କୂଅଖୋଳାରେ ସୀମିତ ଜଳପ୍ରକଳ୍ପ

ଲୋଇସିଂହା, ୭ା୫(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଗାଁ ା କିଡ଼ନୀ ରୋଗରେ ଏହି ଗଁ।ର ବହୁ ଲୋକଙ୍କ ଜୀବନ ଗଲାଣି। ଆଉ କେତେକ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହା ଜଣାପଡିଲା ପରେ ପ୍ରଶାସନ ପକ୍ଷରୁ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଥିଲା। ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ପାଇଁ ଗ୍ରାମରେ ଏକ କୂଅ ଖୋଳାଯାଇଛି। ହେଲେ ୨ ବର୍ଷ ହେଲା ପ୍ରକଳ୍ପ କାମ ଅଗ୍ରଗତି ହେଉନାହିଁ। କୂଅ ଖୋଳାରେ ପ୍ରକଳ୍ପ ସୀମିତ ରହିଛି। ତେଣୁ ନଳକୂପରୁ ବାହାରୁଥିବା ଫ୍ଲୋରାଇଡଯୁକ୍ତ ପାଣି ପିଇ ବିପଦମୁହଁକୁ ଠେଲି ହୋଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୁବର୍ଣ୍ଣପର ଜିଲା ଛକୋରମାଲ ପଞ୍ଚାୟତ ସୀମାନ୍ତକୁ ଲାଗି ରହିଛି ୧ ୱାର୍ଡ ବିଶିଷ୍ଟ କଦଳୀପାଲି ଗଁ। । ଗ୍ରାମରେ ଡୁମାଲ, ଆଦିବାସୀ, ଦଳିତ ଆଦି ୧୩୦ପରିବାର ବାସ କରୁଛନ୍ତି। କିଛିବର୍ଷ ପୂର୍ବରୁ ଗ୍ରାମରେ କିଡନୀ ରୋଗ ରୋଗ ଆତଙ୍କ ଦେଖା ଦେଇଥିଲା। ଏହାର ପ୍ରଭାବରେ ବିଗତ କିଛି ବର୍ଷ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏବେବି କେତେକ ଆକ୍ରାନ୍ତ ହୋଇ ଓଷଧ ଖାଉଛନ୍ତି। କିଡ଼ନୀ ଆତଙ୍କ ସମ୍ପର୍କରେ ଗଣମାଧ୍ୟରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗ ତପତ୍ରତା ଦେଖାଇଥିଲା। ଗ୍ରାମରେ ସ୍ବାସ୍ଥ୍ୟମେଳା ଆୟୋଜନ କରିବା ସହ ଗ୍ରାମର ନଳକୂପ ପାଣି ପରୀକ୍ଷଣ ପାଇଁ ପଠାଯାଇଥିଲା। ଗ୍ରାମର ସ୍କୁଲ ଏବଂ ବସ୍ତି ତଳିମୁଣ୍ଡରେ ଗୋଟିଏ ଲେଖାଏ ନଳକୂପ ଥିବାବେଳେ ଦଳିତ ବସ୍ତିରେ ଥିବା ୨ଟି ନଳକୂପ ପାଣି ପରୀକ୍ଷଣ ପାଇଁ ପଠାଯାଇଥିଲା। ସ୍କୁଲ ନିକଟ ଏବଂ କେତେକ ନଳକୂପରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବା ଜଣାପଡିଥିଲା। ଫ୍ଲୋରାଇଡଯୁକ୍ତ ପାଣି ବାହାରୁ ଥିବା ନଳକୂପ ପାଣି ବ୍ୟବହାର ପାଇଁ ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ ବାରଣ କରାଯାଇଥିଲା। ପ୍ରଶାସନ ତରଫରୁ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗାଁ ପୋଖରୀ ଉପରମୁଣ୍ଡାରେ ଏକ କୂଅ ଖୋଳାଯାଇଛି। ଇତିମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପାନୀୟ ଜଳଯୋଗାଣ ଦିଗରେ ଆନ୍ତରିକତା ଦେଖାଉନାହିଁ। ଏହି ନିଦାଘ ଗ୍ରୀଷ୍ମରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଅନ୍ୟନୋପାୟ ହୋଇ କଟକଣା ଲଗାଯାଇଥିବା ଫ୍ଲୋରାଇଡଯୁକ୍ତ ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗ ଯନ୍ତ୍ରୀ ପ୍ରସାଦ ସାମନ୍ତରା କହିଛନ୍ତି ବାରମ୍ବାର ତାଗିଦ୍‌ ପରେ ମଧ୍ୟ ଠିକାଦାରଙ୍କ ଅବହେଳାରୁ କାମ ଆଗଉନାହିଁ। ସପ୍ତାହକ ମଧ୍ୟରେ କାମ ଆରମ୍ଭ ହେବ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri