Posted inଜାତୀୟ

ବିମାନ ଭଳି ସୁବିଧା ମିଳିବ ରେଳରେ, ପ୍ରସ୍ତୁତ ୫୧ ହଜାର ‘ରେଳ କର୍ମଯୋଗୀ’

ନୂଆଦିଲ୍ଲୀ,୬ ।୫: ରେଳ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଯାତ୍ରାରୁ ବାହାର କରି ଉତ୍ସାହ ଭରା ଯତ୍ରା ଯୋଗାଇ ଦେବାକୁ ରେଳ ମନ୍ତ୍ରଣାଳୟ ମିଶନ କର୍ମଯୋଗୀ ଭଳି ଏକ ବିଶେଷ ରାସ୍ତା ବାଛିଛି । ରେଲୱେ ତା’ର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ଇଣ୍ଟରନାଲ ପର୍ସନାଲିଟି ଡେଭଲପମେଣ୍ଟ କୋର୍ସ ଆରମ୍ଭ କରିଛି । ଏହି କୋର୍ସର ନାମ ‘କର୍ମଯୋଗୀ’ ରଖାଯାଇଛି । ଏକ ସପ୍ତାହର ଏହି ବ୍ୟବସ୍ଥିତ ତାଲିମ ରେଲୱେର ସମସ୍ତ ଷ୍ଟେଶନ ମାଷ୍ଟର, ଟିକେଟ କଲେକ୍ଟର, ଟିକେଟ କାଉଣ୍ଟରର କର୍ମଚାରୀ ଓ ଯାତ୍ରୀ ସେବା ସହ ସିଧାସଳଖ ଯୋଡି ହେଉଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଦିଆଯିବ ।
ଏବେ ସିଗ୍ରେଡର ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଏହି କୋର୍ସ କରିବା ବାଧ୍ୟତାମୂଳକ କରାଯାଇଛି । ରେଲୱେ ଏହି ଇଣ୍ଟରନାଲ ଟ୍ରେନିଂ ସମ୍ପୁର୍ଣ୍ଣ ଭାବେ ମାଗଣାରେ ଦେଉଛି । ଏହାକୁ କରିବା ପାଇଁ ଅଫିସରୁ ଛୁଟି ନେବା ଦରକାର ପଡିବ ନାହିଁ । ଏହି ଟ୍ରେନିଂ ସମୟର ଦିନ ଗୁଡିକୁ କାର୍ଯ୍ୟ ଦିବସ ଭାବେ ଗଣାଯିବ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରେଲୱେ ଟ୍ରାନ୍ସପୋର୍ଟ ମ୍ୟାନେଜମେଣ୍ଟ ଏହି ଟ୍ରେନିଂ ଦେବ । ରେଲୱେ କର୍ମଚାରୀ ଯେଉଁମାନେ ସିଧାସଳଖ ଯାତ୍ରୀଙ୍କ ସମ୍ପର୍କରେ ଆସୁଛନ୍ତି ସେମାନଙ୍କର ଇଣ୍ଟରଆକ୍ସନ କ୍ୱାଲିଟିକୁ ବୃଦ୍ଧି କରିବାରେ ଏହି ଟ୍ରେନିଂ ସାହାଯ୍ୟ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri