ପୁରୁଷ, ନାରୀର ଦୋଛକିରେ ଜୀବନ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ପୁରୁଷ ଆଉ ନାରୀର ଦୋଛକିରେ ବିତୁଛି କିନ୍ନରଙ୍କ ଜୀବନ। ସାମାଜିକ ଅପନିନ୍ଦା ଏବଂ ବାଛନ୍ଦ କାରଣରୁ ଏକଦା ଦୃଷ୍ଟି ଆଢ଼ୁଆଳରେ ରହି ଆସୁଥିବା ଏହି ମଣିଷ ଏବେ ସମାଜରେ କିଛି ନୂଆ କରିବାର ପ୍ରୟାସରେ ଚେଷ୍ଟିତ। ନିଜ ଚେଷ୍ଟାରେ ସେମାନେ କିଛିଟା ବାଟ ଆଗେଇ ଆସିବା ସହ ସମାଜ ସହ ମୁକାବିଲା କରିବାର ସାହସ ରଖିଛନ୍ତି। କିନ୍ତୁ କୌଣସି ସମ୍ପ୍ରଦାୟର ବିକାଶ କେବେ ହାତଗଣତି ଲୋକଙ୍କ ଉନ୍ନତି ଦେଖି କଳନା କରାଯାଇ ନ ପାରେ। କାରଣ ଆମେ ତାଙ୍କୁ ଆଜି ବି ଦୋଛକିରେ ରଖି ଦେଇଛେ। ଜନ୍ମ ହେବା ପରେ ସମାଜର ଛି ଛି ଟାହି ଟାପରା ଭିତରେ ସେମାନେ ବହୁତ ସମୟରେ ଭାଙ୍ଗି ପଡ଼ନ୍ତି। ସ୍କୁଲରେ ସାଙ୍ଗମାନେ ନ ମିଶିବାର ଭୟଠୁ ନେଇ ପରିବାରଠୁ ତଡ଼ା ଖାଇବାର ଭୟରେ ତାଙ୍କ ଶୈଶବ କଟିଯାଏ, ଯାହାପାଇଁ ସେମାନଙ୍କ ଶିକ୍ଷାଠୁ ନେଇ ଲାଳନପାଳନ ସବୁକିଛି ବାଧାପ୍ରାପ୍ତ ହୁଏ। ସେହି ପ୍ରଭାବରେ ସେମାନେ ଏମିିତି ଏକ ରାସ୍ତାକୁ ଆସି ଯାଉଛନ୍ତି ଯେ, ତାଙ୍କୁ ଆମେ ଖରାପ କହିବା ଆରମ୍ଭ କରି ଦେଉଛେ। ରାସ୍ତା କଡ଼ରେ ତାଙ୍କୁ ଦେଖିବା ମାତ୍ରେ ମନରେ କାହିଁ ରେ କେତେ ଖରାପ ଭାବନା। କେହି କେବେ ଭାବି ନାହାନ୍ତି ସେମାନେ ଆଜି ରାସ୍ତାରେ କାହିଁକି। ସେମାନଙ୍କ ଭୁଲ୍‌ କେଉଁଠି ରହିଛି। ସେମାନେ ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଆମେ କିଛି କରିବା ପରିବର୍ତ୍ତେ ତାଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ବିଶେଷ ସୁବିଧା ମିଳିପାରୁ ନାହିଁ। ଏପରି କି ଶୌଚ ପାଇଁ ସ୍ବତନ୍ତ୍ର ଶୌଚାଳୟଟିଏ ମଧ୍ୟ ଯୋଗାଇ ଦିଆଯାଇନାହିଁ। ଏହା ସତ୍ତ୍ୱେ ଜଣେ ଅନ୍ୟଜଣଙ୍କ ପାଇଁ ପ୍ରେରଣା ସାଜି ଆଜି କେତେଜଣ ଆଗକୁ ଆସି ପାରିଛନ୍ତି। ଶୁକ୍ରବାର ଅନ୍ତର୍ଜାତୀୟ କିନ୍ନର ଅବଗତି ଦିବସ। ବିଶ୍ୱବ୍ୟାପୀ ସେମାନେ ସମ୍ମୁଖୀନ ହେଉଥିବା ଭେଦଭାବ, ସମାଜରେ ତାଙ୍କର ଅବଦାନ ସମ୍ପର୍କରେ ସଚେତନତାର ସ୍ବର ଉଠାଇବା ଚଳିତବର୍ଷର ଥିମ୍‌ ରହିଛି।

କେତେକ କିନ୍ନର ଏବେ ନିଜର ପ୍ରଚେଷ୍ଟା ବଳରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦୁଝର ଜିଲା ବଡବିଲ ଅଞ୍ଚଳର ୩୧ବର୍ଷୀୟ ସଲ୍‌ମା(ମହମ୍ମଦ ସଲିମ୍‌)। ସେ ବଡବିଲ ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ(ଜେଏମ୍‌ଏଫ୍‌ସି) କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସେ ହେଉଛନ୍ତି ରାଜ୍ୟର ପ୍ରଥମ କିନ୍ନର ଯିଏକି ପେସାଦାର ଆଇନଜୀବୀ। ୧୧ମାସ ହେବ ସେ ଏକ ନୂଆ ଜୀବନ ଜିଉଛନ୍ତି। ଏଥିସହ ଏବେ ଉଚ୍ଚଶିକ୍ଷା ପାଇଁ କେନ୍ଦୁଝର ଆଇନ ମହାବିଦ୍ୟାଳୟରେ ଆଡ୍‌ମିଶନ ମଧ୍ୟ କରିଛନ୍ତି। ଏକ ମୁସଲମାନ ପରିବାରରେ ଜନ୍ମିତ ସଲ୍‌ମାଙ୍କ ଘର ଯୋଡ଼ାବ୍ଲକ ଅନ୍ତର୍ଗତ ରୋଏଡା ଗାଁରେ। ବାପା ତାଙ୍କର ଜଣେ ଶ୍ରମିକ ହେତୁ ଘରର ଆର୍ଥିକ ପରିସ୍ଥିତି ସେତେଟା ଭଲ ନୁହେଁ। ଏଣୁ ପ୍ରଥମରୁ ହିଁ ସଲ୍‌ମା ଓ ତାଙ୍କ ଭଉଣୀଙ୍କୁ ଛୋଟ ଛୋଟ ଇଚ୍ଛା ପୂରଣ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ତାଙ୍କର ଶାରୀରିକ ପରିବର୍ତ୍ତନ ସମ୍ପର୍କରେ ଯେତେବେଳେ ପରିବାର ଏବଂ ପଡ଼ୋଶୀ ଜାଣିଲେ ସେତେବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରି କି ସେ ପାଠପଢ଼ାରେ ମନୋନିବେଶ କରିପାରୁ ନ ଥିଲେ। କିନ୍ନର କମ୍ୟୁନିଟି ସହ ରହିଲେ ସାହସ ଓ ସମବେଦନା ସାଙ୍ଗକୁ ବଞ୍ଚତ୍ବାର ରାହା ପାଇବାର ଆଶା ରଖି ଯୁକ୍ତ ୩ ପାଠପଢ଼ା ଅଧାରୁ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ। ହେଲେ ଏସବୁ ଆଶା ପାଣି ଫୋଟକା ପରି ମିଳେଇଗଲା। ଭୁବନେଶ୍ୱରରେ କିନ୍ନର ସମ୍ପ୍ରଦାୟ ସହ ମିଶିବା ପରେ ତାଙ୍କୁ ଭିକ୍ଷାବୃତ୍ତି କରି ରୋଜଗାର କରିବାକୁ କୁହାଗଲା। ପ୍ରାୟ ୪-୬ମାସ ଏଭଳି କାମ କରିବା ପରେ ଦିନେ ତାଙ୍କୁ ଗଙ୍ଗପଡ଼ାର ଅନ୍ଧାର ରାସ୍ତାରେ ବେଶ୍ୟାବୃତ୍ତି କରିବାକୁ ଯେତେବେଳେ ତାଙ୍କ କିନ୍ନର ଭଉଣୀମାନେ ଛାଡ଼ିଗଲେ ସେ ଏକ ଟ୍ରକ୍‌ ଡାଲାରେ ଲୁଚି ବଡବିଲକୁ ଫେରି ଯାଇଥିଲେ। ସେଠାରୁ ଫେରିବା ପରେ ପରିବାର ଲୋକଙ୍କୁ ପୁଣିଥରେ ବୁଝାଇବାକୁ ଚେଷ୍ଟା କଲେ। ଶେଷରେ ସେମାନେ ମଧ୍ୟ ବୁଝିଲେ। ସେ ପୁଣିଥରେ କଲେଜରେ ନାମ ଲେଖାଇଲେ। ଚଳିବା ପାଇଁ ଛୋଟ ଛୋଟ ପିଲାଙ୍କୁ ଟିଉସନ କଲେ। ସଲ୍‌ମା ଆଇନ ଶିକ୍ଷା କରିବା ସହିତ ସ୍ବାବଲମ୍ବୀ ହେବା ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ନେତୃତ୍ୱ ନେଇ ଆସୁଥିଲେ। ଆଇନ ଶିକ୍ଷା ଶେଷ ପରେ ପେସାଦାର ଓକିଲ ହେବା ପାଇଁ ବାର କାଉନ୍‌ସିଲ୍‌ରେ ଆବେଦନ କରିଥିଲେ। ବାର୍‌ କାଉନ୍‌ସିଲ ସଲ୍‌ମାଙ୍କ ଆବେଦନକୁ ଗ୍ରହଣ କରିବା ପରେ ତାଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ଏହାପରେ ସଲ୍‌ମା ବଡବିଲ ଜେଏମ୍‌ଏଫ୍‌ସି କୋର୍ଟର ଓକିଲ ସଂଘ ନିକଟରେ ନିଜର ଲାଇସେନ୍ସ ଦାଖଲ କରି ପେସାଦାର ଓକିଲ ଭାବେ କାମ ଆରମ୍ଭ କରିଛନ୍ତି। ସଞ୍ଜ ନଇଁଲେ କିନ୍ନରମାନେ ସଜବାଜ ହୋଇ ବେଶ୍ୟାବୃତ୍ତି କରିବା ଘଟଣାକୁ ସେ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି। ସେମାନଙ୍କ ପାଇଁ ଅନ୍ୟ ରୋଜଗାରର ପନ୍ଥା ବାହାର କରିବାକୁ ସେ ସରକାରଙ୍କଠାରେ ନିବେଦନ କରିଛନ୍ତି। ସେ ଆହୁରି କହିଛନ୍ତି, ସରକାର କିନ୍ନରମାନଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ୨୦୧୯ରୁ ଟ୍ରାନ୍ସଜେଣ୍ଡର ପର୍ସନ୍ସ (ପ୍ରୋଟେକ୍‌ସନ ଅଫ ରାଇଟ୍‌ସ ) ଆକ୍ଟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ବିଭିନ୍ନ କ୍ଷେତ୍ରରେ ଲାଗୁ କରାଯାଇପାରିନାହିଁ। ଚାକିରି ଓ ଉଚ୍ଚଶିକ୍ଷାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା, ସ୍କଲାରଶିପ ପ୍ରଦାନ, ଆଇ କାର୍ଡ ଆଦି ଦିଆଗଲେ ସେମାନେ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚତ୍ ପାରିବେ। ବସୁନ୍ଧରା ଯୋଜନା, ଅନ୍ତ୍ୟୋଦୟ ଯୋଜନା ଭଳି ଏନେକ ଯୋଜନାରେ ଆମେ ସାମିଲ ହୋଇପାରୁ ନାହୁଁ। ଡାକ ନାମ ଗୋଟିଏ ଓ ପାଠପଢ଼ା କ୍ଷେତ୍ରରେ ଅନ୍ୟନାମ ରହୁଥିବାରୁ ଆମେ ଅନେକ ସୁବିଧାରୁ ବଞ୍ଚତ୍ତ ହୋଇ ରହୁଛୁ। ସେମାନଙ୍କ ଶିକ୍ଷା ହିସାବରେ ସେମାନଙ୍କୁ ରୋଜଗାର କିମ୍ବା କିଛି ପ୍ରଶିକ୍ଷଣ ଦେଇ ପ୍ରଶାସନ ସହଯୋଗ କଲେ କିନ୍ନରମାନେ ଆଉ ରାସ୍ତା କଡ଼ରେ ଦିଶିବେନି। ହେଲେ ପ୍ରଶାସନର ଅବହେଳା ମନୋବୃତ୍ତି କିନ୍ନରଙ୍କୁ ପଛରେ ପକାଇ ଦେଉଛି। ରାଜ୍ୟସ୍ତରରେ ଯେଉଁ କିନ୍ନରମାନେ ଅଛନ୍ତି ସେମାନେ ସମ୍ପ୍ରଦାୟର ଅଧିକାର ପାଇଁ ଲଢେଇ କରିବା ଆବଶ୍ୟକ। ତେବେ ଯାଇ ଅନ୍ତଃରାଷ୍ଟ୍ରୀୟ କିନ୍ନର ଅବଗତି ଦିବସର ଲକ୍ଷ୍ୟ ସାଧିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri