Posted inରାଜ୍ୟ

ଆମ ପାଇଁ ଅତ୍ୟନ୍ତ ବିପଜ୍ଜନକ ବଜ୍ରପାତ, ଜାଣନ୍ତୁ ରକ୍ଷା ପାଇବେ କିପରି

ଭୁବନେଶ୍ୱର,୧୭ା୩: ବଜ୍ରପାତ ବା ବିଜୁଳି ଆମ ପାଇଁ ଅତ୍ୟନ୍ତ ବିପଜ୍ଜନକ। କାରଣ ଏଥିରେ ୧୦ କୋଟିରୁ ୧୦୦ କୋଟିର ବିଦ୍ଯୁତି ଶକ୍ତି ଏବଂ ପ୍ରଚୁର ପରିମାଣର ଉତ୍ତାପ (ହାରାହାରି ୩୫୦୦ ଡ଼ିଗ୍ରୀ ଫାରେନ୍ହାଇଟ୍ /୨୦୦୦ ଡ଼ିଗ୍ରୀ ସେଲସିୟସ) ରହିଥାଏ। ଏହି ତାପମାତ୍ରାରେ ଏହା ଧାତୁକୁ ତରଳାଇବା ସହ ବାଲିକୁ କାଚରେ ମଧ୍ଯ ପରିଣତ କରିପାରେ।

ତେଣୁ ଅନେକ ସମୟରେ ବିଜୁଳି ପ୍ରଭାବରେ ସୃଷ୍ଟି ଏହି ଉଚ୍ଚ ତାପମାତ୍ରା ରେ ନଡ଼ିଆ,ତାଳ ଗଛ ପ୍ରଭୃତି ଜଳୁଥିବାର ଦେଖା ଯାଇଥାଏ। ତେଣୁ ଏହା ଆମ ପାଇଁ ଅତ୍ୟନ୍ତ ବିପଦଜନକ ଏବଂ ବିପର୍ଯ୍ୟୟ ସୃଷ୍ଟି କରେ। ବିଜୁଳି ଘଡଘଡି ସମୟରେ ନିଜକୁ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ ଆଗକୁ ଖରା ଦିନ କାଳବୈଶାଖୀ ପ୍ରଭାବରେ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଲୋକମାନଙ୍କୁ ସତର୍କତା ବାର୍ତ୍ତା ଦିଆଯାଇଛି।

କ’ଣ କରିବା ଉଚିତ୍

  • ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ଚତ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ।
  • ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାଘର ଭିତରକୁ ଚାଲି ଆସନ୍ତୁ।
  • ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ିକରି ରୁହନ୍ତୁ।
  • ମୋଟା ଛାତ ଛାତ ଥିବା ଗାଡ଼ି ଯଥା କର, ବସ୍ ଆଦି ଯାନ ମଧ୍ୟ ଜିରାପଦ ଅଟେ।
  • ବିଦ୍ୟୁତ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ।
  • ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଯାଜି ଜୁକି ହୋଇ ରହିଯାଆନ୍ତୁ! ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ନିଜେ ଯଥାସାଧ୍ୟ କମ୍ ଉଚ୍ଚତାରେ ରୁହନ୍ତୁ।
  • ମୁଣ୍ଡ ବାଳ ଠିଆ ଠିଆ ହୋଇଗରେ ନିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶଳ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ି ଚାଲି ଯାଆନ୍ତୁ।
  • ଯଦି ଗାଡ଼ି ଚଲାଉଥାନ୍ତି, ଏହାକୁ ଆସ୍ତେ ଚଢାନ୍ତୁ, ଗଛ କିମ୍ବା ଇଲେକ୍ଟ୍ରି ଲାଇନ୍ ଠାକୁ ଯଥା ସମ୍ଭବ ଦୂରରେ ରୁହନ୍ତୁ ।
  • ପୋଖରୀ ଅଥବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ । ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ଯଥାଶୀଘ୍ର ବାହାରି ଆସନ୍ତୁ।
  • ବଜ୍ରପାତର ସମ୍ଭାବନା ଦେଖାଦେଲେ ଗୃହପାଳିତ ପଶୁମାନଙ୍କୁ ବାହାରେ ନ ଛାଡ଼ି ଘର ଭିତରେ ରଖନ୍ତୁ।

କ’ଣ ନ କରିବା ଉଚିତ୍

  • ଦିଦ୍ୟୁତ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ ବ୍ୟବହାର କରନ୍ତୁ ନାହିଁ।
  • ଖୋଲା ଘର କିମ୍ବା ତମ୍ବୁ ତଳେ ଆଶ୍ରୟ ଏ ସମୟରେ ନିରାପଦ ନୁହେଁ।
  • ଗଛ ତଳେ ବା କୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ।
  • ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡି ଉଡ଼ାକୁ ନାହିଁ! ନାଳରେ ମାଛ ଧାରା ବନିଶୀ, ଲୁହା ଲୁହାଛଡ଼ ଧରନ୍ତୁ ନାହିଁ।
  • କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ।
  • ଲୁହା ଖୁମ୍ବ, ଲୁହାଛଡ଼ ଏବଂ ଲୁଗା ଶୁଖାଇବା ତାର ଠାରୁ ଦୂରରେ ରୁହନ୍ତୁ।
  • ସାଇକେଲ ଚାଲାନ୍ତୁ ନାହିଁ କିମ୍ବା ଖୋଲା ଗାଡ଼ିରେ ବୁଲାନ୍ତୁ ନାହିଁ।
  • ଗୃହ ପାଳିତ ପଶୁଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧି ରଖନ୍ତୁ ନାହିଁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri