ଗାଈ ଚରାଉଥିବା ସମୟରେ ବଜ୍ରପାତ, ଚାଲିଗଲା କୃଷକଙ୍କ ଜୀବନ

ସିଂହପୁର,୨୫ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର ଅଭିରାମ ସେଠୀ (୪୦) ଶନିବାର ଅପରାହ୍ନରେ ବିଲରେ ଗାଈ ଚରାଉଥିବା ସମୟରେ ବଜ୍ରପାତରେ ମୃତ୍ୟୁ ହୋଇଛି। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତଦେହ ଯାଜପୁର ଜିଲା ଚିକିତ୍ସାଳୟ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଜଣେ ଗରିବ ଦିନ ମଜୁରିଆ ଲୋକ। ଘରେ ସ୍ତ୍ରୀ ଓ ଚାରିଝିଅ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଏବେ ପରିବାର ଭରଣପୋଷଣ ପାଇଁ ଜରୀ ସରପଞ୍ଚ ନନ୍ଦକିଶୋର ମଲିକ, ପ୍ରଦ୍ୟୁମ୍ନ ପାତ୍ର, ସନ୍ଧ୍ୟାରାଣୀ ପାତ୍ର, ମନୋଜ ସାମଲ, ଉମେଶ ଦାସ, ପ୍ରସନ୍ନ ନାୟକ, ପ୍ରଭାସ ନାୟକ, ସୁଶାନ୍ତ ଧଳ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିବା ସହ ଅଭିରାମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।