ଗ୍ରାମାଞ୍ଚଳରେ ବଢୁଛି ମଦଦୋକାନ

ଯାଜପୁର ଅଫିସ,୩୧ା୩: ଜାତୀୟ ରାଜପଥ କଡ଼ରେ ଥିବା ଠିପି ବନ୍ଦ ଓ ଠିପି ଖୋଲା ଦେଶୀ ବିଦେଶୀ ମଦଦୋକାନ ସ୍ଥାନାନ୍ତର ହେବା ଦିନଠାରୁ ଗ୍ରାମାଞ୍ଚଳ ପରିବେଶ ଏବଂ ସାମାଜିକ ଚଳଣିରେ ବାଧା ସୃଷ୍ଟି ହୋଇଛି। ଜିଲାସାରା ଏହାକୁ ଲୋକେ ବିରୋଧ କରିବା ସହ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ ରୋକା ନ ଯାଇ ବରଂ ମଦ ଦୋକାନ ସଂଖ୍ୟା ବୃଦ୍ଧି ଘଟାଯାଇଛି। ଗତ ୫ ବର୍ଷ ମଧ୍ୟରେ ଜିଲାରେ ୧୮ ମଦ ଦୋକାନ ବଢ଼ିଛି। ଏହାସହ ଜିଲାର ପ୍ରାୟ ୭୫ ମଦ ଦୋକାନକୁ ସ୍ଥାନ ପରିବର୍ତ୍ତନ ପ୍ରକ୍ରିୟାରେ ଗ୍ରାମାଞ୍ଚଳମୁଖୀ କରାଯାଇଛି।
ସୂଚନାଯୋଗ୍ୟ, ୨୮ା୭ା୨୦୧୬ରେ ଅବକାରୀ ବିଭାଗର ତତ୍କାଳୀନ ଅତିରିକ୍ତ ସଚିବ ପି.କେ.ପଣ୍ଡା ରାତି ୮ଟା ପରେ ସମସ୍ତ ମଦ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦେଶ କିଛି ଦିନ ପରେ ଉଠି ଯାଇଥିଲା। ବର୍ତ୍ତମାନ ରାତି ୧୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜପଥ କଡ଼ରୁ ୫୦୦ ମିଟରରୁ ଊର୍ଦ୍ଧ୍ୱ ଦୂରରେ ମଦ ଦୋକାନ ଗଢ଼ିଉଠିଛି। ଏହିକ୍ରମରେ ଅଧିକାଂଶ ମଦ ଦୋକାନ ଗ୍ରାମାଞ୍ଚଳରେ ରହିଛି। ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ବ୍ୟାଙ୍କ, ମନ୍ଦିର, ପୋଖରୀ ପ୍ରଭୃତି ସ୍ଥାନ ନିକଟରେ ମଦ ଦୋକାନଗୁଡ଼ିକ ରହିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୪୨ ଠିପି ବନ୍ଦ, ୫୬ ଠିପି ଖୋଲା ଏବଂ ୧୬ ଆସ୍କାଫର୍ଟି ଦେଶୀମଦ ଦୋକାନ ରହିଛି। ଠିପି ଖୋଲା ମଦ ଦୋକାନ ପାଖରେ ବିଶେଷକରି ବିଶୃଙ୍ଖଳା ଦେଖାଦେଉଛି। ଏଠାରେ ଯାଜପୁର ବ୍ଲକ କୁସୁନପୁର ଗ୍ରାମ ନିକଟରେ ଥିବା ଠିପି ଖୋଲା ମଦ ଦୋକାନକୁ ଉଦାହରଣ ଭାବେ ନିଆଯାଇପାରେ। ସେହି ବାଟଦେଇ ଛାତ୍ରୀଛାତ୍ର, ମହିଳାମାନେ ଯିବା ଆସିବା କରୁଥିବାବେଳେ ବିଭିନ୍ନ ଅଶ୍ଳୀଳ ଇଙ୍ଗିତର ଶିକାର ହୋଇଥାନ୍ତି। ଏହି ମଦ ଦୋକାନର ବାର୍ଷିକ ରିନ୍ୟୁ ହୋଇଛି କି ନାହିଁ ତାହା ମଧ୍ୟ ଗ୍ରାମବାସୀ ସନ୍ଦେହରେ ରହିଛନ୍ତି। ଏହି ମଦ ଦୋକାନକୁ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ପୂର୍ବରୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ପୂର୍ବରୁ ଜାତୀୟ ରାଜପଥ କଡ଼ରେ ଥିବା ମଦ ଦୋକାନଗୁଡ଼ିକ ଦୁର୍ଘଟଣାର କାରଣ ବୋଲି ଦର୍ଶାଇ ସ୍ଥାନାନ୍ତର ହୋଇଥିଲେ ହେଁ ଏବେ ତାହା ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି। ଅନ୍ୟଏକ ଉଦାହରଣ ଭାବେ ମହାକୁର ନିକଟରେ ଥିବା ଏକ ଠିପି ବନ୍ଦ ମଦ ଦୋକାନକୁ ନିଆଯାଇପାରେ। ଏହି ମଦ ଦୋକାନଠାରୁ ମାତ୍ର ୧୦୦ ମିଟର ଦୂରରେ ସରକାରୀ ଆଇଟିଆଇ କଲେଜ ରହିଛି। ଏହି କଲେଜର ହଷ୍ଟେଲରେ ବିଭିନ୍ନ ଅଞ୍ଚଳର ଶତାଧିକ ଛାତ୍ରୀଛାତ୍ର ରୁହନ୍ତି। ସେମାନେ ନିଜର ନିତ୍ୟ ସାମଗ୍ରୀ କିଣିବାକୁ ହଷ୍ଟେଲ ପରିସରରୁ ବାହାରିଲେ ମଦୁଆମାନଙ୍କ ବିଭିନ୍ନ ଅଶ୍ଳୀଳ ଇଙ୍ଗିତର ଶିକାର ହେଉଛନ୍ତି। ଏହାବାଦ୍‌ ଉକ୍ତ ରାସ୍ତା ଦେଇ ହାଇସ୍କୁଲକୁ ଛାତ୍ରୀଛାତ୍ର ଯିବା ଆସିବା କରିଥାନ୍ତି। ସେମାନେ ମଧ୍ୟ ମଦୁଆଙ୍କ ମାନସିକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଯାଜପୁର ସହରର ବସଷ୍ଟାଣ୍ଡ, ନାରାୟଣୀ ଛକ, ଯୋଡିପୁଅ ଛକ, ସାନବଜାର ନିକଟରେ ବିଦେଶୀ ମଦ ଦୋକାନ ରହିଛି। ଏହାବାଦ ବ୍ୟାସନଗରର ଦଳା ଛକ, ବାଇପାସ୍‌ ରାସ୍ତା, ରେଳଷ୍ଟେସନ ନିକଟ, ସରସ୍ବତୀ ସିନେମା ହଲ ନିକଟ ଆଦି ସ୍ଥାନରେ ବାର ଏବଂ ମଦ ଦୋକାନ ରହିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବରୁଆଁ ଉପରବରୁଆଁ ସରପଞ୍ଚ ପ୍ରତିନିଧି ଶେଖ ଗୁଲାମ ଅଲି ଓ ପୂର୍ବତନ ସରପଞ୍ଚ ଗଦାଧର ଦାସ କୁହନ୍ତି, ଗ୍ରାମ ନିକଟରେ ମଦ ଦୋକାନ ରହିଥିବାରୁ ଗରିବ ଲୋକେ ବହୁମାତ୍ରାରେ ଶୋଷିତ ହେଉଛନ୍ତି। ପରିବାର ଓ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ସାଧାରଣ କଥା ହେଉଛି। ମଦ ପିଇ ଗାଡ଼ି ଚାଳନା ଯୋଗୁ ପ୍ରମୁଖ ଛକଗୁଡ଼ିକରେ ଦୁର୍ଘଟଣା ଘଟୁଛି। ତେଣୁ ଗ୍ରାମଠାରୁ ବହୁ ଦୂରରେ ମଦ ଦୋକାନଗୁଡ଼ିକ ଖୋଲିବାକୁ ସେମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ଅମର ଜେନାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନକୁ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri