ୍‌କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଧନ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନାରୁ ସୁଫଳ ଲୋକେ ପାଉଛନ୍ତି କି ନାହଁି ସେନେଇ ସିଧାସଳଖ ଲୋକମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତି ପରଖିଥିଲେ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ। ରାୟଗଡ଼ାରୁ ମନ୍ତ୍ରୀ ସଡକପଥରେ ପ୍ରଥମେ ରୂପକଣା, ବୁର୍ଜା, ଲକ୍ଷ୍ମୀପୁର କାର୍ଯ୍ୟକ୍ରମ ସାରି କାକିରିଗୁମ୍ମା, ଦାମନଯୋଡ଼ିରେ ପହଞ୍ଚତ୍ଥିଲେ। ବାଟରେ ପାୟାକୁଟଠାରେ ଆଦିବାସୀଙ୍କ ସହ ଲୋକନୃତ୍ୟ ତାଳରେ ନାଚିଥିଲେ।

ଦାମନଯୋଡ଼ିରେ ମନ୍ତ୍ରୀଙ୍କୁ ଏକ ଶୋଭାଯାତ୍ରାରେ ବରିଷ୍ଠ ନେତା ଜୟରାମ ପାଙ୍ଗୀଙ୍କ ସମେତ ଜିଲାର ଭାଜପା ନେତାମାନେ ପାଛୋଟି ନେଇ ସହର ପରିକ୍ରମା କରିଥିଲେ। ମାଥାଲପୁଟ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହନୁମାନ ବାଟିକା ଯାଇ ଅଭୟ ଆଞ୍ଜେନେୟଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ଭାରତୀୟ ମଜଦୁର ସଂଘ କର୍ମକର୍ତ୍ତା ଆଲୋକ ଚୌଧୁରୀ, ଆଲୋକ ରଥ, ମହେଶ୍ୱର ନନ୍ଦ ଓ ବି.ଗଜେନ୍ଦ୍ରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ କର୍ମକର୍ତ୍ତାମାନେ ୬ଦଫା ସମ୍ବଳିତ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ପରେ ମନ୍ତ୍ରୀ ବୈଷ୍ଣବ ସେମିଳିଗୁଡ଼ା, ସୁନାବେଡ଼ା, ଡୁମୁରିପୁଟ ଗସ୍ତ କରିଥିଲେ। ସେମିଳିଗୁଡ଼ା ଟ୍ରାଫିକ ଛକଠାରେ ବଣିକ ସଂଘ ସଭାପତି ରାଜେନ୍ଦ୍ର ପାତ୍ରଙ୍କ ସମେତ ସଂଘର ସଦସ୍ୟମାନେ ସମ୍ବର୍ଦ୍ଧନା ଜଣାଇଥିଲେ। କୋରାପୁଟ ଓଏମ୍‌ପିଠାରେ ସନ୍ଧ୍ୟା ୬ଟାରେ ପହଞ୍ଚତ୍ଥିଲେ ରେଳମନ୍ତ୍ରୀ । ସେଠାରେ କର୍ମୀମାନେ ତାଙ୍କୁ ବାଇକ୍‌ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଠାରେ ବୁଦ୍ଧିଜୀବୀଙ୍କ ସହିତ ମନ୍ତ୍ରୀ ଜିଲାର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଜିଲାର ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ବୁଦ୍ଧିଜୀବୀମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାପୁଟ ଜିଲାରେ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ଭିତ୍ତିଭୂମିର ଦୁର୍ବଳ ଅବସ୍ଥା ଯୋଗୁ ବିଭିନ୍ନ କାର୍ଯ୍ୟ କାର୍ଯ୍ୟାଳୟଗୁଡ଼ିକରେ ବାଧାପ୍ରାପ୍ତ ହେଉଛି। ଛାତ୍ରୀଛାତ୍ରମାନେ ପାଠପଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ କହିଥିଲେ। ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ୫୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏ କ୍ଷେତ୍ରରେ ଉପୁଜୁଥିବା ଅବ୍ୟବସ୍ଥା ସୁଧାରିବା ଦିଗରେ ସେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ବୁଦ୍ଧିଜୀବୀମାନେ ଦିନରେ କୋରାପୁଟରୁ ଭୁବନେଶ୍ୱର ଏବଂ କୋରାପୁଟରୁ ବେଙ୍ଗାଲୁରୁକୁ ଗୋଟିଏ ଲେଖାଏ ଟ୍ରେନ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ। ଦୀର୍ଘଦିନ ହେଲା କୋରାପୁଟ ବାଇପାସ୍‌ ରାସ୍ତା ନିର୍ମାଣ ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏଥିରେ ଅଗ୍ରଗତି ହେଉନାହିଁ। ସ୍ଥାନୀୟ ରେଳ ବିଭାଗର କିଛି ଜମି ବାଇପାସ୍‌ ଲାଗି ଯାଉଥିବାରୁ ରେଳ ବିଭାଗ ଜମି ଛାଡୁନାହିଁ। ଫଳରେ ଏହି କାର୍ଯ୍ୟ ବିଳମ୍ବିତ ହେଉଛି ବୋଲି ଆଲୋଚନା ବେଳେ ବୁଦ୍ଧିଜୀବୀମାନେ ପ୍ରକାଶ କରିଥିଲେ। ସେ ଏ ଦିଗରେ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ବୈଷ୍ଣବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri