କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା। ଷ୍ଟାଡିୟମର ଚତୁଃପାର୍ଶ୍ୱ ଚକାଚକ ଦେଖା ଯାଉଥିଲା। ବିଦ୍ୟୁତକରଣ ସହ ଆବଶ୍ୟକ ଅନୁସାରେ ଷ୍ଟାଡିୟମର ସମସ୍ତ ସାମଗ୍ରୀ ଲଗାଇ ଯାଇଥିଲା। ଆଜକୁ ପ୍ରାୟ ତିନି ବର୍ଷ ବିତିଗଲାଣି ଉକ୍ତ ଷ୍ଟାଡିୟମର ରକ୍ଷଣାବେକ୍ଷଣ ଅଭାବରୁ ୬୦%ଭାଗ ଲାଇଟ୍ ଅଚଳ ହୋଇ ପଡ଼ିଛି। କ୍ରୀଡ଼ା ପ୍ରେମୀମାନେ ବିଭିନ୍ନ ଖେଳ ଖେଳିଲା ବେଳେ ଷ୍ଟାଡିୟମ ଭିତରେ ଅନ୍ଧାର ଦେଖାଯାଉଛି। ଏହି ଇଣ୍ଡୋର ଷ୍ଟାଡିୟମ ଲାଇଟ୍ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଦେଖାଯାଉଛି।
ଏ ନେଇ ପିଡବ୍ଲ୍ୟୁଡି ବିଭାଗର ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କରଙ୍କୁ ପଚାରିବାରୁ ମୋତେ କେହି ବି ଏହି ବିଷୟ ଅଭିଯୋଗ କରି ନାହାନ୍ତି, ତଥାପି ମୁଁ ତଦନ୍ତ କରି ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।