ଗଛ ମୂଳେ ଆଶ୍ରୟ ନେବା ହେଲା କାଳ

ଆନନ୍ଦପୁର/ଘସିପୁରା,୨୭। ୬: ରବିବାର ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ନାରଙ୍ଗପୁର ଗ୍ରାମର ୪ ଜଣ ଚାଷୀ ରାଇପୁରଠାରେ ଥିବା ଚାଷ ଜମିରେ ତଳି ପକାଇବାକୁ ଆସିଥିଲେ। ବର୍ଷା ହେବାରୁ ସମସ୍ତ ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ କାହ୍ନୁ ଚରଣ ସାହୁ (୬୫) ନାମକ ଜଣେ ଚାଷୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।