ଚାଷଜମିରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ବାପ-ଝିଅଙ୍କ ସହ ଚାଲିଗଲା ମାଉସୀଙ୍କ ଜୀବନ

ପଟାଙ୍ଗି,୧୪ା୫(ଶରତ କୁମାର ଧଳ): ଦଇବ ଦାଉ ସାଧିଲା। ଚାଷଜମିରେ କାମ କରୁଥିବା ସମୟରେ ହଠାତ୍‌ ବିଜୁଳି ମାରିବାରୁ ଗୋଟିଏ ଗ୍ରାମର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହିପରି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରି ଦେଇଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ଅଧୀନରେ ରହିଥିବା କନ୍ଧପୁଟାବନ୍ଧ ଗ୍ରାମରେ ବସବାସ କରୁଥିବା ଗୋଟିଏ ପରିବାରର ବାପ-ଝିଅଙ୍କର ମୃତ୍ୟୁ ଘଟିଥିବା କରିଥିବା ସହ ଅନ୍ୟ ଜଣେ ସମ୍ପର୍କୀୟ ମାଉସୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଗେମେଲ କ୍ରିଷ୍ଣା, ଝିଅ ଗେମେଲ କମି ଓ ସ୍ତ୍ରୀ ଗେମେଲ ଓ୍ବାଲସି ପ୍ରମୁଖ ତିନି ଜଣ ନିଜ ଜମିରେ କାମ ସାରି ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସ୍ତ୍ରୀ ଓ୍ବାଲସି ଚାଲି ଚାଲି କିଛି ଦୂର ବାଟ ଚାଲି ଯାଇଥିଲେ । ଏହି ସମୟରେ ହଠାତ୍‌ ବର୍ଷା ହେବା ସହ ଘଡ଼ଘଡ଼ି ବିଜୁଳି ମାରିବା ଫଳରେ ବାପ କ୍ରିଷ୍ଣା ଏବଂ ଝିଅ କମି ଦୁହେଁ ଜମିର ନିକଟସ୍ଥ ଏକ ଗଛ ମୂଳକୁ ଯାଇ ଆଶ୍ରୟ ନେବା ସମୟରେ ବିଜୁଳି ଟି ଉକ୍ତ ଗଛ ଉପରେ ପଡ଼ିଥିଲା । ଯାହାଫଳରେ ସେହି ଗଛ ଉପରେ ପଡିଥିବା ବିଜୁଳି ଆଘାତରେ ବାପ-ଝିଅଙ୍କର ମୃତ୍ୟୁ ଘଟିଛି।

ସେହିପରି ଅନୁରୂପ କିଛି ଦୂରରେ ନିଜ ଚାଷଜମିରେ କାମ କରୁଥିବା ଅନ୍ୟଜଣେ ଯଥା ଉପରୋକ୍ତ ମୃତ କ୍ରିଷ୍ଣାଙ୍କ ସମ୍ପର୍କୀୟ ମାଉସୀ ଗେମେଲ ତୁମ୍ବାଇ ମଧ୍ୟ ବର୍ଷା ଘଡ଼ଘଡ଼ି ବିଜୁଳିରୁ ନିଜକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହିପରି ଦୁଃଖଦ ଘଟଣାର ଖବର ପାଇ ଉକ୍ତ ପଞ୍ଚାୟତର ପେଦାପାଡୁ ଗ୍ରାମର ଜଣେ ସମାଜସେବୀ ସୁବାସ ଗାଲୁଙ୍ଗୁ ବୋଇ ଏବଂ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ
ଘଟଣା ଅନୁଧ୍ୟାନ କରି ସହଯୋଗର ହାତ ବଢ଼ାଇ ମୃତକ ତିନି ଜଣଙ୍କୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପାଇଁ ବ୍ୟବସ୍ଥା କରିଥିଲେ। ସେହିପରି ଜୋନ୍‌ ୨ ଜିଲାପରିଷଦ ସଭ୍ୟ ଲଇଚନ ଖରା ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସହ ଆଲୋଚନା କରି ମୃତଙ୍କ ପରିବାରକୁ କିପରି ସରକାରୀ ସହାୟତା ମିଳିବ ସେନେଇ ଆଲୋଚନା କରିଥିଲେ।

ଏନେଇ ତହସିଲଦାର ଧାରୁଆଙ୍କୁ ପଚାରିବାରୁ ମୃତକ ତିନି ଜଣଙ୍କ ବ୍ୟବଚ୍ଛେଦ ହେବା ପରେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ରିପୋର୍ଟ କିପରି ତୁରନ୍ତ ପ୍ରସ୍ତୁତ ହୋଇ ପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ଏବଂ ନିୟମ ଅନୁସାରେ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ବିଜୁଳି ମାରିବା ପ୍ରଭାବରୁ ମୃତ କ୍ରିଷ୍ଣାଙ୍କ ସ୍ତ୍ରୀ ଓ୍ବାଲସି ଏବଂ ଅନ୍ୟଜଣେ ହନ୍ତାଳ ରମେଶ ଅଳ୍ପ୍‌କେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri