ଗାଧୋଇବା ବେଳେ ଚାଲିଗଲା ଜୀବନ

ଜଗତସିଂହପୁର ଅଫିସ, ୧୭।୩: ଜଗତସିଂହପୁର ଜଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବଡ଼ଜିଙ୍ଗଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଷଲ ମହାନଦୀ ଘାଟରେ ଗାଧୋଇବା ବେଳେ ୫ ଜଣ ଯୁବକ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ବଡଜିଙ୍ଗଲ ଗ୍ରାମର ନୃସିଂହ ଦାସଙ୍କ ପୁଅ ବିବେକ ଦାସ(୧୮)। ଖବରପାଇ କୁଜଙ୍ଗ ଓ ଗରଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକେ ନିଖୋଜ ଯୁବକକୁ ଉଦ୍ଧାର କରିଥିଲେ।