୭୫ ଲକ୍ଷ ବ୍ୟୟରେ ସରଫଗଡ଼ର ଉନ୍ନତୀକରଣ

ସୁନ୍ଦରଗଡ଼,୧୯।୩(ଡି.ଏନ୍‌.ଏ.): ପ୍ରକୃତିର ଅନୁପମ ଶୋଭାରାଜିରେ ମଣ୍ଡିତ ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକର ସରଫଗଡ଼ ପରିବେଶ ପର୍ଯ୍ୟଟନସ୍ଥଳ ଏବେ ବେଶ ଖ୍ୟାତି ଲାଭ କଲାଣି। ଏହି ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳକୁ ଆହୁରୀ ଉନ୍ନତିକରଣ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। କେବଳ ଓଡିଶା ନୁହେଁ, ପଡୋଶୀ ଛତିଶଗଡ଼ ସମେତ ଅନ୍ୟ ରାଜ୍ୟର ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳ। ଉନ୍ନତିକରଣ ହୋଇଥିବାରୁ ଏହା ସମଗ୍ର ଦେଶର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ ବୋଲି ଆଶା କରାଯାଉଛି।
ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ, ୨୦୨୦-୨୧ରେ ସରଫଗଡ଼କୁ ୨୮୫୨୬ଜଣ ପର୍ଯ୍ୟଟକ ଆସିଥିବାବେଳେ ୨୦୨୧-୨୨ରେ ୬୩୩୨୦, ୨୦୨୨-୨୩ରେ ୭୨୯୧୦ଜଣ ପର୍ଯ୍ୟଟକ ଆସିଥିଲେ। ଲେଫ୍ରିପଡ଼ା ବ୍ଲକ ସରଫଗଡ଼ ଗ୍ରାମ ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ଏହି ପରିବେଶ ପର୍ଯ୍ୟଟନସ୍ଥଳର ନିର୍ମାଣ ୨୦୧୬ ମସିହା ଡିସେମ୍ବର ୧୬ ତାରିଖ ଆରମ୍ଭ ହୋଇଥିଲା। ସୁନ୍ଦରଗଡ଼ ବନଖଣ୍ଡ ଓ ଲେଫ୍ରିପଡ଼ା ବନାଞ୍ଚଳର କର୍ମକର୍ତ୍ତାଙ୍କ ଉଦ୍ୟମ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ତଥା ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ଫଳରେ ବର୍ତ୍ତମାନ ସମୟରେ ଏହା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି। ସବୁଜ ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ପରିବେଷ୍ଟିତ ଏହି ପରିବେଶ ପର୍ଯ୍ୟଟନ ସ୍ଥଳକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏଠାରେ ଥିବା ସରଫଗଡ ଡ୍ୟାମର ନୀଳ ଜଳରାଶିରେ ନୌବିହାର କରିବା ଆଉ ଏକ ନିଆରା ଆନନ୍ଦ ଆଣିଦେଇଥାଏ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ। ଏଠାରେ ଥିବା ଛୋଟ ପାହାଡ ଉପରେ ଶୀତତାପ ନିୟନ୍ତ୍ରିତ କଟେଜ ଓ ତମ୍ବୁରେ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି। ଚାରିପଟେ ଡ୍ୟାମର ଜଳରାଶି, ବିଦେଶାଗତ ପକ୍ଷୀଙ୍କ କଳରବ ଧ୍ବନୀ ଏବଂ ଜଙ୍ଗଲର ମନୋଲୋଭା ଦୃଶ୍ୟମାନ ବେଶ ଆକର୍ଷିତ କରିଥାଏ। ଉତ୍ତମ ଓ ସୁସ୍ବାଦୁ ଖାଦ୍ୟ, ନୌକା ବିହାର, ଟ୍ରେକିଂ ଇତ୍ୟାଦି ଏହି ପର୍ଯ୍ୟଟନ ସ୍ଥଳର ମୁଖ୍ୟ ଆକର୍ଷଣ। ଶିଶୁ ଉଦ୍ୟାନ, ଅତ୍ୟାଧୁନିକ ତଥା ଉଚ୍ଚମାନର ଖେଳ ଉପକରଣ, ନୂତନ ଭାବରେ ନିର୍ମିତ ଦୁଃସାହସିକ ରୋପୱେ ସାଇକେଲିଂ, ଜିପ ଲାଇନ, ୱାଚ ଟାୱାର, ପ୍ରି-ଫେବ୍ରିକେଟେଡ କଟେଜ ଇତ୍ୟାଦି ଏହାର ଶୋଭାକୁ ଦିଗୁଣିତ କରିଛି। ସୁନ୍ଦରଗଡ଼ର ଏହି ସରଫଗଡ଼ ପର୍ଯ୍ୟଟନସ୍ଥଳରେ ହୋଇଥିବା ଏହି ସବୁ ଉନ୍ନତିକରଣ କାର୍ଯ୍ୟକୁ ଗତ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳ ଦ୍ୱାରା ସ୍ଥାନୀୟ ଅନେକ ଗରିବ ପରିବାରଙ୍କୁ ମିଳିପାରିଛି ନୂତନ ଜୀବିକା। ଉନ୍ନତିକରଣ ହୋଇଥିବାରୁ ଆଗାମୀ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ଏହା ପ୍ରଥମ ପସନ୍ଦ ହେବ ବୋଲି ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri