ସର୍ଜରୀ ସମୟରେ ହାତରେ ଲାଗିଥିଲା ଟାଇଟେନିୟମ ପ୍ଲେଟ୍‌, ବିଜୁଳି ମାରିବାରୁ ଘଟିଲା ଏମିତି

ଲଣ୍ଡନ,୧୭ା୭: ଝଡ଼ ତୋଫାନ ସମୟରେ ସେଲ୍‌ଫି ନେବା ବାରମ୍ବାର ମନା କରାଯାଉଥିଲେ ମଧ୍ୟ ୩ ଭାଇ ଭଉଣୀଙ୍କୁ ମହଙ୍ଗା ପଡ଼ିଛି। ଗଛ ତଳେ ଠିଆ ହୋଇ ସେଲ୍‌ଫି ନେଉଥିବା ବେଳେ ବିଜୁଳି ମାରିବାରୁ ୩ ଭାଇ ଭଉଣୀ ତଳେ ପଡ଼ି ବେହୋସ ହୋଇଗଲେ। ଯେତେବେଳେ ହୋସ୍‌ ଆସିଲା ସେତେବେଳେ ଦେଖିଲେ ସେମାନେ ହସ୍ପିଟାଲ ବେଡ୍‌ରେ। ଏହି ଘଟଣା କେମିତି ହେଲା ସେମାନେ ନିଜେ ବି ଜାଣିନାହାନ୍ତି।

ଏପରି ଘଟଣା ଘଟିଛି ଇଂଲଣ୍ଡର ଇଷ୍ଟ ମୌଲେସିରେ। ୩ ଭାଇ ଭଉଣୀ ରାଚେଲ, ଇସୋବେଲ୍‌ ଏବଂ ଆଣ୍ଡ୍ରିୟୁ ଏକ ଗଛ ତଳେ ଠିଆ ହୋଇ ସେଲ୍‌ଫି ନେଉଥିଲେ। ଏହି ସମୟରେ ବିଜୁଳି ମାରିବାରୁ ୩ ଜଣ ବେହୋସ ହୋଇ ପଡ଼ିଯାଇଥିଲେ। ଇସୋବେଲ୍‌ କୁହନ୍ତି, ଆମେ ଭାଇଭଉଣୀ ମିଶି ମାଉସୀଙ୍କ ଘରକୁ ଯାଉଥିଲୁ। ଏହି ସମୟରେ ପରିସ୍ରା ଲାଗିଲା। ତେଣୁ ଭାଇ ଭଉଣୀ ତିନିଜଣ ଏକ ଗଛ ମୂଳେ ଠିଆ ହେଲୁ। ଖୁସି ହୋଇ ସେଲ୍‌ଫି ନେଉଥିଲୁ। ବର୍ଷାରେ ଭିଜି ଫଟୋ ବି ଉଠାଇଲୁ। ହଠାତ୍‌ ବିଜୁଳ ମାରିବାରୁ ମୁଁ ତଳେ ପଡ଼ିଗଲି। ସେହିପରି ରେଚେଲ କୁହନ୍ତି, ତାଙ୍କ ଜଙ୍ଘ ଏବଂ ପେଟ ଜଳି ଯାଇଛି। ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ସୌଭାଗ୍ୟବଶତଃ ତିନିଜଣ ଯାକ ବଞ୍ଚି ଯାଇଛନ୍ତି। ଏବେ ସେମାନଙ୍କୁ ସେଣ୍ଟ୍‌ ଜଜ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ରାଚେଲ କୁହନ୍ତି, ମୋ ଭଉଣୀ ହାତରେ ଟାଇଟେନିୟମ ପ୍ଲେଟ୍‌ ଲାଗିଥିବାରୁ ବହୁତ ଗରମ ଥିଲା। ତେଣୁ ତାଙ୍କ ଦେହ ଅଧିକାଂଶ ଜଳିଗଲା। ଈଶ୍ୱରଙ୍କ ଧନ୍ୟବାଦ ଆମ ଭାଇ-ଭଉଣୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri