ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ କରିବା ଘଟଣା ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲା। ନିକଟରେ ସୁପ୍ରିମକୋର୍ଟ ତାଙ୍କ ଗିରଫକୁ ବେଆଇନ କହିବା ସହ ତାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବା ନେଇ ରାୟ ଦେବା ପରେ ପୋଲିସ ବ୍ୟବସ୍ଥା ଉପରେ ସନ୍ଦେହ ଆସୁଛି। ସର୍ବୋଚ୍ଚ ଅଦାଲତ ଯେଉଁ ପ୍ରସଙ୍ଗଟି ଉଠାଇଛନ୍ତି, ତାହା ଏଠାରେ ପ୍ରଣିଧାନଯୋଗ୍ୟ। ସମ୍ବିଧାନର ଅନୁଚ୍ଛେଦ ୨୦, ୨୧ ଓ ୨୨ରେ ବ୍ୟକ୍ତିଙ୍କ ମୌଳିକ ଅଧିକାର ଅଧୀନ ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ବାଧୀନତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ୟୁଏପିଏ ହେଉ ବା ଅନ୍ୟ କୌଣସି ଅପରାଧ ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଉଛି, ସେ ସଂକ୍ରାନ୍ତରେ ଲିଖିତ ଭାବେ ଅବଗତ କରିବା ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ, ସାଧାରଣରେ ଗିରଫ ପୂର୍ବରୁ ପୋଲିସ କେବେହେଲେ ଗିରଫ ହେଉଥିବା ବ୍ୟକ୍ତିଙ୍କୁ କୌଣସି ତଥ୍ୟ ଜଣାଏ ନାହିଁ। ଏହା ଭାରତୀୟ ପୋଲିସ ବ୍ୟବସ୍ଥାର ଏକ ତ୍ରୁଟିପୂର୍ଣ୍ଣ ପ୍ରଥା। ତେବେ ପ୍ରବୀରଙ୍କ ମାମଲାକୁ ଦେଖିଲେ ୪ ଅକ୍ଟୋବର ୨୦୨୩ରେ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେବା ପୂର୍ବରୁ ତାଙ୍କୁ କୌଣସି ଲିଖିତ କାଗଜପତ୍ର ପ୍ରଦାନ କରି ନ ଥିଲା। ଏହି ବିନ୍ଦୁକୁ ବିଚାର କରି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଚାରିଆଡ଼େ ସ୍ବାଗତ କରାଯାଉଛି।
ପ୍ରବୀର ଜଣେ ଜଣାଶୁଣା ସାମ୍ବାଦିକ। ଚାଇନା ସପକ୍ଷରେ ପ୍ରୋପାଗଣ୍ଡା ବା ପ୍ରଚାର କରିବା ଅଭିଯୋଗ ଆଣି ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିବା କୁହାଯାଉଛି। ଅବଶ୍ୟ ୟୁଏପିଏ ଆଇନକୁ ଯେଭଳି ଢଙ୍ଗରେ ଗଢ଼ାଯାଇଛି, ତାହାକୁ ଶାସକ ବର୍ଗ ଚାହିଁଲେ ଯେକୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ସଜାଇ ଦେବାରେ କିଛି ଅସମ୍ଭବ ନୁହେଁ। ଆଜି ଭାରତର ସ୍ଥିତି ଦେଖିଲେ ଯେଉଁମାନେ ସରକାରଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି, ସେମାନଙ୍କୁ କୌଣସି ନା କୌଣସି ମାମଲାରେ ଛନ୍ଦି ଦେବା ଲାଗି ଫନ୍ଦିଫକର କରାଯାଉଛି। ଏପରି କି ନିର୍ବାଚିତ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆକ୍ରୋଶରୁ ବାଦ୍‌ ପଡ଼ୁନାହାନ୍ତି। ସଦ୍ୟ ଦୃଷ୍ଟାନ୍ତ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଗିରଫଦାରି ବିଷୟରୁ ସ୍ପଷ୍ଟ ଅନୁମେୟ।
ଦୀର୍ଘମାସ ପ୍ରବୀର ଗିରଫ ହୋଇରହିବା ପରେ ତାହା ବେଆଇନ ଥିଲା ବୋଲି ସୁପ୍ରିମକୋର୍ଟ କହିଥିବାରୁ ଦିଲ୍ଲୀ ପୋଲିସର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କି ପ୍ରକାର ଦଣ୍ଡବିଧାନ କରାଯିବା ଉଚିତ, ସେ ସମ୍ପର୍କରେ ବିତର୍କ ହେବାର ସମୟ ଆସିଲାଣି। ଏବେ ଦେଶରେ ଅଷ୍ଟାଦଶ ଲୋକ ସଭା ଲାଗି ନିର୍ବାଚନ ଚାଲିଛି। ଏ ସମୟରେ ନିର୍ବାଚନ ଅପେକ୍ଷା ଅନ୍ୟ ଯେଉଁ ପ୍ରସଙ୍ଗ ଲୋକଙ୍କ ମଧ୍ୟରେ ଚର୍ଚ୍ଚାକୁ ଆସିଛି, ତାହା ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବ୍ୟବହାର। ବିପକ୍ଷ ଦଳକୁ ଦୁର୍ବଳ କରିବା ଲାଗି ଅନେକ ଘଟଣାରେ ଶାସକ ଦଳ ଇଡିକୁ ହାତବାରିସି କରିବା ଓ ସର୍ବସମ୍ମୁଖରେ ଏପରି ଖୋଲାଖୋଲି କାର୍ଯ୍ୟାନୁଷ୍ଠାନ ନିଆଯିବା, ଆଇନ କେଉଁ ବାଟରେ ଚାଲିଛି ଲୋକେ ହୃଦୟଙ୍ଗମ କରିପାରୁଥିବେ। ଏସବୁ ଜାଣି ମଧ୍ୟ ଅନେକେ ଏହାର ପ୍ରତିବାଦ କରିବାରୁ ବିରତ ରହୁଛନ୍ତି, କାରଣ କାଳେ ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦିଆଯାଇପାରେ। ନିକଟ ଅତୀତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ ଆୟକର ବିଭାଗ (ଆଇଟି)କୁ ବ୍ୟବହାର କରାଯାଇ ଅନେକଙ୍କ ବିରୋଧରେ ମାମଲା ହୋଇଥିବା ନଜରକୁ ଆସିଛି।
କୁହାଯାଇଥାଏ, ଚାଇନା ଭଳି କମ୍ୟୁନିଷ୍ଟ ରାଷ୍ଟ୍ରରେ ବାକ୍‌ ସ୍ବାଧୀନତା ଉପରେ ପ୍ରତିବନ୍ଧକ ଲାଗିଛି। ହେଲେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଏଠାକାର ଶାସନ ପଦ୍ଧତି ସ୍ବଚ୍ଛ ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ବାସ୍ତବରେ ତାହାକୁ ତଳେଇ କରି ଦେଖିଲେ ବିରୋଧାଭାସ ପରିଲକ୍ଷିତ ହେଉଛି। କିଛି ବର୍ଷ ହେବ ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଏକଜିଦିଆପଣ କାବୁ କରିଦେଇଥିବାରୁ ଅନେକଙ୍କୁ ମୁହଁ ଖୋଲିବା ପୂର୍ବରୁ ବହୁ ଥର ଚିନ୍ତା କରିବାକୁ ପଡ଼ୁଛି। ଏଥିରୁ ବୁଝିବାକୁ ହେବ ଯେ, ଭାରତବାସୀ ଏକ ସଙ୍କୁଚିତ ସ୍ବାଧୀନତା ଦେଇ ଗତିକରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri