ଫଳକରେ ସୀମିତ ପିପିଲି ବସ୍‌ଷ୍ଟାଣ୍ଡ

ପିପିଲି,୨୩।୩(ସ୍ବ.ପ୍ର.): ପିପିଲିରେ ଏବେ ଚାଲିଛି ଉପନିର୍ବାଚନର ତାତି। ଏ ନେଇ ସମସ୍ତ ଦଳ ପିପିଲିର ମୁଖ୍ୟ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ କିଭଳି ସମାଧାନ କରିବେ ସେନେଇ ଆଲୋଚନା ଚାଲିଛି। ରାସ୍ତାଘାଟଠାରୁ ଆରମ୍ଭ ହୋଇ ଫନୀ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପ୍ରକୃତ ହିତାଧିକାରୀମାନଙ୍କୁ ଏପର୍ଯ୍ୟନ୍ତ ପ୍ରାପ୍ୟ ମିଳି ନ ଥିବା ଅଭିଯୋଗ ହୋଇଛି। ସେହିଭଳି ଦୀର୍ଘଦିନର ସମସ୍ୟା ପିପିଲିରେ ବସଷ୍ଟାଣ୍ଡ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାସେ ତଳେ ପିପିଲି ବ୍ଲକ ପାଇଁ ବସଷ୍ଟାଣ୍ଡ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ପେଡି ଖୋଲିଥିଲେ। ହେଲେ ବସଷ୍ଟାଣ୍ଡ ପାଇଁ ପାଦଟିଏ ବି ଆଗେଇନି ପିପିଲି ଏନଏସି। ଏହି ବସଷ୍ଟାଣ୍ଡ ପାଇଁ ୨୦୧୩ରେ ହୋଇଥିଲା ଭିତ୍ତିପ୍ରସ୍ତର ସ୍ଥାପନ। କିଛିଦିନ ଧରି ମାଟି ପୋତା କାମ ହୋଇ ରହିଗଲା। ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସମୟରେ ଏନଏସିର ତତ୍‌କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍‌ଏନ୍‌ ତ୍ରିପାଠୀ ଓ ଚେୟାରମ୍ୟାନ ଏସ୍‌.କେ. ବାବୁଙ୍କ ସମୟରେ ବସଷ୍ଟାଣ୍ଡ ପାଇଁ ଲାଗିଥିଲା ଫଳକ। ଏହାକୁ ୮ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ହୋଇ ନ ପାରି କେବଳ ଫଳକରେ ସୀମିତ ହୋଇ ରହିଗଲା ପିପିଲି ବସଷ୍ଟାଣ୍ଡ। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ବସଷ୍ଟାଣ୍ଡ ହୋଇପାରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବସଷ୍ଟାଣ୍ଡ ନ ଥିବାରୁ ଛାତ୍ରୀଛାତ୍ର ଓ ଯାତ୍ରୀମାନେ ଖୋଲା ଆକାଶ ତଳେ ଖରାରେ ବସ୍‌କୁ ଅପେକ୍ଷା କରୁଥିବାବେଳେ ପିଇବା ପାଣି ଓ ଶୌଚାଳୟଟିଏ ବି ନ ଥିବା କାରଣରୁ ଯାତ୍ରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମତ ପାଇଁ ଯାଇଥିବାବେଳେ ସେ ଛୁଟିରେ ଥିବା ଜାଣିବା ପରେ ତାଙ୍କ ଦାୟିତ୍ୱରେ ଥିବା ଇଞ୍ଜିନିୟର ବିଭୂତି ତ୍ରିପାଠୀ କହିଛନ୍ତି, ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଏବେ ଦେଢ଼ କୋଟି ଟଙ୍କା ଆସିଛି। କିନ୍ତୁ ଏବେ ଉପନିର୍ବାଚନ ଥିବାରୁ କାର୍ଯ୍ୟ କେବେ ହେବ ସେନେଇ ନିଷ୍ପତ୍ତି ହୋଇ ନାହିଁ। ସେହିଭଳି ପୂର୍ବତନ ଏନଏସି ଚେୟାରମ୍ୟାନ ଏସ୍‌.କେ. ବାବୁ କହିଛନ୍ତି, ଉପନିର୍ବାଚନର ଆଚରଣବିଧି ଲାଗିଥିବାରୁ କୌଣସି ନୂତନ କାର୍ଯ୍ୟ ନିମନ୍ତେ ନିର୍ଦ୍ଦେଶ ଆସି ନାହଁି। ଅନ୍ୟପଟେ ଏହାକୁ ନେଇ ଭାଜପା ସିଧାସଳଖ ଅଭିଯୋଗ କରିଛି ଯେ, ବିଜେଡି ଓ କଂଗ୍ରେସ ମିଳିମିଶି ଟଙ୍କା ଖାଇଥିବା ବେଳେ ଏବେର ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ ପିପିଲିବାସୀଙ୍କୁ ସ୍ବପ୍ନ ଦେଖାଇଛି । ଭାଜପା କ୍ଷମତାକୁ ଆସିଲେ ନିଶ୍ଚୟ ଦୀର୍ଘ ଦିନର ସମସ୍ୟାକୁ ସମାଧାନ କରିିବ ବୋଲି ପୁରୀ ଜିଲା ଭାଜପା ଉପସଭାପତି ଜନ୍ମେଜୟ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri