Lingaraj Temple: କାହିଁକି ଦୀପ ଧରି ଯାଉଥିବାବେଳେ ଖସି ପଡିଲେ ସେବାୟତ, ରହସ୍ୟ ଖୋଲିଲେ ପୁଅ, ତଳେ ପଡି ନ ଥିଲା…

ଭୁବନେଶ୍ୱର,୨୭।୨: ମହାଶିବରାତ୍ରି ଅବସରରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବାବେଳେ ଘଟିଛି ବଡ଼ ଅଘଟଣ। ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଚଢ଼ୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ିଛନ୍ତି। ଫଳରେ ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି।
ଆହତ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହସ୍ପିଟାଲ ଯାଇ ସାକ୍ଷାତ କରିଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସେବାୟତଙ୍କ ପୁଅ ଅଶ୍ୱିନୀ ସମର୍ଥା କହିଛନ୍ତି।

ସେ କହିଛନ୍ତି, ବାପା ଦୀର୍ଘ ୩୦ ବର୍ଷ ହେଲା ମହାଦୀପ ଉଠାଉଥିଲେ। ମନ୍ଦିର ଚଢ଼ିବା ସ୍ଥାନରେ ପ୍ରତିବର୍ଷ ବାଲି ପଡ଼େ। ହେଲେ ଏଥର ପ୍ରଶାସନ ବାଲି ପକାଇବାକୁ ଭୁଲି ଯାଇଥିଲା। ବାଲି ପଡ଼ିଥିଲେ ଅଘଟଣ ହୋଇନଥାନ୍ତା ବୋଲି ଅଶ୍ୱିନୀ କହିଛନ୍ତି। ପାଦରେ ଘିଅ ଲାଗିବାରୁ ଗୋଡ଼ ଖସି ଏମିତି ବଡ଼ ଅଘଟଣ ଘଟିଛି ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଅଘଟଣ ପରେ ମହାଦୀପକୁ ଅନ୍ୟଜଣେ ସେବାୟତ ଲିଙ୍ଗରାଜ ସମର୍ଥା ମନ୍ଦିର ଉପରକୁ ନେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାପିଟାଲ୍‌ ହସ୍ପଟାଲ୍‌ରେ ପହଞ୍ଚତ୍ ଆହତ ସେବାୟତଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଭଳି ଏକ ଅଘଟଣକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪୦ମିନିଟ ବିଳମ୍ବରେ ମହାଦୀପ ଉଠିଥିବାରୁ ତରତର ହୋଇ ମନ୍ଦିର ଉପରକୁ ଚଢ଼ିବାରୁ ଏଭଳି ଅବସ୍ଥା ହେଲା ବୋଲି ଅନେକେ କହୁଛନ୍ତି। ଏଥିପାଇଁ ପ୍ରଶାସନକୁ ମଧ୍ୟ ଦାୟୀ କରାଯାଇଛି।

ପ୍ରକାଶ ଯେ, ପୂର୍ବ ନିର୍ଦ୍ଧାରିତ ରାତି ୧୦ଟାରେ ମହାଦୀପ ଉଠିବାର ଥିଲା। ହେଲେ ସନ୍ଧ୍ୟା ଧୂପ ରାତି ୧୦ଟା୩୧ରେ ସରିବା ପରେ ସେବାୟତ ଯୋଗେନ୍ଦ୍ର ମହାଦୀପ ଧରି ପ୍ରଥମେ ବେଢ଼ା ପରିକ୍ରମା କରିଥିଲେ। ଏହାପରେ ସେ ମହାଦୀପ ଧରି ମନ୍ଦିର ଚୂଡ଼ା ଉପରକୁ ଚଢ଼ୁଥିଲେ। ପ୍ରାୟ ୧୫ରୁ ୨୦ ଫୁଟ ଚଢ଼ିବା

ପରେ ସେ ହଠାତ୍‌ ତଳକୁ ଖସିପଡ଼ିଥିଲେ। ଫଳରେ ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ନିକଟରେ ଉପସ୍ଥିତ ସ୍ବେଚ୍ଛାସେବୀ ଏବଂ ଅନ୍ୟମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ପୂର୍ବବର୍ଷଗୁଡ଼ିକରେ ଯୋଗେନ୍ଦ୍ର ମନ୍ଦିର ଚୂଡ଼ାକୁ ଚଢ଼ି ସୁରୁଖୁରୁରେ ମହାପ୍ରଭୁଙ୍କ ମହାଦୀପ ଉଠାଉଥିବାବେଳେ ଚଳିତ ବର୍ଷର ଅଘଟଣକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। କେତେକ ଶ୍ରଦ୍ଧାଳୁଙ୍କ ମତରେ ମନ୍ଦିର ଉପରକୁ ମହାଦୀପ ନେଇ ଚଢ଼ୁଥିବାବେଳେ ଅନେକ ଭକ୍ତ ମହାଦୀପ ଉପରକୁ ଘିଅ ଫିଙ୍ଗିଥିଲେ। ଫଳରେ ଯୋଗେନ୍ଦ୍ରଙ୍କ ଗୋଡ଼ ଖସି ସେ ତଳେ ପଡ଼ିଯାଇଥିଲେ। ତେବେ କାହିଁକି ଓ କେମିତି ଏ ଅଘଟଣ ଘଟିଲା ତା’ର ଅନୁଧ୍ୟାନ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ଏବଂ ଭାଜପା ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଆହତ ଯୋଗେନ୍ଦ୍ରଙ୍କୁ ହସ୍ପିଟାଲରେ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri