ମାଟି ବେଉସାରେ ଜୀବନ

ଖଣ୍ଡପଡ଼ା,୧୬ା୧୦(ସ୍ବ.ପ୍ର.): କରୋନାଜନିତ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଗତ ୭ମାସ ହେଲା ଅଧିକାଂଶ ଲୋକ କାମଧନ୍ଦା ହରାଇଛନ୍ତି। ଏପରି ସମୟରେ ପେଟ ପୋଷିବା ପାଇଁ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଞ୍ଚଳର କେତେକ ମହିଳା ମାଟି ବ୍ୟବସାୟକୁ ଆଦରି ନେଇଛନ୍ତି।
ଢଳେଇ ଆଲୁମିନିୟମ କାରଖାନା ପାଇଁ ଗୁଣ୍ଡମାଟିର ଆବଶ୍ୟକତା ରହିଛି। ଏଥିରେ ଗରା, ଢାଳ, କରେଇ ଆଦି ସାମଗ୍ରୀ ପାଇଁ ଛାଞ୍ଚ ପ୍ରସ୍ତୁତ କରାଯାଇଥାଏ। ଏହି ମାଟି ଅତୀତରେ ଦକ୍ଷିଣ ଭାରତର ଗୋଦାବରୀ ନଦୀ କୂଳରୁ ଆସୁଥିଲା ଓ କଣ୍ଟିଲୋଠାରେ ପ୍ରଥମ କରି ପ୍ରତିଷ୍ଠିତ ବୃନ୍ଦାବନ ମହାରଣାଙ୍କ ଢଳେଇ ଆଲୁମିନିୟମ କାରଖାନାରେ ଢଳେଇ ଛାଞ୍ଚ କରାଯାଇ ବାସନ ସାମଗ୍ରୀ ତିଆରି ହେଉଥିଲା। ପରବର୍ତ୍ତୀ ସମୟରେ କଣ୍ଟିଲୋ ସମେତ ଗଞ୍ଜାମ, ବାଳକାଟି, ସୁନାଖଳା ଆଦି ସ୍ଥାନରେ ଆଲୁମିନିୟମ ଢଳେଇ କାରଖାନା ପ୍ରତିଷ୍ଠା ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ଗୁଣ୍ଡମାଟିର ପ୍ରସ୍ତୁତି ପ୍ରଣାଳୀ କଣ୍ଟିଲୋ ଅଞ୍ଚଳର କେତେକ ମହିଳା ଓ ଯୁବକଙ୍କୁ ଭଲଭାବେ ଜଣା। ସେମାନେ ମହାନଦୀ ଓ କମେଇ ନଦୀ ପଠାରୁ ମାଟି ସଂଗ୍ରହ କରି ଖରାରେ ଶୁଖିଲା ପରେ ତାକୁ ଗୁଣ୍ଡକରି ସିମେଣ୍ଟ ଜରି ବସ୍ତାରେ ପ୍ୟାକିଂ କରିଥାନ୍ତି। କାରଖାନା ମାଲିକମାନେ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରୁ ଗୁଣ୍ଡମାଟି ନ ଆଣି ସ୍ଥାନୀୟ ମାଟି ଉପରେ ନିର୍ଭର କରୁଛନ୍ତି। କଣ୍ଟିଲୋର କେତେକ ମହିଳାଙ୍କ ସହ ବୃଦ୍ଧା କାଞ୍ଚନ ଖଟେଇ ମଧ୍ୟ ଏହି କାମରେ ନିୟୋଜିତ ଅଛନ୍ତି। ବ୍ରହ୍ମପୁର, ବୋଇରାଣୀ, ବାଳକାଟି ଅଞ୍ଚଳର କାରଖାନା ମାଲିକ ଗୁଣ୍ଡମାଟି ବସ୍ତା ପ୍ରତି ୧୨୦ ଟଙ୍କାରେ କ୍ରୟକରି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri