ଭଞ୍ଜନଗର,୧୮ା୭(ବାବୁଲା ପ୍ରଧାନ): ରାଜ୍ୟ ସରକାର ରାଜ୍ୟରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଶନିବାର ୮୦ ଜଣ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶିତ କରିଛନ୍ତି। ନୂତନ ଅଧ୍ୟକ୍ଷମାନେ ୨୦ ତାରିଖ ସୁଦ୍ଧା ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ୧୧ ଜଣ ପ୍ରାଧ୍ୟାପକ ନୂତନ ଅଧ୍ୟକ୍ଷ ଦାୟିତ୍ୱ ନେବେ। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ ଆସିକା ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି। ଏଥିସହ ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ ଡ. ଦିଲ୍ଲୀପ କୁମାର ପ୍ରଧାନ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଆସିଛନ୍ତି। କଳାହାଣ୍ଡି ଜିଲା ରୁପ୍ରା ମିଲିତା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ କାଳୀଚରଣ ମହାପାତ୍ର ବିଡିପୁର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଛନ୍ତ। ଚିକିଟି ଡିଗ୍ରୀ ମହାବିଦ୍ୟାଳୟକୁ ଖଣ୍ଡଦେଉଳି ଶହୀଦ ଭଗତ୍ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ ଅଭିମନ୍ୟୁ ସାହୁ, ଗଞ୍ଜାମ ଡିଗ୍ରୀ କଲେଜରୁ ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ପାତ୍ର ଆର୍ସିଏମ୍ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଛନ୍ତି। କବିସୂର୍ଯ୍ୟନଗର କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରୁ ପ୍ରାଧ୍ୟାପକ ଡ ସୁବ୍ରତ କୁମାର ପଣ୍ଡାଙ୍କୁ ବ୍ରହ୍ମପୁର ସିଟି ଡିଗ୍ରୀ କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଛି। ଖୋର୍ଦ୍ଧା ଜିଲା ନଖରା କଲେଜରୁ ପ୍ରାଧ୍ୟାପକ ଡ. ଆଶୀର୍ବାଦ ମହାପାତ୍ର ପାଟପୁର ବିଶ୍ୱାସରାୟ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳୀ ହୋଇଛନ୍ତି। ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଅରବିନ୍ଦ ଦାସ ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି। ଖଲ୍ଲିକୋଟ ଆର୍ସିଏମ୍ କଲେଜର ପ୍ରାଧ୍ୟାପକ ଡ. ଭଗବାନ ତ୍ରିପାଠୀ ପୋଲସରା କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି। ଖୋର୍ଦ୍ଧା ଜିଲା ଯୋଗିସରଦା ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଧ୍ୟାପକ ଭଗବାନ ଶତପଥୀ ବୁଗୁଡ଼ା ପିପୁଲ୍ସ କଲେଜକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଆସିଛନ୍ତି। ବ୍ରହ୍ମପୁର ସିଟି କଲେଜର ପ୍ରାଧ୍ୟାପିକା ଅଞ୍ଜଳି ପାତ୍ର କବିସୂର୍ଯ୍ୟନଗର ବଳଦେବ ବିଜ୍ଞାନ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବେ ବଦଳି ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଶହଶହ କଲେଜରେ ଅଧ୍ୟକ୍ଷ ପଦବୀ ଖାଲିପଡ଼ିଛି। ତେଣୁ ସରକାର ପ୍ରାଧ୍ୟାପକମାନଙ୍କୁ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ପଦବୀରେ ଥଇଥାନ ବ୍ୟବସ୍ଥା କରୁଛନ୍ତି। ନୂତନ ଅଧ୍ୟକ୍ଷମାନକୁ ଡିଡିଓ ପାଓ୍ବାର ମଧ୍ୟ ପ୍ରଦାନ କରାଯାଇଛି।