ଆର୍‌ପିଏଫ୍‌ କନ୍‌ଷ୍ଟେବଲ ସୁବ୍ରତଙ୍କୁ ଜୀବନ ରକ୍ଷା ପଦକ

ଖଣ୍ଡପଡ଼ା,୨୪।୯(ଅଜୟ କୁମାର ମହାରଣା): ଭାରତୀୟ ରେଳ ବିଭାଗର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ରେଳ ମନ୍ତ୍ରଣାଳୟ ପକ୍ଷରୁ ୪୨ ଜଣଙ୍କୁ ସାହସିକତା ପାଇଁ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ରେଲୱେ ସୁରକ୍ଷା ବଳ(ପ୍ରୋଟେକ୍ସନ ଫୋର୍ସ)ର ଖୋର୍ଦ୍ଧା ପୂର୍ବତଟ ରେଳ ବିଭାଗରେ କାର୍ଯ୍ୟରତ ସୁବ୍ରତ କୁମାର ମହାରଣା ଅଛନ୍ତି। ସିକନ୍ଦରାବାଦ ମୌଲା ଅଲ୍ଲିଠାରେ ଆୟୋଜିତ ଏକ ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ରାୟସାହେବ ପାତିଲ ଦନଭେ ଯୋଗଦେଇ ମହାରଣାଙ୍କୁ ସମ୍ବର୍ଦ୍ଧିତ କରି ପୁରସ୍କାର ରାଶି ବାବଦକୁ ୧ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି। ୨୦୨୦ ଫେବୃୟାରୀ ୧୫ରେ ଆଇଟି ଅଧ୍ୟାପିକା ନିବେଦିତା ସାହୁ(୨୭) ଓ ତାଙ୍କ ସାନଭାଇ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ଯିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେଶନରେ ଥିବାବେଳେ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ପ୍ଲାଟଫର୍ମ ଛାଡୁଥିଲା। ନିବେଦିତା ଓ ତାଙ୍କ ଭାଇ ଚଳନ୍ତା ଟ୍ରେନରେ ଚଢ଼ି ଯାଇଥିଲେ। ହେଲେ ନିବେଦିତାଙ୍କ ଗୋଡ଼ ହଠାତ୍‌ ଖସି ଯିବାରୁ ଘୋଷାଡ଼ି ହୋଇଯାଇଥିଲେ। ଭୁବନେଶ୍ୱର ପ୍ଳାଟଫର୍ମରେ କାର୍ଯ୍ୟରତ କନ୍‌ଷ୍ଟେବଲ ସୁବ୍ରତ ଦୌଡିଯାଇ ଓହଳି ରହିଥିବା ନିବେଦିତାଙ୍କୁ ଟାଣି ଆଣିବାରୁ ସେ ବର୍ତ୍ତିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri