ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ

ଛେଣ୍ଡିପଦା,୯ା୯(ଅଜିତ ଧଳ): ଅନୁଗୋଳ ଜିଲା ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ ତିଆରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଛେଣ୍ତିପଦା ଥାନା ମଛକୁଟା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ନକଲି ବିଦେଶ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ଜଣ ହେଲେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଗୁଡିଡିହ ଗ୍ରାମର ବିପିନ କୁମାର ସାହୁ ଓ ମାଛକୁଟା ଗ୍ରାମର ଚିକୁ ବେହେରା।

ପ୍ରକାଶ ଯେ, ଅନୁଗୋଳ ଅବକାରୀ ବିଭାଗ ଛେଣ୍ତିପଦା ଥାନା ମଛକୁଟା ଅଞ୍ଚଳରେ ବେଆଇନ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ସେଗୁଡ଼ିକୁ ଚାଲାଣ କରାଯାଉଥିବା ଖବର ପାଇ ଅନୁଗୋଳ ଅବକାରୀ ବିଭାଗ ଏକ ଟିମ୍‌ ଗଠନ କରି ମଛକୁଟା ଗ୍ରାମରେ ଚଢାଉ କରିଥିଲେ। ଅବକାରୀ ନିରୀକ୍ଷକ ରମ୍ଭା ବାଗ ଓ ଉପନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ପ୍ରଥମେ ମାଛକୁଟା ଗ୍ରାମର ଚିକୁ ବେହେରାଙ୍କ ଘରେ ଚଢ଼ାଉ କରି କିଛି ବିଦେଶୀ ମଦ ଜବତ କରିବା ସହିତ ଏହି ବେଆଇନ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ମାଷ୍ଟରମାଇଣ୍ଡ ମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ପରେ ଅବକାରୀ ବିଭାଗ ଉକ୍ତ ମାଷ୍ଟରମାଇଣ୍ତ ଜଣଙ୍କ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନ ଗୁଡିଡିହି ଗ୍ରାମର ବିପିନ କୁମାର ସାହୁ। ସେ ଏକ ଲୁଗା ବ୍ୟସାୟ ନାମରେ ମାଛକୁଟା ଗ୍ରାମରେ ଏକ ଦୋକାନ କରି ସେଠାରେ ନକଲି ମଦ ବିକ୍ରି କରୁଥିବା ଚଢ଼ାଉ ବେଳେ ଜାଣିବାକୁ ପାଇଥିଲେ। ଏନେଇ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରି ସେମାନଙ୍କ ନିକଟରୁ ୧୧.୧୬୦ଲିଟର ବିଦେଶୀ ମଦ,୯୦୦ଟି ବିଦେଶୀ ମଦ ଠିପି। ଏକ ମାରୁତି ଓ୍ବାଗନର କାର ୪ଟି ଜାରକିନରେ ଥିବା ୧୫୦ ଲିଟର ଦେଶୀ ମଦ ଓ ଏକ ସିଲମେଶିନକୁ ଅବକାରୀ ବିଭାଗ ଜବତ କରିବା ସହିତ ଏହି ନକଲି ମଦ କାରବାରରେ ସମ୍ପୃକ୍ତ ବିପିନ ଓ ଚିକୁକୁ ଗିରଫ କରିଥିଲେ। ଏ ନେଇ ଅବକାରୀ ଥାନା କେସ୍‌ ନଂ ୧୫୪/୨୩ରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କାରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri