୭୫ ଲକ୍ଷ ବ୍ୟୟରେ ସରଫଗଡ଼ର ଉନ୍ନତୀକରଣ

ସୁନ୍ଦରଗଡ଼,୧୯।୩(ଡି.ଏନ୍‌.ଏ.): ପ୍ରକୃତିର ଅନୁପମ ଶୋଭାରାଜିରେ ମଣ୍ଡିତ ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକର ସରଫଗଡ଼ ପରିବେଶ ପର୍ଯ୍ୟଟନସ୍ଥଳ ଏବେ ବେଶ ଖ୍ୟାତି ଲାଭ କଲାଣି। ଏହି ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳକୁ ଆହୁରୀ ଉନ୍ନତିକରଣ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। କେବଳ ଓଡିଶା ନୁହେଁ, ପଡୋଶୀ ଛତିଶଗଡ଼ ସମେତ ଅନ୍ୟ ରାଜ୍ୟର ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳ। ଉନ୍ନତିକରଣ ହୋଇଥିବାରୁ ଏହା ସମଗ୍ର ଦେଶର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ ବୋଲି ଆଶା କରାଯାଉଛି।
ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ, ୨୦୨୦-୨୧ରେ ସରଫଗଡ଼କୁ ୨୮୫୨୬ଜଣ ପର୍ଯ୍ୟଟକ ଆସିଥିବାବେଳେ ୨୦୨୧-୨୨ରେ ୬୩୩୨୦, ୨୦୨୨-୨୩ରେ ୭୨୯୧୦ଜଣ ପର୍ଯ୍ୟଟକ ଆସିଥିଲେ। ଲେଫ୍ରିପଡ଼ା ବ୍ଲକ ସରଫଗଡ଼ ଗ୍ରାମ ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ଏହି ପରିବେଶ ପର୍ଯ୍ୟଟନସ୍ଥଳର ନିର୍ମାଣ ୨୦୧୬ ମସିହା ଡିସେମ୍ବର ୧୬ ତାରିଖ ଆରମ୍ଭ ହୋଇଥିଲା। ସୁନ୍ଦରଗଡ଼ ବନଖଣ୍ଡ ଓ ଲେଫ୍ରିପଡ଼ା ବନାଞ୍ଚଳର କର୍ମକର୍ତ୍ତାଙ୍କ ଉଦ୍ୟମ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ତଥା ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ଫଳରେ ବର୍ତ୍ତମାନ ସମୟରେ ଏହା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଛି। ସବୁଜ ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ପରିବେଷ୍ଟିତ ଏହି ପରିବେଶ ପର୍ଯ୍ୟଟନ ସ୍ଥଳକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏଠାରେ ଥିବା ସରଫଗଡ ଡ୍ୟାମର ନୀଳ ଜଳରାଶିରେ ନୌବିହାର କରିବା ଆଉ ଏକ ନିଆରା ଆନନ୍ଦ ଆଣିଦେଇଥାଏ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ। ଏଠାରେ ଥିବା ଛୋଟ ପାହାଡ ଉପରେ ଶୀତତାପ ନିୟନ୍ତ୍ରିତ କଟେଜ ଓ ତମ୍ବୁରେ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି। ଚାରିପଟେ ଡ୍ୟାମର ଜଳରାଶି, ବିଦେଶାଗତ ପକ୍ଷୀଙ୍କ କଳରବ ଧ୍ବନୀ ଏବଂ ଜଙ୍ଗଲର ମନୋଲୋଭା ଦୃଶ୍ୟମାନ ବେଶ ଆକର୍ଷିତ କରିଥାଏ। ଉତ୍ତମ ଓ ସୁସ୍ବାଦୁ ଖାଦ୍ୟ, ନୌକା ବିହାର, ଟ୍ରେକିଂ ଇତ୍ୟାଦି ଏହି ପର୍ଯ୍ୟଟନ ସ୍ଥଳର ମୁଖ୍ୟ ଆକର୍ଷଣ। ଶିଶୁ ଉଦ୍ୟାନ, ଅତ୍ୟାଧୁନିକ ତଥା ଉଚ୍ଚମାନର ଖେଳ ଉପକରଣ, ନୂତନ ଭାବରେ ନିର୍ମିତ ଦୁଃସାହସିକ ରୋପୱେ ସାଇକେଲିଂ, ଜିପ ଲାଇନ, ୱାଚ ଟାୱାର, ପ୍ରି-ଫେବ୍ରିକେଟେଡ କଟେଜ ଇତ୍ୟାଦି ଏହାର ଶୋଭାକୁ ଦିଗୁଣିତ କରିଛି। ସୁନ୍ଦରଗଡ଼ର ଏହି ସରଫଗଡ଼ ପର୍ଯ୍ୟଟନସ୍ଥଳରେ ହୋଇଥିବା ଏହି ସବୁ ଉନ୍ନତିକରଣ କାର୍ଯ୍ୟକୁ ଗତ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳ ଦ୍ୱାରା ସ୍ଥାନୀୟ ଅନେକ ଗରିବ ପରିବାରଙ୍କୁ ମିଳିପାରିଛି ନୂତନ ଜୀବିକା। ଉନ୍ନତିକରଣ ହୋଇଥିବାରୁ ଆଗାମୀ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ଏହା ପ୍ରଥମ ପସନ୍ଦ ହେବ ବୋଲି ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri