ଲଘୁଚାପଜନିତ ବର୍ଷା, ଚାଷୀ ଆଶ୍ୱସ୍ତ

ବାଲେଶ୍ୱର ଅଫିସ, ୫।୮-ବାଲେଶ୍ୱର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଚାଷୀକୁଳ ଆଶ୍ୱସ୍ତ ହୋଇଛନ୍ତି। ଗତ ସୋମବାରଠାରୁ ଜିଲାରେ ମୋଟ୍‌ ୩୩୮ମି.ମି. ବର୍ଷା ହୋଇଥିବା ବେଳେ ହାରାହାରି ୨୮.୧୭ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ବାହାନଗା ବ୍ଲକରେ ସର୍ବାଧିକ ୮୫ମି.ମି. ବର୍ଷା ହୋଇଛି। ସୋରରେ ୫୬ମି.ମି., ଖଇରାରେ ୨୪, ଔପଦାରେ ୩୯, ରେମୁଣାରେ ୩୩ମି.ମି., ସଦରରେ ୩୫ମି.ମି., ଜଳେଶ୍ୱରରେ ୩୧ମି.ମି., ନୀଳଗିରିରେ ୧୯ମି.ମି., ବାଲିଆପାଳରେ ୯ମି.ମି., ଭୋଗରାଇରେ ୫ମି.ମି. ଓ ବସ୍ତାରେ ୦ ମି.ମି. ବର୍ଷା ହୋଇଥିବା ଜଣାପଡ଼ିଛି।
ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀ ବର୍ଷା ପହଞ୍ଚିଥିବା ବେଳେ ଜିଲାରେ ଅଳ୍ପ ବର୍ଷା କାରଣରୁ ଚାଷ କାର୍ଯ୍ୟ ପାଇଁ ଯଥେଷ୍ଟ ଆଗେଇ ପାରି ନ ଥିଲା। ଜିଲାର ରେମୁଣା, ସଦର, ନୀଳଗିରି, ବାଲିଆପାଳ, ଜଳେଶ୍ୱର, ବସ୍ତା, ଭୋଗରାଇ ଆଦି ବ୍ଲକରେ ବର୍ଷା ଅଭାବ କାରଣରୁ ଚାଷ କାର୍ଯ୍ୟ ପଛରେ ପଡ଼ିଛି। ଜିଲାରେ ୨ଲକ୍ଷ ୧୯ହଜାର ୩୭୮ ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ସେଥିମଧ୍ୟରୁ ପ୍ରାୟ ୧ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଅବଶିଷ୍ଟ ଜମିରେ ଚାଷ ବର୍ଷା ଜଳ ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ସୁଦ୍ଧା ୪୬ହଜାର ହେକ୍ଟର ଜମିରେ ରୁଆ ସରିଥିବା ବେଳେ ୧୮୨୫ ହେକ୍ଟର ଜମିରେ ବୁଣା ହୋଇଛି। ବର୍ଷା ଅଭାବରୁ ପ୍ରାୟ ୧ଲକ୍ଷ ୪୮ହଜାର ହେକ୍ଟର ଜମି ପଡ଼ିଆ ପଡ଼ିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଚଳିତବର୍ଷ ମେ’ରେ ୨୧୮.୮ ମି.ମି. ବର୍ଷା ହୋଇଥିବା ବେଳେ ଜୁନ୍‌ରେ ୧୪୮.୪ ମି.ମି. ଓ ଜୁଲାଇରେ ୧୩୧.୧ ମି.ମି. ବର୍ଷା ହୋଇଛି। ଗତ ୨୦୧୯ ଜୁନ୍‌ରେ ୧୩୪.୧ ମି.ମି., ଜୁଲାଇରେ ୧୯୪.୬ ମି.ମି., ଅଗଷ୍ଟରେ ୨୩୩.୧ମି.ମି. ଓ ସେପ୍ଟେମ୍ବରରେ ୩୪୭.୮ ମି.ମି. ବର୍ଷା ହୋଇଥିବା ବେଳେ ଚାଷ ପାଇଁ ବର୍ଷା ଜଳ ମଧ୍ୟ କମ୍‌ ପଡ଼ିଥିଲା। ଚାଷ ପାଇଁ ଲଗାଣ ବର୍ଷା ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହଁି। ଅନ୍ୟପକ୍ଷରେ ବର୍ଷା ବି ସବୁ ସ୍ଥାନରେ ସମାନ ପରିମାଣରେ ହେଉ ନାହଁି। ବର୍ଷାକୁ ଚାହଁି ଚାହଁି ଚାଷୀ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ବି ଠିକଣା ସମୟରେ ବର୍ଷୁନି। ମୌସୁମୀର ଏଭଳି ବ୍ୟତିକ୍ରମକୁ ଦେଖି ଚଳିତବର୍ଷ ଚାଷକାମ ସୁରୁଖୁରୁରେ ହୋଇପାରିବ କି ନାହଁି ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଏ ସମ୍ପର୍କରେ ଜିଲା ପାଣିପାଗ ବିଭାଗ ଅଧିକାରୀ ସୀତାକାନ୍ତ ଭୋଇ କହନ୍ତି, ଚାଷ ପାଇଁ ଯେତିକି ବର୍ଷାର ଆବଶ୍ୟକତା ରହିଛି ଚଳିତବର୍ଷ ତାହା ହୋଇନାହଁି। ୧ହଜାର ମି.ମି. ବର୍ଷା ହେଲେ ଏହାକୁ ସ୍ବାଭାବିକ ବର୍ଷା ଧରାଯାଇଥାଏ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri