ବଢ଼ୁଛି ପରିସୀମା, ମିଳୁନାହିଁ ମୌଳିକ ସେବା

କେନ୍ଦ୍ରାପଡ଼ା ଅଫିସ, ୧୩ା୩:ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ୧୫୫ ବର୍ଷରେ ପାଦ ଥାପିଛି ା ହେଲେ ରାଜ୍ୟର ଅନ୍ୟ ସହର ପରି ଏହି ସହର ବିକଶିତ ହୋଇ ପାରିନାହିଁ। ମୌଳିକ ସମସ୍ୟାର ସୁଧାର ସହ କେନ୍ଦ୍ରାପଡ଼ା ରାଜ୍ୟର ୧ ନଂ. ସହରରେ ପରିଣତ କରାଯାଇ ଟ୍ରଫି ଆସିବ ବୋଲି ରାଜନେତାମାନେ କେବଳ ପ୍ରତିଶ୍ରୁତି ଦେଇ ଛାଲିଛନ୍ତି ା ଅଦ୍ୟାବଧି ସ୍ବେରେଜ ସିଷ୍ଟମଠାରୁ ଟ୍ରାଫିକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି ଅବହେଳା ପରିଲକ୍ଷିତ ହେଉଛି ା ଏପରିକି ସହର ମଧ୍ୟରେ ଏକ ସିଟି ହସ୍ପିଟାଲ ସ୍ଥାପନ ଦାବିରେ ଗତ ୨ ମାସ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚାଲିଛି ା ହେଲେ ଏହାର ସମାଧାନ ପନ୍ଥା ବାହାରି ନାହିଁ ା
ପ୍ରାୟ ୧୧ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ଏହି ମ୍ୟୁନିସିପାଲିଟିରେ ୨୧ ୱାର୍ଡ ଅଛି ା ୨୦୧୧ ଜନଗଣନାରେ ୪୭ ହଜାର ବାସିନ୍ଦା ଥିବା ବେଳେ ୨୦୨୩ ସୁଦ୍ଧା ଏହି ସଂଖ୍ୟା ୬୦ ହଜାରରୁ ଊର୍ଦ୍ଧ୍ୱ ହୋଇଛି ା ଜନଗଣନା ସମୟରେ ସହରରେ ହିନ୍ଦୁ ଧର୍ମାଲମ୍ବୀ ୬୭.୯୭ ପ୍ରତିଶତ, ମୁସଲମାନ ସମ୍ପ୍ରଦାୟ ୩୧.୬୩ ପ୍ରତିଶତ ଓ ଅନ୍ୟାନ୍ୟ ୦.୪ ପ୍ରତିଶତ ଲୋକ ବାସ କରୁଥିଲେ ା ପୌରବାସୀଙ୍କ ମଧ୍ୟରୁ ମାତ୍ର ୩୧.୭ ପ୍ରତିଶତ କର୍ମ ସଂସ୍ଥାନରେ ନିୟୋଜିତ ଥିବା ବେଳେ ଅବଶିଷ୍ଟ ଗରିବ ସୀମାରେଖା ତଳ ଅଛନ୍ତି ା କର୍ମଜୀବୀ ମହିଳାଙ୍କ ସଂଖ୍ୟା ମାତ୍ର ୮.୯ ପ୍ରତିଶତ ଥିବା ଏହି ତଥ୍ୟରୁ ସୂଚନା ମିଳିଛି ା ସହର ମଧ୍ୟରେ ଗୋଟିଏ ମଧ୍ୟ ଶିଳ୍ପ ସଂସ୍ଥା ନାହିଁ ା ଏସମ୍ପର୍କରେ ସହରର ସରୋଜରାଜ ସିଂହ, ସୌମେନ୍ଦ୍ର ପୃଷ୍ଟି, ଗୟାଧର ଧଳ, ଭାଗଗ୍ରାହୀ ସିଂହ ପ୍ରମୁଖ କହିଛନ୍ତି, ୬୮ ପ୍ରତିଶତ ଶ୍ରମିକ ରହୁଥିବା ଏହି ମ୍ୟୁନିସିପାଲିଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ମ୍ୟୁନିସିପାଲିଟିକୁ ଏକ ସ୍ବତନ୍ତ୍ର ଜିଲା ପାହ୍ୟା ପରି ମାନ୍ୟତା ଥିଲେ ମଧ୍ୟ ଅଧିକାଂଶ ଲୋକ ଦାରିଦ୍ର୍ୟକୁ ନେଇ ସଂଘର୍ଷ କରୁଛନ୍ତି ା ସେହିପରି ସହରରେ ଥିବା ବିଭିନ୍ନ ଐତିହ୍ୟସ୍ଥଳୀର ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ତାହା ଅବହେଳି ଭାବେ ପଡ଼ି ରହିଛି ା ୧୮୮୫ ମେ’ ୧୮ରେ ଭାରତର ବ୍ରିଟିଶ ଶାସକ ଲର୍ଡ ରିପନ ସ୍ବାୟତ୍ତ ଶାସନର ପ୍ରସ୍ତାବ ଆଣିଥିଲେ। ମାତ୍ର ଏହା ପୂର୍ବରୁ ୧୮୬୯ରେ ଲର୍ଡ ମାୟୋଙ୍କ ଶାସନ ସମୟରେ କଲିକତା, ଓଡ଼ିଶା ଓ ବିହାର ପ୍ରେସିଡେନ୍ସି ମଧ୍ୟରେ ଥିବା କେନ୍ଦ୍ରାପଡ଼ାର ମାତ୍ର ୧୪ଟି ପଡ଼ାକୁ ନେଇ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟିର ମାନ୍ୟତା ମିଳିଥିଲା ା ଏହି ଘୋଷଣା ପରେ ସ୍ଥାନୀୟ ଅଞ୍ଚଳର ସହରୀକରଣ ବ୍ୟବସ୍ଥା ଆରମ୍ଭ ହେଲା ା ତତ୍କାଳୀନ ସମୟରେ ଇଂରେଜ ସରକାର ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଟ୍ୟାକ୍ସ ଆଦାୟ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦିର ଉନ୍ନୟନ ବ୍ୟବସ୍ଥା କରିଥିଲେ ା ମ୍ୟୁନିସିପାଲିଟି ମଧ୍ୟ ଦେଇ ପ୍ରବାହିତ ମଧୁସାଗରର ପାଣି ଜନଜୀବନକୁ ବଞ୍ଚାଇ ରଖିଥିଲା ା ତେବେ ଇତିମଧ୍ୟରେ ମଧୁସାଗରରେ ଜଳ ପ୍ରବାହ ବନ୍ଦ ହୋଇଛି ା ଏହାର ପାଣି ନିଷ୍କାସନ ପଥ ଉପରେ ବାସଗୃହ ନିର୍ମାଣ ହେଉଥିବା ବେଳେ ସହର ମଧ୍ୟରେ ଥିବା ଗୋବରୀ ନଦୀ ଓ କେନାଲ ଏବେ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇ ପରିବେଶ ଦୂଷିତ କରିଛି ା ସେହିପରି ମଧୁସାଗରର କେତେକ ଅଂଶ ଅଳିଆ ଓ ଦଳଭର୍ତ୍ତି ହୋଇ ମଶାମାଛିଙ୍କ ଜନ୍ମସ୍ଥଳି ପାଲଟିଛି ା ରାସ୍ତା ଜବରଦଖଲରେ ରହୁଥିବାରୁ ସ୍ବରେଜ ସିଷ୍ଟମ ପ୍ରତି ଅଣଦେଖା ହେଉଛି ା ବିଜୁ ପଟ୍ଟନାୟକ ପାର୍କ ବଣବୁଦାରେ ପରିଣତ ହୋଇଥିବା ବେଳେ ଟ୍ରାଫିକ ସମସ୍ୟା ଗୁରୁତର ଅଛି ା ରାସ୍ତାଉପରେ ବିଦ୍ୟୁତ୍‌ ଖୁଣ୍ଟ, ମୁକୁଳା ବିଦ୍ୟୁତ୍‌ ଟ୍ରାନ୍ସଫରମର, ବୁଲା ଗାଈଗୋରୁ, ଭେଣ୍ଡିଂ ଜୋନ ସହିତ ପୌରବାସୀ ବିଭିନ୍ନ ସମସ୍ୟାରେ ପଡିଛନ୍ତି। ସହରର ପରିକଳ୍ପନାରେ ସାଂସ୍କୃତିକ ଓ ଐତିହ୍ୟ ବିଭବକୁ ଗୁରୁତ୍ୱ ଦିଆଯାଇଥାଏ ା ତେବେ ଏହି ମ୍ୟୁନିସିପାଲିଟିରେ ଏହାକୁ ଗୁରୁତ୍ୱାରୋପ ବଦଳରେ ଅବହେଳା କରାଯାଉଛି ା ରାଜ୍ୟ ପର୍ଯ୍ୟଟନସ୍ଥଳୀ ଶ୍ରୀବଳଦେବଜୀଉ ମନ୍ଦିର, ସୂର୍ଯ୍ୟଘଡି ସହିତ ପୁରୁଣା ବସଷ୍ଟାଣ୍ଡର ଡାଇମଣ୍ଡ ଜୁବୁଲି ପାଠାଗାର ପର୍ଯ୍ୟନ୍ତ ଅବହେଳାର ଶୀକାର ହୋଇଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅପରପକ୍ଷେ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି ଯେ, ପୌରାଞ୍ଚଳର ବିକଶିତ ନକ୍ସାକୁ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ା ଆସନ୍ତା ୨ ବର୍ଷ ମଧ୍ୟରେ ସହର ପାଇଁ ଥିବା ବିଭିନ୍ନ ମୌଳିକ ସମସ୍ୟା ଦୂର ହୋଇଯିବ ା ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବା ପୌରାଧ୍ୟକ୍ଷା ସାହୁ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri