ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ କରିବା ଘଟଣା ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲା। ନିକଟରେ ସୁପ୍ରିମକୋର୍ଟ ତାଙ୍କ ଗିରଫକୁ ବେଆଇନ କହିବା ସହ ତାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବା ନେଇ ରାୟ ଦେବା ପରେ ପୋଲିସ ବ୍ୟବସ୍ଥା ଉପରେ ସନ୍ଦେହ ଆସୁଛି। ସର୍ବୋଚ୍ଚ ଅଦାଲତ ଯେଉଁ ପ୍ରସଙ୍ଗଟି ଉଠାଇଛନ୍ତି, ତାହା ଏଠାରେ ପ୍ରଣିଧାନଯୋଗ୍ୟ। ସମ୍ବିଧାନର ଅନୁଚ୍ଛେଦ ୨୦, ୨୧ ଓ ୨୨ରେ ବ୍ୟକ୍ତିଙ୍କ ମୌଳିକ ଅଧିକାର ଅଧୀନ ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ବାଧୀନତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ୟୁଏପିଏ ହେଉ ବା ଅନ୍ୟ କୌଣସି ଅପରାଧ ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଉଛି, ସେ ସଂକ୍ରାନ୍ତରେ ଲିଖିତ ଭାବେ ଅବଗତ କରିବା ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ, ସାଧାରଣରେ ଗିରଫ ପୂର୍ବରୁ ପୋଲିସ କେବେହେଲେ ଗିରଫ ହେଉଥିବା ବ୍ୟକ୍ତିଙ୍କୁ କୌଣସି ତଥ୍ୟ ଜଣାଏ ନାହିଁ। ଏହା ଭାରତୀୟ ପୋଲିସ ବ୍ୟବସ୍ଥାର ଏକ ତ୍ରୁଟିପୂର୍ଣ୍ଣ ପ୍ରଥା। ତେବେ ପ୍ରବୀରଙ୍କ ମାମଲାକୁ ଦେଖିଲେ ୪ ଅକ୍ଟୋବର ୨୦୨୩ରେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେବା ପୂର୍ବରୁ ତାଙ୍କୁ କୌଣସି ଲିଖିତ କାଗଜପତ୍ର ପ୍ରଦାନ କରି ନ ଥିଲା। ଏହି ବିନ୍ଦୁକୁ ବିଚାର କରି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଚାରିଆଡ଼େ ସ୍ବାଗତ କରାଯାଉଛି।
ପ୍ରବୀର ଜଣେ ଜଣାଶୁଣା ସାମ୍ବାଦିକ। ଚାଇନା ସପକ୍ଷରେ ପ୍ରୋପାଗଣ୍ଡା ବା ପ୍ରଚାର କରିବା ଅଭିଯୋଗ ଆଣି ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିବା କୁହାଯାଉଛି। ଅବଶ୍ୟ ୟୁଏପିଏ ଆଇନକୁ ଯେଭଳି ଢଙ୍ଗରେ ଗଢ଼ାଯାଇଛି, ତାହାକୁ ଶାସକ ବର୍ଗ ଚାହିଁଲେ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ସଜାଇ ଦେବାରେ କିଛି ଅସମ୍ଭବ ନୁହେଁ। ଆଜି ଭାରତର ସ୍ଥିତି ଦେଖିଲେ ଯେଉଁମାନେ ସରକାରଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି, ସେମାନଙ୍କୁ କୌଣସି ନା କୌଣସି ମାମଲାରେ ଛନ୍ଦି ଦେବା ଲାଗି ଫନ୍ଦିଫକର କରାଯାଉଛି। ଏପରି କି ନିର୍ବାଚିତ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆକ୍ରୋଶରୁ ବାଦ୍‌ ପଡ଼ୁନାହାନ୍ତି। ସଦ୍ୟ ଦୃଷ୍ଟାନ୍ତ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଗିରଫଦାରି ବିଷୟରୁ ସ୍ପଷ୍ଟ ଅନୁମେୟ।
ଦୀର୍ଘମାସ ପ୍ରବୀର ଗିରଫ ହୋଇରହିବା ପରେ ତାହା ବେଆଇନ ଥିଲା ବୋଲି ସୁପ୍ରିମକୋର୍ଟ କହିଥିବାରୁ ଦିଲ୍ଲୀ ପୋଲିସର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କି ପ୍ରକାର ଦଣ୍ଡବିଧାନ କରାଯିବା ଉଚିତ, ସେ ସମ୍ପର୍କରେ ବିତର୍କ ହେବାର ସମୟ ଆସିଲାଣି। ଏବେ ଦେଶରେ ଅଷ୍ଟାଦଶ ଲୋକ ସଭା ଲାଗି ନିର୍ବାଚନ ଚାଲିଛି। ଏ ସମୟରେ ନିର୍ବାଚନ ଅପେକ୍ଷା ଅନ୍ୟ ଯେଉଁ ପ୍ରସଙ୍ଗ ଲୋକଙ୍କ ମଧ୍ୟରେ ଚର୍ଚ୍ଚାକୁ ଆସିଛି, ତାହା ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବ୍ୟବହାର। ବିପକ୍ଷ ଦଳକୁ ଦୁର୍ବଳ କରିବା ଲାଗି ଅନେକ ଘଟଣାରେ ଶାସକ ଦଳ ଇଡିକୁ ହାତବାରିସି କରିବା ଓ ସର୍ବସମ୍ମୁଖରେ ଏପରି ଖୋଲାଖୋଲି କାର୍ଯ୍ୟାନୁଷ୍ଠାନ ନିଆଯିବା, ଆଇନ କେଉଁ ବାଟରେ ଚାଲିଛି ଲୋକେ ହୃଦୟଙ୍ଗମ କରିପାରୁଥିବେ। ଏସବୁ ଜାଣି ମଧ୍ୟ ଅନେକେ ଏହାର ପ୍ରତିବାଦ କରିବାରୁ ବିରତ ରହୁଛନ୍ତି, କାରଣ କାଳେ ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦିଆଯାଇପାରେ। ନିକଟ ଅତୀତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ ଆୟକର ବିଭାଗ (ଆଇଟି)କୁ ବ୍ୟବହାର କରାଯାଇ ଅନେକଙ୍କ ବିରୋଧରେ ମାମଲା ହୋଇଥିବା ନଜରକୁ ଆସିଛି।
କୁହାଯାଇଥାଏ, ଚାଇନା ଭଳି କମ୍ୟୁନିଷ୍ଟ ରାଷ୍ଟ୍ରରେ ବାକ୍‌ ସ୍ବାଧୀନତା ଉପରେ ପ୍ରତିବନ୍ଧକ ଲାଗିଛି। ହେଲେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଏଠାକାର ଶାସନ ପଦ୍ଧତି ସ୍ବଚ୍ଛ ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ବାସ୍ତବରେ ତାହାକୁ ତଳେଇ କରି ଦେଖିଲେ ବିରୋଧାଭାସ ପରିଲକ୍ଷିତ ହେଉଛି। କିଛି ବର୍ଷ ହେବ ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଏକଜିଦିଆପଣ କାବୁ କରିଦେଇଥିବାରୁ ଅନେକଙ୍କୁ ମୁହଁ ଖୋଲିବା ପୂର୍ବରୁ ବହୁ ଥର ଚିନ୍ତା କରିବାକୁ ପଡ଼ୁଛି। ଏଥିରୁ ବୁଝିବାକୁ ହେବ ଯେ, ଭାରତବାସୀ ଏକ ସଙ୍କୁଚିତ ସ୍ବାଧୀନତା ଦେଇ ଗତିକରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri