ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଟାଇଲଛପର ଘରେ ପଲିଥିନ ଘୋଡ଼ାଇ ଏକାକୀ ରହୁଛନ୍ତି। ଦୀର୍ଘ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଜଣାଇଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନ ଥିବା ସେ କହିଛନ୍ତି। ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଗ୍ରାମର କେତେଜଣ ସହୃଦୟ ବ୍ୟକ୍ତି ତାଙ୍କ ଭଙ୍ଗା କଡ଼ିଆରେ ପଲିଥିନ ଖଣ୍ଡେ ପକାଇ ଦେଇଛନ୍ତି। ସେହି ଘର ମଧ୍ୟରେ ବିପଦଜନକ ଅବସ୍ଥାରେ ବୀଣାପାଣି ରହୁଛନ୍ତି। ଭୂମିହୀନଙ୍କୁ ଆବାସ ଯୋଜନାରେ ସାମିଲ କରି ସରକାର ପକ୍କାଘର ଯୋଗାଇ ଦେଉଥିବା ବେଳେ ପରିଣତ ବୟସରେ ବୀଣାପାଣି ଏଥିରୁ ବଞ୍ଚିିତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ୫ କିଲୋ ଚାଉଳ ଓ ଭତ୍ତା ଟଙ୍କାରେ ସେ ଜୀବନ ଅତିବାହିତ କରୁଛନ୍ତି ା ଅଧିକାଂଶ ଦିନ ଭୋକ ଉପାସରେ ମଧ୍ୟ ଦିନ କାଟୁଛନ୍ତି। ତେବେ ସରକାରଙ୍କ ଯୋଜନା ପ୍ରକୃତ ଗରିବ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ଗ୍ରାମର ନରହରି ଦାସ, କାଳିଚରଣ ଦେ, ପ୍ରଭାତ ଦାସ ପ୍ରମୁଖ କହିିଛନ୍ତି। ବୀଣାପାଣିଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମର ତପନ କୁମାର ସାହୁ, ବୀରେନ୍ଦ୍ର ସାହୁ ଓ ଯତୀନ୍ଦ୍ର ନାଥ ସାହୁ ପ୍ରମୁଖ ଦାବି କରିଛନ୍ତି ା

Share