କ୍ଷତିରେ ରାଜ୍ୟର ୮ ସରକାରୀ ଉଦ୍ୟୋଗ

ଭୁବନେଶ୍ବର,୧୩ା୩(ବ୍ୟୁରୋ): ରାଜ୍ୟର ମୋଟ୍‌ ୩୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୮ଟି ଏବେ କ୍ଷତିରେ ଚାଲିଛି। ସରକାରୀ ତଥ୍ୟ ଅନୁସାରେ, ଗ୍ରୀଡକୋ ୨୦୧୯-୨୦ରେ ୧୩୩୫.୬୫ କୋଟି, ୨୦୨୦-୨୧ରେ ୧୪୯୬.୦୭ କୋଟି ଏବଂ ୨୦୨୧-୨୨ରେ ୪୭୩.୫୯ କୋଟି ଟଙ୍କା କ୍ଷତି ସହିଛି। ସେହିପରି ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ୩ ବର୍ଷରେ ୪୩୭ କୋଟି କ୍ଷତି କରିଛି। ଏହି ନିଗମକୁ ୨୦୧୯-୨୦ରେ ୧୪୩.୨୨ କୋଟି, ୨୦୨୦-୨୧ରେ ୧୮୮.୯୫ କୋଟି ଏବଂ ୨୦୨୧-୨୨ରେ ୧୦୫.୩୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଓଡ଼ିଶା ପର୍ଯ୍ୟଟନ ନିଗମ ୨୦୧୯-୨୦ରେ ଏହା ୩.୪୦ କୋଟି ଲାଭ କରିଥିଲା। ହେଲେ ୨୦୨୦-୨୧ରେ ୧.୮୨ କୋଟି ଏବଂ ୨୦୨୧-୨୨ରେ ୩.୭୯ କୋଟି ଟଙ୍କା ନିଗମର କ୍ଷତି ହୋଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ମଧ୍ୟ କ୍ଷତିରେ ଚାଲୁଥିବା ତଥ୍ୟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ, ୨୦୧୯-୨୦ରେ ଏହାର କ୍ଷତିର ପରିମାଣ ୯.୦୬୨୦ କୋଟି ଥିବାବେଳେ ୨୦୨୦-୨୧ରେ ୧୦.୫୪୭୧ କୋଟି ଏବଂ ୨୦୨୧-୨୨ରେ ୧.୯୭୪୨ କୋଟି ରହିଛି। ରାଜ୍ୟ ଅର୍ଥ ନିଗମ ୨୦୧୯-୨୦ରେ ୨.୩୫ କୋଟି ଏବଂ ୨୦୨୦-୨୧ରେ ୦.୯୫ କୋଟି କ୍ଷତି କରିଥିବା ବେଳେ ୨୦୨୧-୨୨ରୁ ଏହା ଲାଭରେ ଥିବା ସୂଚନା ରହିଛି। ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଏମ୍‌ଏମ୍‌ଡିଆର ଆକ୍ଟ ଅନୁଯାୟୀ କ୍ଷତିପୂରଣ ଜମା କରିବା ଯୋଗୁ କ୍ଷତି କରୁଛି। ସେହିପରି ରାଜ୍ୟ ଯୋଗାଣ ନିଗମ ୩ ବର୍ଷ ହେଲା ବିନା ଲାଭ କିମ୍ବା କ୍ଷତିରେ ଚାଲିଛି। ଓଡ଼ିଶା ଗ୍ରାମ୍ୟଗୃହ ର୍ନିମାଣ ଏବଂ ଉନ୍ନୟନ ନିଗମ ଗତ ୩ ବର୍ଷରେ ୧୧୪୩୩.୧୧ ଲକ୍ଷ ଟଙ୍କାର କ୍ଷତି ସହିଛି। ଇଡ୍‌କଲ କଳିଙ୍ଗ ଆଇରନ ୱାର୍କସର ୨୦୧୯-୨୦ରେ ୧.୨୬ କୋଟି ଏବଂ ୨୦୨୦-୨୧ରେ ୨୩.୧୭ କୋଟି ଲାଭ ହୋଇଥିବାବେଳେ କେବଳ ୨୦୨୧-୨୨ରେ ଏହାକୁ ୩୦.୬୭ କୋଟିର କ୍ଷତି ସହିବାକୁ ପଡ଼ିଛି। ଇଡକଲ ଫେରୋ କ୍ରୋମ ଆଣ୍ଡ ଆଲୋଏଜ୍‌ ୨୦୧୯-୨୦ରେ ୫.୮୨ କୋଟି ଏବଂ ୨୦୨୦-୨୧ରେ ୦.୪୦ କୋଟି କ୍ଷତି କରିଥିବାବେଳେ ୨୦୨୧-୨୨ରେ ଏହା ୧୯.୧୦ କୋଟି ଲାଭ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?