Posted inଜାତୀୟ

କଂଗ୍ରେସ ଭଳି ଭାଜପା ମଧ୍ୟ ହେବ ଶେଷ: ଅଖିଳେଶ …

କୋଲକାତା,୧୯।୩ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ବିରୋଧୀ ଦଳ ଶାସକ ଭାରତୀୟ ଜନତା ଦଳକୁ କ୍ଷମତାରୁ ହଟାଇବା ପାଇଁ ଏକ ବଡ ରାଜନୈତିକ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପ୍ରୟାସରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି।

କୋଲକାତାରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ଅଖିଳେଶ କହିଛନ୍ତି ଯେ ବିରୋଧୀ ଦଳ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଯୋଗୁ ଭାରତୀୟ ଜନତା ପାର୍ଟି(ଭାଜପା) ଆଗାମୀ ଦିନରେ କଂଗ୍ରେସ ପରି ରାଜନୈତିକ ସ୍ତରରେ ସମାପ୍ତ ହେବ। ଜାତି ଜନଗଣନା ଉପରେ ଗୁରୁତ୍ୱ ଦେଇ ଅଖିଳେଶ କହିଛନ୍ତି ଯେ ଏହା ୨୦୨୪ ଲୋକସଭା ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହେବ।

ପୂର୍ବରୁ କଂଗ୍ରେସ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିଲା ଏବଂ ବର୍ତ୍ତମାନ ଭାଜପା ମଧ୍ୟ ତାହା କରୁଛି। କଂଗ୍ରେସ ବର୍ତ୍ତମାନ ଶେଷ ହୋଇଛି। ଭାଜପାର ମଧ୍ୟ ସମାନ ସ୍ଥିତି ହେବାକୁ ଯାଉଛି।

ୟୁପିଏ-୨ ଶାସନ ସମୟରେ ଜାତି ଭିତ୍ତିକ ଜନଗଣନା କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିବାବେଳେ ଦଳ ନିଜ ଲକ୍ଷ୍ୟରୁ ଦୂରେଇ ଯାଇଥିଲା। ଅଖିଳେଶ କହିଛନ୍ତି, ’ଆମେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାତିଗତ ଜନଗଣନା କରନ୍ତୁ ବୋଲି ଚାହୁଁଛୁ। ଅନେକ ନେତା ଏହା ଦାବି କରୁଛନ୍ତି। କିନ୍ତୁ କଂଗ୍ରେସ ପରି ଭାଜପା ମଧ୍ୟ ଏହା କରିବାକୁ ଆଗ୍ରହୀ ନୁହଁନ୍ତି।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିରୋଧୀ ଦଳର ସୂତ୍ର କ’ଣ ହେବ ବୋଲି ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି ଯେ ଏହା ପ୍ରକାଶ କରାଯିବ ନାହିଁ। ଆମେ ବିରୋଧୀ ଦଳର ସୂତ୍ର ପ୍ରକାଶ କରିବୁ ନାହିଁ । ଆମର ଲକ୍ଷ୍ୟ ହେଉଛି ଭାଜପାକୁ ପରାସ୍ତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri