ବଦଳିବ ଲିଙ୍ଗରାଜଙ୍କ ନୀତିକାନ୍ତିି, ସେପ୍ଟେମ୍ବର ୭ରେ ହେବ…

ପୁରୁଣା ଭୁବନେଶ୍ୱର,୨୯।୮(ସୁବାସ ଚନ୍ଦ୍ର ପ୍ରଧାନ): ସେପ୍ଟେମ୍ବର ୭ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯିବ। ପ୍ରାତଃରୁ ଦୈନିକ ନୀତିକାନ୍ତି, ମଙ୍ଗଳ ଆଳତି, ଅବକାଶ, ଦର୍ଶନ ଆଦି ନୀତି ଯଥାବିଧି ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫୭ ସୁଦ୍ଧା ସମସ୍ତ ନୀତିକାନ୍ତି ସମାପନ କରାଯିବ। ମଧ୍ୟରାତ୍ରି ୧ଟା ୨୭ରେ ସର୍ବ ମୋକ୍ଷ ହେବ। ହେଲେ ଏହା ପୂର୍ବରୁ ଶ୍ରୀଜୀଉଙ୍କୁ ସେବାୟତମାନେ ବିନ୍ଦୁସାଗର ଅଭିମୁଖେ ଶୋଭାଯାତ୍ରାରେ ନେବେ। ସେଠାରେ ଦିଅଁଙ୍କ ଗ୍ରହଣ ସ୍ନାନ ସମ୍ପନ୍ନ କରାଯିବ। ସ୍ନାନ ସମ୍ପନ୍ନ ପରେ ଶ୍ରୀଜୀଉ ମନ୍ଦିରକୁ ଯାତ୍ରା କରିବେ। ମନ୍ଦିରରେ ପହଞ୍ଚତ୍ବା ପରେ ଶ୍ରୀଜୀଉଙ୍କୁ ଗ୍ରହଣ ଭୋଗ ଲାଗି କରାଯିବ।
ଏନେଇ ପୂଜାପଣ୍ଡା ନିଯୋଗ ସମ୍ପାଦକ ଶଚିକାନ୍ତ ପୂଜାପଣ୍ଡା ସୂଚନା ଦେଇଛନ୍ତି। ଏହାପରେ ଶିଳାବ୍ରହ୍ମ ଏବଂ ରୋଷରେ ମହାସ୍ନାନ ଦିଆଯାଇ ଦହି ପଖାଳ କରାଯାଇ ବଡ଼ସିଂହାର ହୋଇ ମନ୍ଦିର ପହୁଡ଼ ପଡିବ। ଗ୍ରହଣ ପୂର୍ବରୁ ଶ୍ରୀଜୀଉଙ୍କ ପ୍ରାୟ ସମସ୍ତ ନୀତି ଶେଷ କରାଯାଇଥାଏ। ଗ୍ରହଣ ଲାଗିବା ସମୟରେ ଠାକୁରଙ୍କ ଗ୍ରହଣ ନୀତିକାନ୍ତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥାଏ ବୋଲି ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ସି ଜିନପିଙ୍ଗଙ୍କ ଅସୁସ୍ଥତାକୁ ନେଇ ବଢୁଛି କଳ୍ପନାଜଳ୍ପନା, ୨୪ ଘଣ୍ଟା ପରେ ଭାରତ ଛାଡ଼ିବାର କାରଣକୁ ନେଇ ହେଉଛି ଚର୍ଚ୍ଚା

ବେଜିଂ,୧୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରାୟତଃ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ପୁଣିଥରେ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?