ଚାଷଜମିରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ବାପ-ଝିଅଙ୍କ ସହ ଚାଲିଗଲା ମାଉସୀଙ୍କ ଜୀବନ

ପଟାଙ୍ଗି,୧୪ା୫(ଶରତ କୁମାର ଧଳ): ଦଇବ ଦାଉ ସାଧିଲା। ଚାଷଜମିରେ କାମ କରୁଥିବା ସମୟରେ ହଠାତ୍‌ ବିଜୁଳି ମାରିବାରୁ ଗୋଟିଏ ଗ୍ରାମର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହିପରି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରି ଦେଇଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ଅଧୀନରେ ରହିଥିବା କନ୍ଧପୁଟାବନ୍ଧ ଗ୍ରାମରେ ବସବାସ କରୁଥିବା ଗୋଟିଏ ପରିବାରର ବାପ-ଝିଅଙ୍କର ମୃତ୍ୟୁ ଘଟିଥିବା କରିଥିବା ସହ ଅନ୍ୟ ଜଣେ ସମ୍ପର୍କୀୟ ମାଉସୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଗେମେଲ କ୍ରିଷ୍ଣା, ଝିଅ ଗେମେଲ କମି ଓ ସ୍ତ୍ରୀ ଗେମେଲ ଓ୍ବାଲସି ପ୍ରମୁଖ ତିନି ଜଣ ନିଜ ଜମିରେ କାମ ସାରି ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସ୍ତ୍ରୀ ଓ୍ବାଲସି ଚାଲି ଚାଲି କିଛି ଦୂର ବାଟ ଚାଲି ଯାଇଥିଲେ । ଏହି ସମୟରେ ହଠାତ୍‌ ବର୍ଷା ହେବା ସହ ଘଡ଼ଘଡ଼ି ବିଜୁଳି ମାରିବା ଫଳରେ ବାପ କ୍ରିଷ୍ଣା ଏବଂ ଝିଅ କମି ଦୁହେଁ ଜମିର ନିକଟସ୍ଥ ଏକ ଗଛ ମୂଳକୁ ଯାଇ ଆଶ୍ରୟ ନେବା ସମୟରେ ବିଜୁଳି ଟି ଉକ୍ତ ଗଛ ଉପରେ ପଡ଼ିଥିଲା । ଯାହାଫଳରେ ସେହି ଗଛ ଉପରେ ପଡିଥିବା ବିଜୁଳି ଆଘାତରେ ବାପ-ଝିଅଙ୍କର ମୃତ୍ୟୁ ଘଟିଛି।

ସେହିପରି ଅନୁରୂପ କିଛି ଦୂରରେ ନିଜ ଚାଷଜମିରେ କାମ କରୁଥିବା ଅନ୍ୟଜଣେ ଯଥା ଉପରୋକ୍ତ ମୃତ କ୍ରିଷ୍ଣାଙ୍କ ସମ୍ପର୍କୀୟ ମାଉସୀ ଗେମେଲ ତୁମ୍ବାଇ ମଧ୍ୟ ବର୍ଷା ଘଡ଼ଘଡ଼ି ବିଜୁଳିରୁ ନିଜକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହିପରି ଦୁଃଖଦ ଘଟଣାର ଖବର ପାଇ ଉକ୍ତ ପଞ୍ଚାୟତର ପେଦାପାଡୁ ଗ୍ରାମର ଜଣେ ସମାଜସେବୀ ସୁବାସ ଗାଲୁଙ୍ଗୁ ବୋଇ ଏବଂ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ
ଘଟଣା ଅନୁଧ୍ୟାନ କରି ସହଯୋଗର ହାତ ବଢ଼ାଇ ମୃତକ ତିନି ଜଣଙ୍କୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପାଇଁ ବ୍ୟବସ୍ଥା କରିଥିଲେ। ସେହିପରି ଜୋନ୍‌ ୨ ଜିଲାପରିଷଦ ସଭ୍ୟ ଲଇଚନ ଖରା ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସହ ଆଲୋଚନା କରି ମୃତଙ୍କ ପରିବାରକୁ କିପରି ସରକାରୀ ସହାୟତା ମିଳିବ ସେନେଇ ଆଲୋଚନା କରିଥିଲେ।

ଏନେଇ ତହସିଲଦାର ଧାରୁଆଙ୍କୁ ପଚାରିବାରୁ ମୃତକ ତିନି ଜଣଙ୍କ ବ୍ୟବଚ୍ଛେଦ ହେବା ପରେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ରିପୋର୍ଟ କିପରି ତୁରନ୍ତ ପ୍ରସ୍ତୁତ ହୋଇ ପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ଏବଂ ନିୟମ ଅନୁସାରେ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ବିଜୁଳି ମାରିବା ପ୍ରଭାବରୁ ମୃତ କ୍ରିଷ୍ଣାଙ୍କ ସ୍ତ୍ରୀ ଓ୍ବାଲସି ଏବଂ ଅନ୍ୟଜଣେ ହନ୍ତାଳ ରମେଶ ଅଳ୍ପ୍‌କେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri