ନୀରୋଗ ପାଇଁ ଜୀବନଧାରା

ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ ମଧ୍ୟରୁ ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ୱଚା), ପଞ୍ଚ କର୍ମେନ୍ଦ୍ରିୟ (ବାକ୍‌, ପାଣି, ପାଦ, ପାୟୁ ବା ଗୁଜ ଓ ଉପସ୍ଥ ବା ଲିଙ୍ଗ) ଓ ଏକାଦଶ ଇନ୍ଦ୍ରିୟ ‘ମନ’କୁ ସଂଯୋଗକାରୀ ଇନ୍ଦ୍ରିୟ କୁହାଯାଏ । ଏଣୁ ମନ ଦ୍ୱାରା ଏହି ଦଶଟି ଇନ୍ଦ୍ରିୟର କାର୍ଯ୍ୟ ପରିଚାଳିତ ହୋଇଥାଏ। ଏହି ମନର ସ୍ଥାନ ମସ୍ତିଷ୍କସ୍ଥିତ କପାଳ ମଧ୍ୟସ୍ଥ ଭ୍ରୂଲତା ଦ୍ୱୟ ସଂଯୋଗ ସ୍ଥଳ ଆଜ୍ଞାଚକ୍ରରେ ଉପସ୍ଥିତ।
ତେଣୁ ମନକୁ ନିୟନ୍ତ୍ରଣ କରିବା ଦ୍ୱାରା ଶରୀରର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲେ। ମନର ଆୟଭୂ ଦ୍ୱାରା ମନର ବିକାର କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ଦ୍ୱେଷ ଏହି ଷଡ଼ ରିପୁକୁ ଆୟତ୍ତ କରି ଦମନ କରି ହୁଏ। ଫଳରେ ସତ୍‌ବୁଦ୍ଧି, ଚିନ୍ତା ଦ୍ୱାରା ଶରୀରର ସମସ୍ତ ଗ୍ରନ୍ଥି, ସ୍ରୋତସର କାର୍ଯ୍ୟ ଉତ୍ତମ ରୂପେ ହୋଇଥାଏ। ତେଣୁ କୁହାଯାଇଛି, ”ସତ୍ତ୍ୱ ଆତ୍ମା ଶରୀରଂ ଚ ତ୍ରୟ ମେତତ୍‌ ତ୍ରି ଦଣ୍ଡବତ୍‌“ ଅର୍ଥାତ୍‌ ସାତ୍ତ୍ୱିକ ଭାବ, ଆତ୍ମା ଏବଂ ଶରୀର ଏହି ତିନୋଟି ଦଣ୍ଡ ସଦୃଶ ଧାରଣ କରି ଆମେ ନୀରୋଗ ଜୀବନଯାପନ କରିପାରିବୁ।
ଶରୀର ପୋଷଣ ପାଇଁ ଖାଦ୍ୟ ଆବଶ୍ୟକ। ଖାଦ୍ୟ ମଧ୍ୟ ସାତ୍ତ୍ୱିକ ହେବା ଉଚିତ୍‌।
ଖାଦ୍ୟ ମାନ, ମାତ୍ରା ଓ ସମୟ ମଧ୍ୟ ଠିକ୍‌ ନିର୍ଦ୍ଧାରଣ ହେବା ଉଚିତ।
ଆହାର ଗ୍ରହଣ ପୂର୍ବରୁ ଭଗବାନ୍‌ଙ୍କୁ ଅର୍ପଣ କରିବାକୁ ଅଭ୍ୟାସରେ ପରିଣତ କରନ୍ତୁ। ଏହାଦ୍ୱାରା ଜଣେ ଶାନ୍ତ ମନରେ ଭୋଜନ କରିଥାଏ। ଭୋଜନ ଗ୍ରହଣ ସମୟରେ ବାର୍ତ୍ତାଳାପ ନ କରିବା ବା ଟିଭି ନ ଦେଖି ଖାଦ୍ୟ ସେବନରେ ମନ ନିବେଶ କରିବା ଭଲ। ଖାଇବାର ୧ ଘଣ୍ଟା ପରେ ପାଣି ପିଇବା, ଥଣ୍ଡା ଜିନିଷ, ଆଇସିକ୍ରମ୍‌ ଆଦି ନ ଖାଇବା ଦ୍ୱାରା ପାଚନ ଭଲ ଭାବେ ହୋଇଥାଏ। ବାରମ୍ବାର ଖାଇବା, ଅତ୍ୟଧିକ ପରିମାଣରେ ଖାଇବା, ତେଲ, ମାଛ, ମାଂସ ଓ ଅଣ୍ଡାଦି ଗରିଷ୍ଠ ଭୋଜନ ନିୟମିତ ବା ଅତ୍ୟଧିକ ସେବନ ଶରୀର ପାଇଁ କ୍ଷତିକାରକ। ଖାଦ୍ୟ ଖାଇବା ପରେ ତା’ର ପରିପାକ କ୍ରିୟା ସୂଚାରୁ ରୂପେ ହେବା ଆବଶ୍ୟକ । ଯଦି ଏହାର ପରିପାକ ଠିକ୍‌ ରୂପେ ନ ହୁଏ, ତେବେ ଏହାକୁ ଅପକ୍ୱ ଅନ୍ନ କୁହାଯାଏ। ଏହା ଦ୍ୱାରା ଖାଦ୍ୟ ପେଟରେ ଶଢ଼େ ଏବଂ ଟକ୍ସିକ୍‌ ବା ବିଷ ସୃଷ୍ଟି ହୋଇଥାଏ। ଯଦ୍ଦ୍ବାରା ପ୍ରଥମେ ଏସିଡିଟି (ଅମ୍ଳ) ଅଲ୍‌ସର, ନାଳଝାଡ଼ା, ଆଣ୍ଠୁଗଣ୍ଠିବାତ କୋଲେଷ୍ଟରଲ୍‌ ବଢ଼ିବା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଏହିପରି ଶେଷରେ କ୍ୟାନ୍‌ସର ପରି ଅନେକ ପ୍ରକାର ଭୟଙ୍କର ରୋଗ ଆମ ଶରୀରରେ ସୃଷ୍ଟି ହୋଇଥାଏ ।
ଆମେ ସେବନ କରୁଥିବା ଖାଦ୍ୟ ଷଡ଼ରସ ଯଥା-ମଧୁର, ଅମ୍ଳ, ଲବଣ, କଟୁ, ତିକ୍ତ ଓ କଷାୟ ରସଯୁକ୍ତ ହୋଇଥାଏ ।
ଏହି ଷଡ଼ ରସ ଆହାର ମଧ୍ୟରୁ ‘କଷାୟ’ ରସ ଶୀଘ୍ର ପାକ ହୋଇଥାଏ। ପରିବେଶ ସହ ଆମ ଜୀବନ ଓତପ୍ରୋତ ଭାବେ ଜଡ଼ିତ।
ତେଣୁ ପରିବେଶ ସନ୍ତୁଳନ, ନିର୍ମଳ ଓ ସୁସ୍ଥ ରହିଲେ ଆମ ଜୀବନ ସୁରକ୍ଷିତ ରହିବ।
ଏହାର ସୁପ୍ରଭାବ ପ୍ରକୃତି ଓ ମନରେ ପ୍ରତିଫଳିତ ହୋଇ ଶରୀରରେ ନୂତନ ଉର୍ଜା ଉତ୍ପନ୍ନ ହେବ ।
ବାହ୍ୟ ଆବରଣ ଚର୍ମକୁ ସତେଜ ଓ ବଳବାନ୍‌ କରିବା ସହ ତା’ର କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଶରୀରରେ ସ୍ନାନ ପୂର୍ବରୁ ତୈଳଭ୍ୟଙ୍ଗ କରିବା ଦରକାର। ତେଣୁ ନାସାରେ ଅଣୁତୈଳ ନସ୍ୟନେବା ଦ୍ୱାରା ବାତାଦି ଦୋଷ ପ୍ରଶମନ ହେବା ବା ସ୍ନାୟୁଗୁଡ଼ିକ ସତେଜ ହୋଇ କାର୍ଯ୍ୟକ୍ଷମତା ଓ ରକ୍ତ ସଂଚାଳନ ବଢ଼େ ।
ଶରୀର ପାଇଁ ପ୍ରାତଃ କାଳେ ଶଯ୍ୟାତ୍ୟାଗ ପୂର୍ବକ ଓଁକାର ଉଚ୍ଚାରଣ, ପ୍ରାତଃଭ୍ରମଣ, ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଯୋଗ, ଧ୍ୟାନ, ପ୍ରାଣାୟାମ କରନ୍ତୁ। ଏହାର ଏକ ଘଣ୍ଟା ପରେ ସ୍ନାନ କରି ପୂଜାପାଠ ଶେଷ କରି ହାଲୁକା ଭୋଜନ କରନ୍ତୁ। ମଧ୍ୟାହ୍ନ ଦିବା ୧ ଘଣ୍ଟା ମଧ୍ୟରେ ମଧ୍ୟାହ୍ନଭୋଜନ ଓ ରାତ୍ରି ୯ ଘଣ୍ଟା ମଧ୍ୟରେ ହାଲୁକା ରାତ୍ରିଭୋଜନ କଲେ ନୀରୋଗ, ଦୀର୍ଘାୟୁ ଜୀବନଯାପନ କରିବେ ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ-୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri