Posted inଖେଳ

୩୩ ବର୍ଷରେ ପଦାର୍ପଣ କଲେ ମେସି

ନୂଆଦିଲ୍ଲୀ,୨୪।୬: ଫୁଟବଲ ସୁପରଷ୍ଟାର ତଥା ଆର୍ଜେଣ୍ଟିନା ଫୁଟବଲର ଲିଓନେଲ ମେସି ବୁଧବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ମାତ୍ର ୧୭ ବର୍ଷ, ୩ ମାସ ଓ ୨୨ ଦିନରେ ମେସି ବାର୍ସିଲୋନ ପାଇଁ ପଦାର୍ପଣ କରିବାରୁ ସୁଯୋଗ ପାଇଥିଲେ। ୨୦୦୪-୦୫ ସେସନରେ ମେସି ବାର୍ସିଲୋନା ବି’ ଟିମ୍‌ରେ ସାମିଲ ହେବାକୁ ପ୍ରମୋଶନ ପାଇଥିଲେ। ଏଫସି ବାର୍ସିଲୋନା ତରଫରୁ ସେ ପ୍ରଥମଥର ପାଇଁ ଲା ଲିଗା ଖେଳି ଲିଗ୍‌ ପଦାର୍ପଣ କରିଥିଲେ। ଏସ୍‌ପାନ୍ୟୋଲ ତରଫରୁ ଏହି ମ୍ୟାଚ୍‌ ଖେଳିଥିଲେ। ସର୍ବକନିଷ୍ଠ ଖେଳାଳିଭାବେ ସେ ବାର୍ସିଲୋନା ଫାର୍ଷ୍ଟ ଦଳ ତରଫରୁ କୌଣସି ଅଫିସିଆଲ ମ୍ୟାଚ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାର୍ସିଲୋନା ତରଫରୁ ପ୍ରତିନିଧିତ୍ୱ କରି ମେସି ୧୦ଟି ଲା ଲିଗା ଟାଇଟଲ ହାସଲ କରିଛନ୍ତି।
ଆର୍ଜେଣ୍ଟିନାର ରୋସାରିଓରେ ୧୯୮୭ ଜୁନ୍‌ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱ ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଭାବେ ପରିଗଣିତ ହେଉଥିବା ମେସି ୨୦୦୫ରେ ଅଲବାସେଟେ ବିପକ୍ଷରେ ସିନିୟର ବାର୍ସିଲୋନା ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ୧୦ଟି ଲା ଲିଗା ଟାଇଟଲକୁ ବାଦ୍‌ ଦେଲେ ମେସି ୪ଟି ୟୁଇଏଫ୍‌ଏ ଚାମ୍ପିୟନ୍ସ ଲିଗ୍‌ ଓ ୬ଟି କୋପା ଡେଲ ରେ ଟାଇଟଲ ମଧ୍ୟ ଜିତିଛନ୍ତି। ଲା ଲିଗାରେ ସେ ସର୍ବାଧିକ ୩୬ଟି ହ୍ୟାଟ୍ରିକ୍‌ ଗୋଲ ସ୍କୋର କରିଛନ୍ତି। ନିଜର ଉଜ୍ଜ୍ୱଳମୟ କ୍ୟାରିୟରରେ ସେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାର୍ସିଲୋନା ତରଫରୁ ସେ ଏପର୍ଯ୍ୟନ୍ତ ୭୨୨ଟି ମ୍ୟାଚ୍‌ ଖେଳି ୬୨୯ ଗୋଲ ସ୍କୋର କରିଛନ୍ତି। ସେ ମଧ୍ୟ ୬ଥର ବାଲନ ଡି’ଅର ଫୁରସ୍କାର ହାସଲ କରିଛନ୍ତି। ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ସମ୍ମାନ ପାଇଥିଲେ। ତେବେ ସେ ବିଶ୍ୱର ଏକମାତ୍ର ସଫଳତାରୁ ବଞ୍ଚିତ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ନିଜ ଦେଶ ଆର୍ଜେଣ୍ଟିନା ପାଇଁ ବିଶ୍ୱକପ୍‌ ହାସଲ କରିପାରି ନାହାନ୍ତି। ଆର୍ଜେଣ୍ଟିନା ସିନିୟର ଦଳ ପାଇଁ ମେସି ୧୩୮ଟି ମ୍ୟାଚ୍‌ ଖେଳି ୭୦ଟି ଗୋଲ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଳା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri