ଘୋଷଣାରେ ସୀମିତ ନଦୀଭିତ୍ତିକ ବନ୍ଦର

ପାରାଦୀପ,୫ା୪(ଶରତ ରାଉତ): ଆଜି ହେଉଛି ବିଶ୍ୱ ନୌବାଣିଜ୍ୟ ଦିବସ। ନୌବାଣିଜ୍ୟ ଓଡ଼ିଶାର ପ୍ରାଚୀନ ପରମ୍ପରା ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ। ପଣ୍ୟ କାରବାରରେ ବୃହତ୍‌ ବନ୍ଦର ମଧ୍ୟରେ ପାରାଦୀପ ବନ୍ଦର ଦେଶର ୧ ନଂ. ବନ୍ଦର ଭାବେ ସ୍ଥାନ ପାଇଛି। ଏହାସତ୍ତ୍ୱେ ନୌବାଣିଜ୍ୟର ବିକାଶ ପାଇଁ ରାଜ୍ୟରେ ଅନେକ କାର୍ଯ୍ୟ ଏବେ ବି ବାକି ରହିଛି। ନଦୀଭିତ୍ତିକ ବନ୍ଦର ଘୋଷଣାରେ ସୀମିତ ଥିଲାବେଳେ ଓଡ଼ିଶାର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର ହୋଇପାରିନାହିଁ।
ସମ୍ପ୍ରତି ଦେଶର ୯୫ ପ୍ରତିଶତ ପଣ୍ୟ କାରବାର ଜଳପଥରେ ହେଉଛି। ଏହା ଦେଶର ଅର୍ଥନୀତି ମଧ୍ୟରୁ ୭୦ ଭାଗ। ଜଳପଥରେ ପଣ୍ୟ କାରବାରକୁ ନୌବାଣିଜ୍ୟ କୁହାଯାଏ। ଓଡ଼ିଶାରୁ ଆରମ୍ଭ ହୋଇଥିବା ପ୍ରାଚୀନ ପରମ୍ପରାରକୁ ମନେ ପକାଇବା ପାଇଁ
ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ଏହାବାଦ୍‌ ଏପିଲ୍‌ ୫ରେ ସରକାରୀଭାବେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଏ। ଶନିବାର ୬୧ତମ ନୌବାଣିଜ୍ୟ ଦିବସ ଦେଶର ସମସ୍ତ ବନ୍ଦରରେ ପାଳନ କରାଯାଉଛି।
ଏହି ଦିବସ ପାଳନ କରିବା ସମ୍ପର୍କରେ ଅବସରପ୍ରାପ୍ତ କ୍ୟାପଟେନ ପ୍ରେମାନନ୍ଦ ରାଉତ କୁହନ୍ତି,୧୯୧୯ରେ ଭାରତର ସିଣ୍ଡିଆ ସିଷ୍ଟମ ନାଭିଗେଶନ କମ୍ପାନୀ ପକ୍ଷରୁ ପ୍ରଥମ କରି ଏକ ପଣ୍ୟବାହୀ ଜାହାଜ ଏସ୍‌ଏସ୍‌ ଲୟାଲିଟି ବମ୍ବେରୁ ଲଣ୍ଡନ ସଫଳତାର ସହ ଯାତ୍ରା କରିଥିଲା। ସେହି ସ୍ମୃତିରେ ଏପ୍ରିଲ ୫କୁ ନୌବାଣିଜ୍ୟ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସରେ ଜାହାଜର ନାବିକମାନଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଏ। ଚଳିତ ଥର ରାଜ୍ୟର ପାରାଦୀପ ବନ୍ଦର ମଧ୍ୟରେ କାମ କରୁଥିବା ବିଭିନ୍ନ କମ୍ପାନୀ ଯଥା ଷ୍ଟିଭେଡର୍ସ ସଂସ୍ଥା, ଏଜେଣ୍ଟ, ସାମୁଦ୍ରିକ କମ୍ପାନୀଗୁଡ଼ିକରେ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ।
ଦେଶର ସର୍ବାଧିକ ଖଣିଜ ସମ୍ପଦ ଓଡ଼ିଶାରେ ରହିଛି। ସେହି ଖଣିଜ ପଦାର୍ଥ ଲୁହାପଥର, କୋଇଲା, ଚୂନପଥର, ବକ୍ସାଇଟ, ଫେରୋକ୍ରୋମ, ଚାର୍ଜକ୍ରୋମ ଆଦି ବିଦେଶକୁ ରପ୍ତାନି ଓ ଆମଦାନୀ ହେଉଛି। ସେଥିରେ ପାରାଦୀପ ବନ୍ଦରର ପ୍ରମୁଖ ଭୂମିକା ରହିଛି। ଦେଶର ୧୨ଟି ବୃହତ୍‌ ବନ୍ଦର ମଧ୍ୟରେ ଏବେ ଏହି ବନ୍ଦର ୧ନମ୍ବର ସ୍ଥାନରେ ରହିଛି। ରାଜ୍ୟର ୪୮୨ କିମି ଉପକୂଳରେ ଏକଦା ୧୨ରୁ ଅଧିକ ବନ୍ଦର ଥିଲା ବୋଲି ନୌବାଣିଜ୍ୟ ପରମ୍ପରା କିମ୍ବଦନ୍ତୀରୁ ଜଣାଯାଏ। ମାତ୍ର ସମୟାନୁକ୍ରମେ ସେଗୁଡ଼ିକ ବନ୍ଦ ହୋଇଯାଇଛି।
୧୯୬୨ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା। ଏଠାରେ କାରବାର ବୃଦ୍ଧି ପାଇବା ପରେ ରାଜ୍ୟରେ ଅଧିକ ବନ୍ଦର କରିବା ପାଇଁ ପୂର୍ବତନ ସରକାର ଘୋଷଣା କରିଥିଲେ।
ସେଗୁଡ଼ିକ ହେଲା ଗଞ୍ଜାମ ଜିଲାର ଗୋପାଳପୁର, ସୁଭଦ୍ରାପୁର, ପାଲୁର, ପୁରୀ ଜିଲାର ଅସ୍ତରଙ୍ଗ, ଭଦ୍ରକ ଜିଲାର ଧାମରା, କେନ୍ଦ୍ରାପଡା ଜିଲାର ହୁକିତୋଳା। ସେଥିରୁ ଗୋପାଳପୁର ଓ ଧାମରା ବନ୍ଦର ଏବେ ସୁଦ୍ଧା ହୋଇଛି। ଅନ୍ୟ ବନ୍ଦର ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହାବାଦ୍‌ ୧୨ଟି ନଦୀଭିତ୍ତିକ ବନ୍ଦର ହେବ ବୋଲି କୁହାଯାଇଥିଲା। ସେଥିମଧ୍ୟରୁ କେବଳ ଗୋଟିଏ ପାରାଦୀପର ଇଫ୍‌କୋ କାରଖାନା ପଛପଟ ମହାନଦୀରେ ହୋଇଛି। ଏହାମଧ୍ୟ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ ହୋଇନାହିଁ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଋ଼ଷିକୁଲ୍ୟା ମୁହାଣ ନିକଟରେ ବନ୍ଦର ହେବାର ଭଲ ଭିତ୍ତିଭୂମି ଅଛି ବୋଲି ପୂର୍ବତନ ଉପସଂରକ୍ଷକ କ୍ୟାପଟେନ ଅତୁଲ୍ୟ ମହାପାତ୍ର କହିଛନ୍ତି। ତାହା ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ରାଜ୍ୟରେ ନୂତନ ସରକାର ଆସିଲା ପରଠାରୁ ଆଉ ବନ୍ଦର ସମ୍ପର୍କରେ ଚର୍ଚ୍ଚା ହେଉନାହିଁ।
ଓଡ଼ିଶାର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ (ଓଡ଼ିଶା ମେରିଟାଇମ ଏକାଡେମୀ) ପାରାଦୀପରେ ଅଛି। ସେଠାରେ ପାଠପଢ଼ିବା ପାଇଁ ବର୍ଷକୁ ୮୦ଟି ସିଟ୍‌ ରହିଛି। ସେଥିରେ ରାଜ୍ୟ ଓ ଅନ୍ୟ ରାଜ୍ୟର ୪୦ ଜଣ ଲେଖାଏ ପିଲା ପଢ଼ିବାର ବ୍ୟବସ୍ଥା ରହିଛି। କିନ୍ତୁ ସେଠାରେ ଝିଅମାନଙ୍କ ପଢ଼ିବା ପାଇଁ ଏପର୍ଯ୍ୟନ୍ତ ସୁବିଧା ହୋଇନାହିଁ। ୧୯୯୨ରୁ ଉକ୍ତ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ତା’ର ବିକାଶ ହୋଇନାହିଁ। ସରକାର ଶିଳ୍ପ ସଂସ୍ଥାର ବିକାଶ ପାଇଁ ଘୋଷଣା କରୁଛନ୍ତି। କିନ୍ତୁ ବନ୍ଦର ବିକାଶ ଉପରେ ନୀରବତା ଅବଲମ୍ବନ କରୁଛନ୍ତି। ଏଥିରେ ଅର୍ଥନୀତିରେ ସୁଧାର କିପରି ହେବ ବୋଲି ଆଲୋଚନା ହେଉଛି। ଦେଶର ୭୫୧୬ କିମି ଉପକୂଳରେ ଏବେ ସରକାରୀ ଭାବେ୧୨ଟି ବୃହତ୍‌ବନ୍ଦର ଓ ୨୦୦ରୁ ଅଧିକ ଛୋଟ ମଧ୍ୟମ ବନ୍ଦର ରହିଛି। ଏହାର ବିକାଶ ପାଇଁ କେନ୍ଦ୍ର ସରକାର ସାଗରମାଳା ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ କେବେ ଅଧିକ ବନ୍ଦର ଓ ଜାହାଜ ଚଳାଚଳ ହେବ ତାହା ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri