ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ ଯାଉଥିବା ଅନେକ ନଜିର ରହିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର ଜୁନାଗଢ଼ ଜିଲାରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗର ସିସିଏଫ୍‌ ଦୁଶାନ୍ତ ଭାସାଭଡା କହିଛନ୍ତି ଯେ, ନିକଟରେ ଏକ ସିଂହର ଲାଇଭ୍‌ ଶୋ’ କରି ଅଭିଯୁକ୍ତ ଧରାପଡ଼ିବା ପରେ କିଛି ଲୋକ ଗିର୍‌ ଜଙ୍ଗଲ ଅନ୍ତର୍ଗତ ଗିର୍‌ ଗଦା ନିକଟ ଘାଟଓ୍ବାଡ ଗ୍ରାମରେ ଗୋରୁ ବାନ୍ଧି ସିଂହଙ୍କୁ ଖାଇବାକୁ ଦେଇ ଭିଡିଓ ପ୍ରସ୍ତୁତ କରିଥିଲେ।

ସିଂହ ଶିକାର ପାଇଁ ପହଞ୍ଚିବା ମାତ୍ରେ ସେଠାରେ ଥିବା ଲୋକମାନେ ସିଂହର ଏକ ଭିଡିଓ ପ୍ରସ୍ତୁତ କରି ସିଂହ ସହିତ ସେଲ୍‌ଫି ନେଇଥିଲେ। ଯାହା ଓ୍ବାଇଲ୍ଡ ଲାଇଫ୍‌ ଆକ୍ଟ ଅନୁଯାୟୀ ଏକ ଆଇନଗତ ଅପରାଧ ଅଟେ।

ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତେ ଘାଟଓ୍ବାଡର ବାସିନ୍ଦା ତଥା ଜାମଓ୍ବାଲାର ମୁଖ୍ୟ ଅଭିଯୁକ୍ତ ମାୟୁଦ୍ଦିନ କାଦ୍ରି। ଜମିରେ ଥିବା ଏକ ସିଂହକୁ ଦେଖିବା ପାଇଁ ଅଭିଯୁକ୍ତମାନେ ଏହି କାର୍ଯ୍ୟ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କର କୋଭିଡ୍‌ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ।

ଅନ୍ୟପକ୍ଷରେ ଗିର୍‌ ଜଙ୍ଗଲରେ ଥିବା ସିଂହଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କୁ ଲୋକେ ହଇରାଣ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ପଶୁପକ୍ଷୀମାନଙ୍କ ପାଇଁ ବିପଦ ଅଟେ। ଯଦି ଅପରାଧୀମାନେ କଠୋର ଦଣ୍ଡ ପାଆନ୍ତି ତେବେ ଲୋକଙ୍କ ପାଇଁ ଏକ ଚେତାବନୀ ହୋଇପାରେ। ଫଳରେ ଲାଇଭ୍‌ ସିଂହ ପ୍ରଦର୍ଶନ କରିବା ବନ୍ଦ ହୋଇପାରିବ।

କିଛି ଲୋକ ଏହିପରି ସିଂହ ଶୋ’ ଦେଖିବାକୁ ଟଙ୍କା ମଧ୍ୟ ଦେଇଥାନ୍ତି। ବନ ବିଭାଗ ବର୍ତ୍ତମାନ ସତର୍କ ହୋଇ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଲୋକଙ୍କୁ ସଚେତତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ କିଛି ଅମାନିଆ ଏପରି କାଣ୍ଡ ଘଟାଉଛନ୍ତି। ବନ ବିଭାଗ କହିଛି, ସିଂହ ଶୋ’ରେ ଭାଗ ନେବା ମଧ୍ୟ ଏକ ଆଇନଗତ ଅପରାଧ। ଦେଶର ସମ୍ମାନ ରକ୍ଷା କରିବା ଆମର କର୍ତ୍ତବ୍ୟ। ସିଂହ ଆମର ଗର୍ବ, ଏହାକୁ ସମ୍ମାନ ଦେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri