Lingaraj Temple: କାହିଁକି ଦୀପ ଧରି ଯାଉଥିବାବେଳେ ଖସି ପଡିଲେ ସେବାୟତ, ରହସ୍ୟ ଖୋଲିଲେ ପୁଅ, ତଳେ ପଡି ନ ଥିଲା…

ଭୁବନେଶ୍ୱର,୨୭।୨: ମହାଶିବରାତ୍ରି ଅବସରରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବାବେଳେ ଘଟିଛି ବଡ଼ ଅଘଟଣ। ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଢ଼ୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ିଛନ୍ତି। ଫଳରେ ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି।
ଆହତ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହସ୍ପିଟାଲ ଯାଇ ସାକ୍ଷାତ କରିଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସେବାୟତଙ୍କ ପୁଅ ଅଶ୍ୱିନୀ ସମର୍ଥା କହିଛନ୍ତି।

ସେ କହିଛନ୍ତି, ବାପା ଦୀର୍ଘ ୩୦ ବର୍ଷ ହେଲା ମହାଦୀପ ଉଠାଉଥିଲେ। ମନ୍ଦିର ଚଢ଼ିବା ସ୍ଥାନରେ ପ୍ରତିବର୍ଷ ବାଲି ପଡ଼େ। ହେଲେ ଏଥର ପ୍ରଶାସନ ବାଲି ପକାଇବାକୁ ଭୁଲି ଯାଇଥିଲା। ବାଲି ପଡ଼ିଥିଲେ ଅଘଟଣ ହୋଇନଥାନ୍ତା ବୋଲି ଅଶ୍ୱିନୀ କହିଛନ୍ତି। ପାଦରେ ଘିଅ ଲାଗିବାରୁ ଗୋଡ଼ ଖସି ଏମିତି ବଡ଼ ଅଘଟଣ ଘଟିଛି ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଅଘଟଣ ପରେ ମହାଦୀପକୁ ଅନ୍ୟଜଣେ ସେବାୟତ ଲିଙ୍ଗରାଜ ସମର୍ଥା ମନ୍ଦିର ଉପରକୁ ନେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାପିଟାଲ୍‌ ହସ୍ପଟାଲ୍‌ରେ ପହଞ୍ଚତ୍ ଆହତ ସେବାୟତଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଭଳି ଏକ ଅଘଟଣକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪୦ମିନିଟ ବିଳମ୍ବରେ ମହାଦୀପ ଉଠିଥିବାରୁ ତରତର ହୋଇ ମନ୍ଦିର ଉପରକୁ ଚଢ଼ିବାରୁ ଏଭଳି ଅବସ୍ଥା ହେଲା ବୋଲି ଅନେକେ କହୁଛନ୍ତି। ଏଥିପାଇଁ ପ୍ରଶାସନକୁ ମଧ୍ୟ ଦାୟୀ କରାଯାଇଛି।

ପ୍ରକାଶ ଯେ, ପୂର୍ବ ନିର୍ଦ୍ଧାରିତ ରାତି ୧୦ଟାରେ ମହାଦୀପ ଉଠିବାର ଥିଲା। ହେଲେ ସନ୍ଧ୍ୟା ଧୂପ ରାତି ୧୦ଟା୩୧ରେ ସରିବା ପରେ ସେବାୟତ ଯୋଗେନ୍ଦ୍ର ମହାଦୀପ ଧରି ପ୍ରଥମେ ବେଢ଼ା ପରିକ୍ରମା କରିଥିଲେ। ଏହାପରେ ସେ ମହାଦୀପ ଧରି ମନ୍ଦିର ଚୂଡ଼ା ଉପରକୁ ଚଢ଼ୁଥିଲେ। ପ୍ରାୟ ୧୫ରୁ ୨୦ ଫୁଟ ଚଢ଼ିବା

ପରେ ସେ ହଠାତ୍‌ ତଳକୁ ଖସିପଡ଼ିଥିଲେ। ଫଳରେ ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ନିକଟରେ ଉପସ୍ଥିତ ସ୍ବେଚ୍ଛାସେବୀ ଏବଂ ଅନ୍ୟମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ପୂର୍ବବର୍ଷଗୁଡ଼ିକରେ ଯୋଗେନ୍ଦ୍ର ମନ୍ଦିର ଚୂଡ଼ାକୁ ଚଢ଼ି ସୁରୁଖୁରୁରେ ମହାପ୍ରଭୁଙ୍କ ମହାଦୀପ ଉଠାଉଥିବାବେଳେ ଚଳିତ ବର୍ଷର ଅଘଟଣକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। କେତେକ ଶ୍ରଦ୍ଧାଳୁଙ୍କ ମତରେ ମନ୍ଦିର ଉପରକୁ ମହାଦୀପ ନେଇ ଚଢ଼ୁଥିବାବେଳେ ଅନେକ ଭକ୍ତ ମହାଦୀପ ଉପରକୁ ଘିଅ ଫିଙ୍ଗିଥିଲେ। ଫଳରେ ଯୋଗେନ୍ଦ୍ରଙ୍କ ଗୋଡ଼ ଖସି ସେ ତଳେ ପଡ଼ିଯାଇଥିଲେ। ତେବେ କାହିଁକି ଓ କେମିତି ଏ ଅଘଟଣ ଘଟିଲା ତା’ର ଅନୁଧ୍ୟାନ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ଏବଂ ଭାଜପା ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଆହତ ଯୋଗେନ୍ଦ୍ରଙ୍କୁ ହସ୍ପିଟାଲରେ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri