ଜୀବନଶୈଳୀ ରୋଗ

ଗତ ୧୦-୧୫ ବର୍ଷ ମଧ୍ୟରେ ଭାରତରେ ରୋଗୀ ବୋଝ ଏବେ ସଂକ୍ରାମକ ରୋଗଠାରୁ ଅଣସଂକ୍ରାମକ ରୋଗ ଆଡ଼କୁ ଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଦେଶରେ ୬ କୋଟିରୁ ଊର୍ଦ୍ଧ୍ୱ ଜନତା ମଧୁମେହରେ ଆକ୍ରାନ୍ତ। ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟର’ ରିପୋର୍ଟ ଅନୁଯାୟୀ ୧୯୮୦ରୁ ୨୦୧୪ ମଧ୍ୟରେ ଭାରତରେ ପୁରୁଷଙ୍କଠାରେ ମଧୁମେହ ୩.୭%ରୁ ୯.୧%କୁ ବୃଦ୍ଧି ପାଇଛି। ସେହିପରି ମହିଳାଙ୍କଠାରେ ମଧୁମେହ ୪.୬%ରୁ ୮.୩%କୁ ବୃଦ୍ଧି ପାଇଛି। ବିଶେଷଜ୍ଞମାନଙ୍କ ମତ, ଭାରତରେ ମଧୁମେହୀଙ୍କ ସଂଖ୍ୟା ଆସନ୍ତା ୨ ଦଶକ ମଧ୍ୟରେ ୧୨ କୋଟିକୁ ଛୁଇଁବ। ମଧୁମେହ ଓ ତଜ୍ଜନିତ ସ୍ବାସ୍ଥ୍ୟ ସମସ୍ୟା ଦିଗରେ ଗବେଷଣା କରୁଥିବା ସଂସ୍ଥା ପାର୍ଟନରଶିପ ଟୁ ଫାଇଟ୍‌ କ୍ରୋନିକ ଡିଜିଜ୍‌ ବା ପିଏଫ୍‌ସିଡିର ଅଧ୍ୟକ୍ଷ ଡ. କେନେଥ୍‌ ଥ୍ରୋପେ ଏ ନେଇ ନିଜର ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଟାଇପ୍‌-୨ ଡାଇବେଟିସ୍‌ ମାନବ ଇତିହାସର ସବୁଠାରୁ ବଡ଼ ଜନସ୍ବାସ୍ଥ୍ୟ ପ୍ରସଙ୍ଗ ଓ ସର୍ବବୃହତ୍‌ ମହାମାରୀ ପାଲଟିବାକୁ ଯାଉଛି। ଏହା ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ସବୁଠାରୁ ବଡ଼ ପ୍ରତିବନ୍ଧକ ହେବ। ଏହାଛଡ଼ା ଏହି ରୋଗର ନିରାକରଣ ଓ ନିୟନ୍ତ୍ରଣ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟୟ ହେବ। ଆକଳନ ଅନୁଯାୟୀ ମଧୁମେହ ଓ ତଜ୍ଜନିତ ସ୍ବାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ବର୍ତ୍ତମାନ ୨୧୫-୩୭୫ ବିଲିୟନ ଡଲାର ବ୍ୟୟ ହେଉଛି। ଏହି ପରିମାଣ ଦିନକୁ ଦିନ ବଢ଼ୁଛି।
ଭାରତୀୟ ସହରାଞ୍ଚଳରେ ତ୍ରୁଟିପୂର୍ଣ୍ଣ ଆଧୁନିକ ଜୀବନଶୈଳୀ ମଧୁମେହ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ କେତେକ କ୍ୟାନ୍‌ସର ପରି ଅଣସଂକ୍ରାମଣ ରୋଗ ପାଇଁ ମୁଖ୍ୟତଃ ଦାୟୀ। ସତେଜ ଖାଦ୍ୟ ତୁଳନାରେ ଅଧିକ ପରିମାଣର ପ୍ରକ୍ରିୟାକୃତ ଓ ଫ୍ୟାଟ ବିଶିଷ୍ଟ ଖାଦ୍ୟ ସହ ଶାରୀରିକ ପରିଶ୍ରମ ଅଭାବ ମଧୁମେହର ଆଶଙ୍କାକୁ ବହୁଗୁଣିତ କରିଛି ଭାରତୀୟ ସହରମାନଙ୍କରେ। ଏହି ଖାଦ୍ୟ ମେଦବହୁଳତାର କାରଣ ହେଉଛି। ମେଦ ବହୁଳତା ମଧ୍ୟ ମଧୁମେହ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ। ମେଦବହୁଳତା ମଧୁମେହର ଆଶଙ୍କାକୁ ଦ୍ୱିଗୁଣିତ କରୁଛି। ଜଣେ ଠିକ୍‌ ଓଜନର ବ୍ୟକ୍ତି ତୁଳନାରେ ଅତ୍ୟଧିକ ମୋଟାଲୋକର ମଧୁମେହ ଆଶଙ୍କା ପ୍ରାୟ ଦଶଗୁଣ ବଢ଼ିଯାଏ। ଭାରତରେ ଯେତେ ଲୋକ ମଧୁମେହରେ ପୀଡ଼ିତ, ସେମାନଙ୍କ ମଧ୍ୟରୁ ମାତ୍ର ୫୦% ନିଜ ରୋଗ ବିଷୟରେ ଜାଣନ୍ତି। ଅନେକ ମଧୁମେହୀ କେବେ ନିଜର ଶର୍କରା ପରୀକ୍ଷା ମଧ୍ୟ କରିନଥା’ନ୍ତି। ଏହାଛଡ଼ା ଅନ୍ୟ ଏକ ବିପଦ ଭାରତୀୟମାନଙ୍କର ଜିନ୍‌କୁ ନେଇ। ଭାରତୀୟ ଗୁଣସୂତ୍ରରେ ଏହି ରୋଗ ଅଧିକ ଲୁଚି ରହିଥାଏ ପାଶ୍ଚାତ୍ୟ ଦେଶର ବାସିନ୍ଦାଙ୍କ ତୁଳନାରେ। ଅର୍ଥାତ୍‌ ପ୍ରାକ୍‌ ମଧୁମେହ ପରିସ୍ଥିତି ଏଠାରେ ଅଧିକ। କିନ୍ତୁ ଶୀଘ୍ର ଚିହ୍ନଟ ନ ହେବା କାରଣରୁ ଏହା ମଧୁମେହରେ ପରିଣତ ହେବାକୁ ବିଳମ୍ବ ହେଉନି। ଭାରତରେ ପରିବେଶ, କନେଟିକ୍‌, ଆଭ୍ୟନ୍ତରୀଣ ଶାରୀରିକ ସଂରଚନା ଓ ପାଚନକ୍ରିୟାରେ ତ୍ରୁଟି ସବୁମିଶି ମଧୁମେହୀଙ୍କ ସଂଖ୍ୟା ବୃଦ୍ଧି କରିଥାଏ। ମଧୁମେହଜନିତ କିଡ୍‌ନୀ ସମସ୍ୟା ମଧ୍ୟ ଦକ୍ଷିଣ ଏସୀୟମାନଙ୍କୁ ଦଶବର୍ଷ ଆଗୁଆ ଆକ୍ରମଣ କରିଥାଏ। ମଧୁମେହ ନିରାକରଣର ମୁଖ୍ୟ ଅଙ୍ଗ ସଚେତନତା। ତେଣୁ ଜାତୀୟ ସ୍ତରରେ ଏକ ପ୍ରଭାବଶାଳୀ ସ୍ବଳ୍ପବ୍ୟୟୀ, ରୂପାୟନ ଓ କ୍ରିୟାଶୀଳଯୋଗ୍ୟ ରଣନୀତି ଆବଶ୍ୟକ ମଧୁମେହକୁ ଅଟକାଇବା ପାଇଁ ଜରୁରୀ। ମଧୁମେହ ଏକ ବିପଜ୍ଜନକ ରୋଗ ଏବଂ ଏହାକୁ ଅବହେଳା କରିହେବ ନାହିଁ। କିନ୍ତୁ ରକ୍ତଶର୍କରା ସ୍ତର ଉପରେ ସତର୍କ ଦୃଷ୍ଟି ଓ ଆବଶ୍ୟକ ଔଷଧର ବ୍ୟବହାର, ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା ଏହି ରୋଗକୁ ଭୟଙ୍କର ହେବାରୁ ଓ ଶରୀରର ବିଭିନ୍ନ ଅଙ୍ଗକୁ ଏହାର ପ୍ରଭାବରୁ ମୁକ୍ତ ରଖିବା ସମ୍ଭବ। ।
ଡାଇବେଟିସ୍‌ ବିଶ୍ୱରେ କିଡ୍‌ନୀ ଅଚଳ ହେବାର ମୁଖ୍ୟ କାରଣ। ଏହାଛଡ଼ା ଘା’ ନ ଶୁଖିବା ଯୋଗୁଁ ହଜାର ହଜାର ମଧୁମେହୀ ନିଜର ହାତ ବା ଗୋଡ଼ ହରାଇଥାଆନ୍ତି। ତେବେ ଏହା ବୟସ୍କମାନଙ୍କର ଦୃଷ୍ଟିହୀନତାର ମୁଖ୍ୟ କାରଣ। ପ୍ରାୟ ୫ ଅୟୁତ ବୟସ୍କଙ୍କର ଚକ୍ଷୁ ନଷ୍ଟ ହେବାର କାରଣ ଏହି ମଧୁମେହ। ଏହାଛଡ଼ା ମଧୁମେହ ଅନେକାଂଶରେ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତର କାରଣ। ଆମ ଦେଶରେ ମଧୁମେହକୁ ଅବହେଳା କରିବା ଦ୍ୱାରା ପ୍ରାୟ ୬୦ ହଜାର ରୋଗୀ ପାଦ ହରାଇବାର ଯନ୍ତ୍ରଣା ଭୋଗୁଛନ୍ତି। ମଧୁମେହ ମୁଖ୍ୟତଃ ଏକ ଜୀବନଶୈଳୀ ରୋଗ। ତେଣୁ ଏହାର ନିରାକରଣ ସମ୍ଭବ।

  • ଡା. ପ୍ରଫୁଲ୍ଲ କୁମାର ଦାସ
    କନ୍‌ସଲ୍‌ଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୨୩୪୪୩

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri