ବର୍ଗର ସାମ୍ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀ ବିରଜା

ଦେଶରେ ମ୍ୟାକ୍‌ଡୋନାଲ୍ଡସ୍‌, ଡୋମିନସ୍‌ ଏବଂ କେଏଫ୍‌ସି ଭଳି ଫାଷ୍ଟଫୁଡ୍‌ ବ୍ରାଣ୍ଡ୍‌ର ଚାହିଦା ରହିଥିବାବେଳେ ବର୍ଗର୍‌ ବଜାରରେ ହୋମଗ୍ରୋନ୍‌ ବ୍ରାଣ୍ଡ୍‌ ‘ବିଗିଜ୍‌ ବର୍ଗର୍‌’ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଓଡ଼ିଆ ଉଦ୍ୟୋଗୀ ବିରଜା ରାଉତଙ୍କ ବର୍ଗର୍‌ ନିଶା ତାଙ୍କୁ ଏହି ବ୍ୟବସାୟିକ ସଫଳତା ଆଣିଦେଇଛି। କେନ୍ଦୁଝର ଜିଲାରେ ଜନ୍ମିତ ବିରଜା ଭୁବନେଶ୍ୱରସ୍ଥିତ ସିଲିକନ୍‌ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଶିକ୍ଷାଲାଭ କରିଛନ୍ତି। ପଢ଼ାସାରିବା ପରେ ଅନ୍ୟମାନଙ୍କ ପରି ସେ ମଧ୍ୟ ବେଙ୍ଗାଲୁରୁରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ପାଇଁ ବର୍ଗର୍‌ ଚାଖିବାର ସୁଯୋଗ ପାଇଥିଲେ। ସେହି ବର୍ଗର୍‌ ଯେ ତାଙ୍କ ଭବିଷ୍ୟତ ବଦଳାଇଦେବ ତାହା କେହି କେବେ ଚିନ୍ତା କରି ନ ଥିଲେ। ଇଣ୍ଟରନ୍ୟାଶନାଲ ଫାଷ୍ଟଫୁଡ୍‌ ଚେନ୍‌ ଦେଶରେ ବ୍ୟବସାୟ ବିସ୍ତାର କରୁଥିବାବେଳେ ଭାରତୀୟ ଖାଦ୍ୟ ଶିଳ୍ପ ବିଶେଷକରି ଗରମେଟ୍‌, ଗ୍ରିଲଡ୍‌ ବର୍ଗର୍‌ କ୍ଷେତ୍ରରେ କୌଣସି ଭାରତୀୟ ବ୍ରାଣ୍ଡ୍‌ ନ ଥିବା ସେ ହୃଦୟଙ୍ଗମ କରିଥିଲେ। ବର୍ଗର୍‌ର ଦେଶୀ ବିକଳ୍ପ ଭାବେ ହୋମଗ୍ରୋନ୍‌ ବର୍ଗର୍‌ ବଜାରରେ ଉପଲବ୍ଧ କରାଇବା ପାଇଁ ସେ ସ୍ଥିର କରିଥିଲେ।
ଛୋଟ କିଓସ୍କରୁ ବିଗିଜ୍‌ ବର୍ଗର୍‌ ପାଲଟିଛି ନ୍ୟାଶନାଲ ଚେନ
ବିରଜା ୨୦୧୧ରେ ବିମର୍‌ ଫୁଡ୍‌ ଆଣ୍ଡ୍‌ ବେଭେରେଜସ୍‌ ପ୍ରାଇଭେଟ ଲିମିଟେଡ୍‌ର ମୂଳଦୂଆ ପକାଇଥିଲେ। ମାତ୍ର ୨୦ହଜାର ଟଙ୍କା ବିନିଯୋଗରେ ସେ ଏକ ଛୋଟ କିଓସ୍କରେ ବର୍ଗର ବ୍ୟବସାୟ ଆରମ୍ଭ କରିଥିଲେ। ବେଙ୍ଗାଲୁରରେ ନିଜ ଅଫିସ୍‌ ସାମନାରେ ସେ ଏହି କିଓସ୍କ ଖୋଲିଥିବାବେଳେ ଛୁଟିଦିନରେ ବିକ୍ରି ଆରମ୍ଭ କରିଥିଲେ। ସେହି ଛୋଟ କିଓସ୍କ ବର୍ତ୍ତମାନ ବାର୍ଷିକ ଶତାଧିକ କୋଟିର ବ୍ୟବସାୟର ରାସ୍ତା ଦେଖାଇଛି। ୨୦୧୬ରେ ସେ ଆଇଟି ଚାକରୀ ଛାଡ଼ି ବିଗିଜ୍‌ ବର୍ଗର୍‌କୁ ସମ୍ପ୍ରସାରଣ କରିବାର ନିଷ୍ପତ୍ତି ନେଇଥିଲେ। ଉତ୍ତମ ଗୁଣବତ୍ତାଯୁକ୍ତ, ଶୁଦ୍ଧ ଏବଂ ଗ୍ରିଲଡ୍‌ ବର୍ଗର୍‌୍‌ ପ୍ରତି ପ୍ରତିବଦ୍ଧତା ହେତୁ ବ୍ରାଣ୍ଡ୍‌ ଖୁବ୍‌ଶୀଘ୍ର ଲୋକପ୍ରିୟତା ହାସଲ କରିଥିଲା। ବଜାରରେ ମିଳୁଥିବା ଫ୍ରାଏଡ୍‌ ବର୍ଗର୍‌ ତୁଳନାରେ ଏହା ସ୍ବାସ୍ଥ୍ୟକର ବିକଳ୍ପ ଭାବେ ବିବେଚିତ ହେଉଛି। ବର୍ତ୍ତମାନ ୧୬ ରାଜ୍ୟରେ ବିଗିଜ୍‌ ବର୍ଗରର ୧୫୦ରୁ ଅଧିକ ଆଉଟଲେଟ୍‌ ସହ ଏହି ବ୍ରାଣ୍ଡ୍‌ ଦେଶର ସର୍ବବୃହତ୍‌ ହୋମଗ୍ରୋନ୍‌ ବର୍ଗର୍‌ ଚେନ୍‌ ପାଲଟିଛି।
ସ୍ମାର୍ଟ ବିଜ୍‌ନେସ ମଡେଲ୍‌
ବିରଜାଙ୍କ ସଫଳତା କେବଳ ତାଙ୍କ ବର୍ଗରରେ ନୁହେଁ, ବରଂ ତାଙ୍କର ବ୍ୟବସାୟିକ ପରିଯୋଜନାରେ ମଧ୍ୟ ପରିଲକ୍ଷିତ ହୋଇଥାଏ। ଆଇଟି ପ୍ରଫେସନାଲ, ଆର୍ମି ଭେଟେରାନ୍‌, ସରକାରୀ କର୍ମଚାରୀଙ୍କୁ ବିଗିଜ୍‌ ବର୍ଗରର୍‌ ଫ୍ରାଞ୍ଚାଇଜ୍‌ ପ୍ରଦାନ କରିଛି। ଉତ୍ତମ ଗୁଣବତ୍ତାକୁ ସର୍ବାଗ୍ରେ ରଖୁଥିବା ବିଗିଜ୍‌ ବର୍ଗର୍‌ ଉଚ୍ଚମାନର ସାମଗ୍ରୀ ବ୍ୟବହାର କରି ପୋଷଣଯୁକ୍ତ ଶୁଦ୍ଧ ବର୍ଗର୍‌ ବଜାରରେ ଉପଲବ୍ଧ କରାଇବା ଉପରେ ବିଶ୍ୱାସ ରଖେ। ଫାଷ୍ଟଫୁଡ୍‌ ବ୍ରାଣ୍ଡ୍‌ଗୁଡ଼ିକ ମେଟ୍ରୋ ସହରରେ ବ୍ୟବସାୟ ବିସ୍ତାର କରୁଥିବାବେଳେ ବିରଜା ଟାଏର-୨ ଓ ଟାଏର-୩ ସହରକୁ ଗୁରୁତ୍ୱ ଦେଇଥା’ନ୍ତିି । ପ୍ରତି ତିନିମାସରେ ୨୫ ନୂଆ ଷ୍ଟୋର ଖୋଲିବାର ସେ ଲକ୍ଷ୍ୟ ରଖିଛନ୍ତି। ବର୍ଗର୍‌ ବ୍ୟତୀତ ବିଗ୍‌ଗାଏଜ୍‌ ଓ୍ବିଙ୍ଗସ୍‌ ଆଣ୍ଡ୍‌ ବର୍ଗରସ୍‌ ନାମରେ ନୂଆ ଭେଞ୍ଚର ପ୍ରତିଷ୍ଠା କରି ବଗର୍‌ ସହ ଅନ୍ୟାନ୍ୟ ଖାଦ୍ୟ ଓ ପାନୀୟକୁ ସ୍ଥାନ ଦେଇଛନ୍ତି। ତାଙ୍କର ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବିଭିନ୍ନ ବର୍ଗର ଗ୍ରାହକଙ୍କ ଚାହିଦା ମେଣ୍ଟାଇବାକୁ ରାସ୍ତା ପ୍ରଶସ୍ତ କରିଛି। ଦିନକୁ ଦିନ ବିଗିଜ୍‌ ବର୍ଗର ବ୍ୟବସାୟ ବିସ୍ତାର କରିଚାଲିଥିବାବେଳେ ଭାରତର ନିଜସ୍ବ ବର୍ଗର୍‌କୁ ବିଶ୍ୱସ୍ତରରେ ପରିଚିତ କରାଇବା ବିରଜାଙ୍କ ଲକ୍ଷ୍ୟ ରହିଛି।
ସାରା ଭାରତକୁ ଗର୍ବିତ କରିଛନ୍ତି ଓଡ଼ିଆ ଉଦ୍ୟୋଗୀ
କେନ୍ଦୁଝରରୁ ବେଙ୍ଗାଲୁରୁ ଏବଂ ଆଇଟି କ୍ଷେତ୍ରରୁ ଖାଦ୍ୟ ଶିଳ୍ପ ଯାଏ ବିରଜାଙ୍କ ଏହି ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। କେବଳ ଓଡ଼ିଶା ନୁହେଁତ୍‌, ସମଗ୍ର ଦେଶର ଯୁବଉଦ୍ୟୋଗୀଙ୍କୁ ସେ ସଫଳତାର ବାଟ ଦେଖାଇଛନ୍ତି। ଉତ୍ତମ ଭାବନା ସହ କାର୍ଯ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ରହିଲେ ସବୁ କିଛି ସମ୍ଭବ କରିପାରେ ବୋଲି ବିରଜା ପ୍ରମାଣିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri