Posted inଖେଳ

୩୩ ବର୍ଷରେ ପଦାର୍ପଣ କଲେ ମେସି

ନୂଆଦିଲ୍ଲୀ,୨୪।୬: ଫୁଟବଲ ସୁପରଷ୍ଟାର ତଥା ଆର୍ଜେଣ୍ଟିନା ଫୁଟବଲର ଲିଓନେଲ ମେସି ବୁଧବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ମାତ୍ର ୧୭ ବର୍ଷ, ୩ ମାସ ଓ ୨୨ ଦିନରେ ମେସି ବାର୍ସିଲୋନ ପାଇଁ ପଦାର୍ପଣ କରିବାରୁ ସୁଯୋଗ ପାଇଥିଲେ। ୨୦୦୪-୦୫ ସେସନରେ ମେସି ବାର୍ସିଲୋନା ବି’ ଟିମ୍‌ରେ ସାମିଲ ହେବାକୁ ପ୍ରମୋଶନ ପାଇଥିଲେ। ଏଫସି ବାର୍ସିଲୋନା ତରଫରୁ ସେ ପ୍ରଥମଥର ପାଇଁ ଲା ଲିଗା ଖେଳି ଲିଗ୍‌ ପଦାର୍ପଣ କରିଥିଲେ। ଏସ୍‌ପାନ୍ୟୋଲ ତରଫରୁ ଏହି ମ୍ୟାଚ୍‌ ଖେଳିଥିଲେ। ସର୍ବକନିଷ୍ଠ ଖେଳାଳିଭାବେ ସେ ବାର୍ସିଲୋନା ଫାର୍ଷ୍ଟ ଦଳ ତରଫରୁ କୌଣସି ଅଫିସିଆଲ ମ୍ୟାଚ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାର୍ସିଲୋନା ତରଫରୁ ପ୍ରତିନିଧିତ୍ୱ କରି ମେସି ୧୦ଟି ଲା ଲିଗା ଟାଇଟଲ ହାସଲ କରିଛନ୍ତି।
ଆର୍ଜେଣ୍ଟିନାର ରୋସାରିଓରେ ୧୯୮୭ ଜୁନ୍‌ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱ ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଭାବେ ପରିଗଣିତ ହେଉଥିବା ମେସି ୨୦୦୫ରେ ଅଲବାସେଟେ ବିପକ୍ଷରେ ସିନିୟର ବାର୍ସିଲୋନା ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ୧୦ଟି ଲା ଲିଗା ଟାଇଟଲକୁ ବାଦ୍‌ ଦେଲେ ମେସି ୪ଟି ୟୁଇଏଫ୍‌ଏ ଚାମ୍ପିୟନ୍ସ ଲିଗ୍‌ ଓ ୬ଟି କୋପା ଡେଲ ରେ ଟାଇଟଲ ମଧ୍ୟ ଜିତିଛନ୍ତି। ଲା ଲିଗାରେ ସେ ସର୍ବାଧିକ ୩୬ଟି ହ୍ୟାଟ୍ରିକ୍‌ ଗୋଲ ସ୍କୋର କରିଛନ୍ତି। ନିଜର ଉଜ୍ଜ୍ୱଳମୟ କ୍ୟାରିୟରରେ ସେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାର୍ସିଲୋନା ତରଫରୁ ସେ ଏପର୍ଯ୍ୟନ୍ତ ୭୨୨ଟି ମ୍ୟାଚ୍‌ ଖେଳି ୬୨୯ ଗୋଲ ସ୍କୋର କରିଛନ୍ତି। ସେ ମଧ୍ୟ ୬ଥର ବାଲନ ଡି’ଅର ଫୁରସ୍କାର ହାସଲ କରିଛନ୍ତି। ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ସମ୍ମାନ ପାଇଥିଲେ। ତେବେ ସେ ବିଶ୍ୱର ଏକମାତ୍ର ସଫଳତାରୁ ବଞ୍ଚିତ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ନିଜ ଦେଶ ଆର୍ଜେଣ୍ଟିନା ପାଇଁ ବିଶ୍ୱକପ୍‌ ହାସଲ କରିପାରି ନାହାନ୍ତି। ଆର୍ଜେଣ୍ଟିନା ସିନିୟର ଦଳ ପାଇଁ ମେସି ୧୩୮ଟି ମ୍ୟାଚ୍‌ ଖେଳି ୭୦ଟି ଗୋଲ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri