ଧାଡ଼ିସୂତ୍ରରେ ବନ୍ଧା ମଣିଷ

ଦୁଇଟି ଅକ୍ଷର ବିଶିଷ୍ଟ ଧାଡ଼ି ଶବ୍ଦ ଅଭିଧାନ ପାଇଁ ଯେପରି ଏକ ସରଳ ଶବ୍ଦ, ସେପରି ଆଜିକାଲିର ଦୈନନ୍ଦିନ ସାମାଜିକ ଜୀବନ ପାଇଁ ଏକ ସାଧାରଣ ବ୍ୟବସ୍ଥିତ କ୍ରମ। ଯେଉଁଠି ଜଣଙ୍କ ପରେ ଜଣେ କିମ୍ବା ଗୋଟିଏ ପରେ ଗୋଟିଏ ଭଳି କ୍ରମକୁ ପ୍ରାଧାନ୍ୟ ଦିଆଯାଇଥାଏ। ଧାଡ଼ି ସହ ସମ୍ବନ୍ଧିତ ପ୍ରୟୋଗାତ୍ମକ ଅବଧାରଣା ବିଦ୍ୟାଳୟସ୍ତରରୁ ହିଁ ଆରମ୍ଭ ହୋଇଥାଏ। ବିଦ୍ୟାଳୟ ଶିକ୍ଷା ପରେ ମଧ୍ୟ ମଣିଷର କ୍ରିୟାନୁଗତ ଅନୁଭୂତି ଧାଡ଼ିର କ୍ରମ ସହ ଯୋଡ଼ି ହୋଇ ରହିଥାଏ। କେତେବେଳେ ମଣିଷ ଧାଡ଼ିର ସବା ଆଗରେ ରହି ତ୍ୱରାନ୍ବିତ କ୍ରିୟାଶୀଳତା ସମନ୍ବିତ ଆବେଗମୟ ମାନସିକତାରେ ବିଶେଷ ଭିନ୍ନତ୍ୱର ଅନୁଭବ କରିଥାଏ ତ କେତେବେଳେ ସବା ପଛରେ ରହି ମନ୍ଥର କ୍ରିୟାଶୀଳତାର ଉଦାହରଣ ସୃଷ୍ଟି କରିଥାଏ। ଯଦି ଧାଡ଼ିଟି ବହୁତ ଦୂରଯାଏ ଲମ୍ବି ଯାଇଥାଏ, ତେବେ ତ ଧାଡ଼ିର ସବା ପଛରେ ରହି ଯାହାକୁ ହେଲେ ବି ଦୀର୍ଘ ସମୟର ପ୍ରତୀକ୍ଷା କରିବାକୁ ପଡ଼ିଥାଏ। କେବେ ଧାଡ଼ିରେ ମଝିରେ ଥିବା ବ୍ୟକ୍ତିର ପ୍ରତିକ୍ରିୟାକୁ ଉପଲବ୍ଧି କରିଛନ୍ତି କି? ତାହା ତ ନିଶ୍ଚିତ ରୂପ ଭିନ୍ନ ଧରଣର ହୋଇଥାଏ। ସେ କେବଳ ଆଗକୁ ପଛକୁ ଚାହିଁ ନିଜର ଅବସ୍ଥାନର ଆକଳନ କରୁଥାଏ। ଆଗକୁ ଚାହିଁ ମନ ଟିକିଏ ଊଣା କରିଦେଇ ଭାବୁଥାଏ ଯେ କେତେ ଜଣ ତା’ଠାରୁ କେତେ ପାଦ ଆଗୁଆ ରହିଯାଇଛନ୍ତି। ପୁଣି ପଛକୁ ଚାହିଁ ମନକୁ ଟିକିଏ ଆଶ୍ୱସ୍ତ କରିନିଏ ଯେ ତା’ ପଛରେ ମଧ୍ୟ ଅନେକ ଅଛନ୍ତି; ଯେଉଁମାନେ ତା’ଠାରୁ କାହିଁ କେତେ ପଛରେ ଅଛନ୍ତି। ସମସ୍ତଙ୍କ ପାଇଁ କେଉଁଠି ଓଡ଼ିଆ ଭାଷାରେ ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥାଏ ”ଦୟା କରି ଧାଡ଼ିରେ ଆସନ୍ତୁ“ ତ କେଉଁଠି ଇଂଲିଶ୍‌ରେ ଲେଖା ଯାଇଥାଏ, “please stand in a queue” ତ ଆଉ କେଉଁଠି ଅନ୍ୟ କେଉଁ ଭାଷାରେ। ଏପରି ପ୍ରାୟୋଜିତ ବ୍ୟବସ୍ଥା ସାଧାରଣତଃ ପ୍ରତ୍ୟେକଙ୍କ ପାଇଁ ଏକ ସକ୍ରିୟତାର ମୂଲ୍ୟବୋଧ ସୃଷ୍ଟି କରିଥାଏ, ଯଦ୍ଦ୍ବାରା ସେମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବର ଉଦ୍ରେକ ହୁଏ।
ସବା ପଛରେ ପଡ଼ିଥିବା ବ୍ୟକ୍ତି କିମ୍ବା ତା’ଠାରୁ କିଛି ପାଦ ଆଗରେ ଥିବା ବ୍ୟକ୍ତିଙ୍କୁ କିଛି ମୁହୂର୍ତ୍ତର ପ୍ରତୀକ୍ଷା କରିବାକୁ ହିଁ ପଡ଼ିଥାଏ। ଏହି ପ୍ରତୀକ୍ଷାର ବ୍ୟବଧାନ ଆଗ ଓ ପଛ ମଧ୍ୟରେ ସର୍ବଦା ଅନ୍ତରାୟ ହୋଇ ରହିଆସିଛି। ”ଯିଏ ଆଗୁଆ ସିଏ ସବୁବେଳେ ହିଁ ଆଗୁଆ, ଯିଏ ପଛୁଆ ସେ ସବୁବେଳେ ହିଁ ପଛୁଆ“ ଏଭଳି ଦୃଢ଼ୋକ୍ତିକୁ ସାଧାରଣ ଭାବେ ସହମତି ମିଳିଛି। ଯେତେବେଳେ ଦାୟିତ୍ୱବୋଧରେ ଅସମନ୍ବୟତା ଆସିଯାଏ, ସେତେବେଳେ ଏହାର ଏକ ଅମୂଳକ ବ୍ୟତିକ୍ରମ ପରିଲକ୍ଷିତ ହୁଏ। ବାସ୍ତବିକ ପଛୁଆ ବ୍ୟକ୍ତିଟି ଯେତେବେଳେ ଆଗୁଆ ଚାଲେ ଅଥଚ ଆଗୁଆ ବ୍ୟକ୍ତି କେବେ ବି ପଛୁଆ ହୋଇ ରହେନା, ସେତେବେଳେ କ୍ରିୟାନୁଗତ ଆଭିମୁଖ୍ୟତାରେ କ୍ରମବିଚ୍ୟୁତି ପରିଲକ୍ଷିତ ହୋଇଥାଏ। ଏହା ଦାୟିତ୍ୱବୋଧର ପରିପନ୍ଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ନା କେବେ ନିଜ ଦାୟିତ୍ୱରୁ ଓହରିଯାଏ ନା ଦାୟିତ୍ୱ ତାକୁ କେବେ ନିଜ ପାଖରୁ ଛାଡ଼ିବାକୁ ଦିଏ। ଦାୟିତ୍ୱକୁ ନିଜଠାରୁ ଦୂରେଇ ଦେଇଥିବା ବ୍ୟକ୍ତି ଜଣଙ୍କ ବେଳେବେଳେ ସମସ୍ୟା ଘେରରେ ଏ ଭଳି ଛନ୍ଦି ହୋଇଯାଏ ଯେ, ସେଥିରୁ ମୁକୁଳିବା ପାଇଁ ବିକଳ୍ପ ପନ୍ଥା ଖୋଜୁଥାଏ। କେତେବେଳେ ସେହି ବିକଳ୍ପ ପନ୍ଥା ତା’ ପାଇଁ ଅନୁକୂଳ ହୋଇଥାଏ ତ କେତେବେଳେ ପ୍ରତିକୂଳ। ଦାୟିତ୍ୱସୂତ୍ର ସହ ସଂଯୋଜିତ ଜୀବନ କର୍ତ୍ତବ୍ୟବୋଧର ଶିକ୍ଷା ଦେଇଥାଏ, ଯେଉଁଠି ଧାଡ଼ି ରୂପେ ନିର୍ଦ୍ଦିଷ୍ଟ କ୍ରମନ୍ବୟତାର ପ୍ରଦର୍ଶନ ଏକ ସୂଚନାତ୍ମକ ନମୁନା ମାତ୍ର।
ରାମେଶ୍ୱର, ଖୋର୍ଦ୍ଧା
ମୋ: ୯୯୩୮୭୪୭୮୨୧


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri