Posted inଜାତୀୟ

ଜିନପିଙ୍ଗ୍‌ଙ୍କ ଭଳି ରାଜନାଥ ମଧ୍ୟ ଦେଲେ ଜବାବ…

ନୂଆଦିଲ୍ଲୀ/ବେଜିଂ,୧୦।୧୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବରିଷ୍ଠ ସେନା କମାଣ୍ଡୋମାନଙ୍କୁ କହିଛନ୍ତି ଯେ କୌଣସି ପରିସ୍ଥିତି ଲାଗି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ। ଏହି ପ୍ରସ୍ତୁତି ଉଚ୍ଚ ସ୍ତରୀୟରେ ହେବା ଜରୁରୀ। ସାମରିକ କମାଣ୍ଡର ସମ୍ମିଳନୀରେ ସୁରକ୍ଷା ତଥା ଜାତୀୟ ସାବଭୌମତ୍ୱ ସୁନିଶ୍ଚିତ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ସେନାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନା ଏବଂ ଏହାର ନେତୃତ୍ୱ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସମସ୍ତ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ହେବା ଜରୁରୀ ।

ଏହାର ସୀମା ରକ୍ଷା କରିବା ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବା ବ୍ୟତୀତ ନାଗରିକ ପ୍ରଶାସନକୁ ସାହାଯ୍ୟ କରିବାରେ ସେନାର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଛନ୍ତି। ବିଶେଷ ବୈଷୟିକ ଜ୍ଞାନକୌଶଳର ବିକାଶ ତଥା ପ୍ରାଥମିକ ଏକାଡେମିକ ଅନୁଷ୍ଠାନ ସମେତ ସିଭିଲ ଇଣ୍ଡଷ୍ଟ୍ରିର ସହଯୋଗରେ ଆତ୍ମନିର୍ଭରଶୀଳତା ଦିଗରେ ଅଗ୍ରଗତି ପାଇଁ ସେନାର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ନଭେମ୍ବର ୧୧ପର୍ଯ୍ୟନ୍ତ ସାମରିକ କମାଣ୍ଡର ସମ୍ମିଳନୀ ଜାରି ରହିବ। ଏହି ସମୟ ମଧ୍ୟରେ, ସେନାର ଶୀର୍ଷ ନେତୃତ୍ୱ ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ଏବଂ ସାମ୍ପ୍ରତିକ ସୁରକ୍ଷା ବ୍ୟବସ୍ଥା ପାଇଁ ଆହ୍ବାନ ଉପରେ ବିଚାର କରାଯିବ।

ତାଇୱାନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଦେଶର ଜାତୀୟ ସୁରକ୍ଷା ପ୍ରତି ଅସ୍ଥିରତା ଆଶଙ୍କା ବଢ଼ାଇବା ସହ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ସହିତ ଲଢ଼ିିବାକୁ, ଜିତିବା ଏବଂ କ୍ଷମତା ବୃଦ୍ଧି ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ କୌଣସି ନିର୍ଦ୍ଦିଷ୍ଟ ଦେଶର ନାମ ନେଇ ନଥିଲେ।
ଜିନପିଙ୍ଗଙ୍କ ଭଳି ରାଜନାଥ ମଧ୍ୟ କାହାର ନାମ ନନେଇ ଭାରତୀୟ ସେନାଙ୍କୁ ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଜିନପିଙ୍ଗଙ୍କ ମନ୍ତବ୍ୟ ଉପରେ ଏଭଳି କହି ରାଜନାଥ ଉପଯୁକ୍ତ ଜବାବ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri