ପ୍ରଦୂଷଣ କବଳରେ ଜୀବନ

ଶୁଭନାରାୟଣ ଶତପଥୀ

ମଣିଷ ଯେଉଁ ପାରିପାର୍ଶ୍ୱିକ ପରିବେଶରେ ରହୁଛି ତାହା ଦିନକୁ ଦିନ ପ୍ରଦୂଷିତ କରିବାରେ ଲାଗିଛି। ଏହି ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚତ୍ଲାଣି। ମଣିଷ ସବୁଠାରୁ ବୁଦ୍ଧିମାନ ହେଲେ ହେଁ ପରିବେଶକୁ ସର୍ବାଧିକ ପ୍ରଦୂଷିତ କରୁଥିବା ପ୍ରାଣୀ ଭାବରେ ଗଣ୍ୟ ହୁଏ। ବିଜ୍ଞାନ, ବୈଷୟିକ ଜ୍ଞାନ ଆଧୁନିକ ସଭ୍ୟତାର ଅଗ୍ରଗତି ଘଟୁଥିଲେ ମଧ୍ୟ ପ୍ରକୃତି ଓ ପରିବେଶର କାୟାକୁ ଅକ୍ଷୁଣ୍ଣ ରଖିବାରେ ଅସମର୍ଥ ହେଉଛି ଆଜିର ମଣିଷ। ଜୀବନ ତଥା ଭୂପୃଷ୍ଠରେ ଜୈବସଂରଚନା ତିଷ୍ଠି ରହିବାକୁ ହେଲେ ପରିବେଶ ବାୟୁ, ମାଟି, ଜଳ ଆଦିର ସୁସ୍ଥତା ଓ ଶୁଦ୍ଧତା ଜରୁରୀ। ଏହାକୁ ବଜାୟ ରଖିବା ହେଉଛି ମଣିଷର ଦାୟିତ୍ୱ। କିନ୍ତୁ ମଣିଷ ନିଜ ସ୍ବାର୍ଥସାଧନରେ ଜଡ଼ିତ ରହି ଏକଥା ଭୁଲି ଯାଉଛି। ତେବେ ପ୍ରଦୂଷଣକୁ ନେଇ ଜାତିସଂଘ ଚରମ ସତର୍କତା ଜାରି କରିଛି। ୭୦ ଦେଶର ୨୫୦ ବୈଜ୍ଞାନିକଙ୍କ ମିଳିତ ରିପୋର୍ଟରେ କୁହାଯାଇଛି ଯେ, ବିଗୁଡୁଥିବା ପରିବେଶର ସ୍ଥିତି ହେଉଛି ବିଶ୍ୱରେ ୨୫ ଶତକଡା ରୋଗ ଓ ମୃତ୍ୟୁର କାରଣ। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ରିପୋର୍ଟ ମୁତାବକ ବାୟୁ ପ୍ରଦୂଷଣ ହେଉଛି ଏକ ପ୍ରମୁଖ ପାରିପାର୍ଶ୍ୱିକ ଭୟ; ଯାହା ପ୍ରତିବର୍ଷ ୭ ମିଲିୟନ ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସ୍ଥିରୀକୃତ ପ୍ରଦୂଷଣ ସୀମାକୁ ଅତିକ୍ରମ କରି ସାରା ବିଶ୍ୱରେ ପ୍ରତି ୧୦ ଜଣରେ ୯ଜଣ ଉଚ୍ଚ ପ୍ରଦୂଷିତ ବାୟୁ ନିଃଶ୍ୱାସପ୍ରଶ୍ୱାସ ମାଧ୍ୟମରେ ଗ୍ରହଣ କରିଥାନ୍ତି; ଯାହା ଆମର ଫୁସ୍‌ଫୁସ୍‌, ହୃଦୟ, ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ। ଅଳନ୍ଧୁଠାରୁ ସଲଫେଟ ଯାଏ ୨.୫ ମାଇକ୍ରନ ବ୍ୟାସାର୍ଦ୍ଧଠାରୁ କମ୍‌ ସୂକ୍ଷ୍ମ କଣିକା ଏଥିରେ ଅନ୍ତର୍ଭୁକ୍ତ। ଏହାର ଜଗତୀକରଣ ମହିଳା, ଶିଶୁ ତଥା ବିକାଶଶୀଳ ଦେଶକୁ ଅଧିକ କ୍ଷତି ପହଞ୍ଚାଉଛି। ଘର ଭିତରୁ ବାହାର ଅର୍ଥାତ୍‌ ରୋଷେଇ, ଇଲେକ୍ଟ୍ରି, ବର୍ଜ୍ୟ, ଦହନ, ପରିବହନ, କୃଷି, ରାସାୟନିକ ସାର ବ୍ୟବହାର, ଖଣିଜ ଉତ୍ତୋଳନ, ଆଗ୍ନେୟ ଉଦ୍‌ଗିରଣ, ଧୂଳି ଆଦି ପର୍ଯ୍ୟନ୍ତ ପ୍ରଦୂଷିତ କଣିକା ଦ୍ୱାରା ମଣିଷ କବଳିତ; ଯେଉଁଥିପାଇଁ ୨୦୧୯ ରେ ସାରା ବିଶ୍ୱରେ ପାଖାପାଖି ୪ ମିଲିୟନ ଲୋକ ମୃତ୍ୟୁବରଣ କରିଥିଲେ। ଏଥିରୁ ଅଧିକାଂଶ ଲୋକ ହେଉଛନ୍ତି ଏସିଆ ଓ ପୂର୍ବ ୟୁରୋପ ମହାଦେଶର। ଆହୁରି ମଧ୍ୟ କୁହାଯାଏ ବାୟୁ ପ୍ରଦୂଷଣ ଯୋଗୁ ସାରା ବିଶ୍ୱରେ ପ୍ରତି ୯ ଜଣରେ ଜଣେ ମୃତ୍ୟୁବରଣ କରିଥାନ୍ତି।
ସେହିପରି ସାରା ବିଶ୍ୱରେ ପ୍ରାୟ ୨ ବିଲିୟନ ଟନ୍‌ ଆବର୍ଜନା ଜଳଉତ୍ସ ସହିତ ପ୍ରତିିଦିନ ମିଶେ ; ଯାହାଫଳରେ ପ୍ରାୟ ୧.୮ ମିଲିୟନ ଲୋକ ହଇଜା ଯୋଗୁ ମୃତ୍ୟୁବରଣ କରିଥାନ୍ତି। କେବଳ ମନୁଷ୍ୟ ନୁହେଁ, ଜୀବଜନ୍ତୁ ମଧ୍ୟ ଅନେକମାତ୍ରାରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ। ରାସାୟନିକ ସାର, କୀଟନାଶକର ବହୁଳ ବ୍ୟବହାର, ମଇଳା ପାଣିକୁ ସ୍ବଚ୍ଛ ବା ନବୀକରଣ ନ କରି ସିଧାସଳଖ ନଦୀକୁ ଛାଡ଼ିବା ଦ୍ୱାରା ଜୈବ ସଂରଚନା ପ୍ରତି ବିପଦ ଘନାଇଛି। ବ୍ୟକ୍ତିଗତ ସଚେତନତା ଓ କୃଷି, ଶିଳ୍ପ କ୍ଷେତ୍ରରେ କଟକଣା ଦ୍ୱାରା ଜଳ ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକାଯାଇପାରିବ।
ସୁସ୍ଥମାଟି ବା ଜମି ଜଳ ପ୍ରବାହକୁ ନିୟନ୍ତ୍ରଣ କରିଥାଏ। ପ୍ରଦୂଷିତ ପଦାର୍ଥକୁ ଛାଣିଥାଏ। ଜୈବବିବିଧତାର ସୁରକ୍ଷା କରେ। ତେବେ କ୍ରମାଗତଭାବେ ମୃତ୍ତିକା ପ୍ରଦୂଷଣ ଜୈବ ସଂରଚନାର ସନ୍ତୁଳନ ପ୍ରତି ବାଧା ସୃଷ୍ଟି କରୁଛି। ମଣିଷର ସ୍ବାସ୍ଥ୍ୟ ପ୍ରତି ଏହା ବିପଜ୍ଜନକ ହୋଇଥିବାରୁ ଚାଷବାସ, ଶିଳ୍ପାୟନରେ ଜମି ସୁରକ୍ଷା ସଂକ୍ରାନ୍ତ ବିଷୟକୁ ଅଧିକ ଗୁରୁତର ଭାବେ କାଯର୍‌ୟକାରୀ କରିବା ଆବଶ୍ୟକ। ଅପରପକ୍ଷରେ ଆକଳନରୁ ଜଣାଯାଏ ୮ ମିଲିୟନ ପ୍ଲାଷ୍ଟିକ ବର୍ଜ୍ୟ ପ୍ରତିବର୍ଷ ସମୁଦ୍ର ମଧ୍ୟକୁ ପ୍ରବେଶ କରେ। ସମୁଦ୍ର, ହ୍ରଦରେ ବେଆଇନ ପରିବହନ, ମାଛଧରା, ନିଲାମ ମଧ୍ୟ ଅନେକାଂଶରେ ସାମୁଦ୍ରିକ ଓ ହ୍ରଦ ପ୍ରଦୂଷଣ ପାଇଁ ଦାୟୀ। ଏହା ସାମୁଦ୍ରିକ ଜୀବମାନଙ୍କ ବଂଶଲୋପର କାରଣ। ତେବେ ପ୍ଲାଷ୍ଟିକର ସୂକ୍ଷ୍ମ କଣିକାକୁ ସାମୁଦ୍ରିକ ଜୀବମାନେ ଗ୍ରହଣ କରିବା ପରେ ଯେତେବେଳେ ଏହି ସାମୁଦ୍ରିକ ଜୀବମାନେ ମଣିଷର ଖାଦ୍ୟଶୃଙ୍ଖଳ ମଧ୍ୟକୁ ଚାଲି ଆସନ୍ତି ସେତେବେଳେ ମଣିଷ, ପଶୁପକ୍ଷୀ ସେ ବିଷାକ୍ତ ପଦାର୍ଥକୁ ଖାଇ ବିପଦରେ ପଡ଼ିଥାନ୍ତି। ତା’ ଛଡ଼ା ସାରା ବିଶ୍ୱରେ ପ୍ରସ୍ତୁତ ଖାଦ୍ୟର ୩୦ ଶତକଡା ପ୍ରତିବର୍ଷ ନଷ୍ଟ ହୁଏ; ଯାହା ମଧ୍ୟ ପ୍ରଦୂଷଣର ଅନ୍ୟ ଏକ ବଡ଼ କାରଣ। ସେହିପରି ୨୦୧୪ରେ ୪୧.୮ମିଲିୟନ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବାହାରିଥିଲା। ଶିଳ୍ପ ଓ ଉପତ୍ାଦନକାରୀ ସଂସ୍ଥାରୁ ଅନେକ ପାରମ୍ପରିକ କ୍ଷତିକାରକ ବର୍ଜ୍ୟ ମଧ୍ୟ ଆସିଥାଏ। ଆଧୁନିକ ଯୁଗରେ ଏହା ପ୍ରଦୂଷଣର ଏକ ବଡ଼ ଅଂଶ ରୂପେ ଉଭା ହୋଇଛି।
ଦେଶର ସ୍ଥିତିକୁ ବିଚାରକୁ ନେଲେ ଜଣାଯାଏ ଯେ ଦିଲ୍ଲୀ, ମେରୁଟ, ବଥିଣ୍ଡା, ବୁଲନ୍ଦସର, ଗାଜିଆବାଦ ଆଦି ପ୍ରମୁଖ ହେଉଛନ୍ତି ଅତ୍ୟଧିକ ବାୟୁ ପ୍ରଦୂଷଣଯୁକ୍ତ ସହର; ଯାହାର ବାୟୁ ଗୁଣାତ୍ମକ ମାନକ ୩୪୭ରୁ ୫୦୦ ମଧ୍ୟରେ ରହିଛି। ବିଶ୍ୱ ବାୟୁ ଗୁଣାତ୍ମକ ମାନକ ରିପୋର୍ଟ ୨୦୨୦ ଅନୁସାରେ ବିଶ୍ୱର ୪୦ଟି ସର୍ବାଧିକ ପ୍ରଦୂଷିତ ନଗରରୁ ୩୭ଟି ନଗର ଦକ୍ଷିଣ ଏସିଆରେ ଅଛି। ଅପରପକ୍ଷରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ଆବର୍ଜନା ପ୍ରକ୍ରିୟାକରଣ ଦକ୍ଷତା ଦିନକୁ ୩୧,୮୪୧ ମିଲିୟନ ଲିଟର ଥିବାବେଳେ ସହରରୁ କେବଳ ୭୩,୩୬୮ ମିଲିୟନ ଲିଟର ମଇଳା ଜଳ ନିଷ୍କାସିତ ହୋଇଥାଏ। ସେହିପରି ଦିନକୁ ୨୫,୦୦୦ଟନ୍‌ରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବାହାରିଥାଏ।
ଏବେ ଘରେ, ଅଫିସ, ବସ ସବୁଠାରେ ଏସି, ରେଫ୍ରିଜରେଟର ଆଦିର ବହୁଳ ବ୍ୟବହାର ଓ କୃତ୍ରିମ ଶୀତଳୀକରଣ ପ୍ରକ୍ରିୟା ଯୋଗୁ ନିର୍ଗତ କ୍ଲୋରଫ୍ଲୋରକାର୍ବନ, ହାଇଡ୍ରୋ କ୍ଲୋରଫ୍ଲୋରକାର୍ବନ, ସବୁଜଗୃହର ପ୍ରଭାବ, ବିଶ୍ୱତାପନ, ଓଜନ କ୍ଷୟ ଭଳି ମାରାତ୍ମକ ପରିବେଶ ଅବକ୍ଷୟ ପାଇଁ ଦାୟୀ, ଯାହା ଜୀବଜଗତର ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଏସବୁ ମନୁଷ୍ୟକୃତ କାର୍ଯ୍ୟ ପାଇଁ ସଭିଏ ସଚେତନ ହୋଇ କାର୍ଯ୍ୟ ନ କଲେ ପୃଥିବୀରେ ଜୀବସତ୍ତା ଓ ଗୁଣାତ୍ମକ ଜୀବନଯାପନ କରିବା ଅସମ୍ଭବ। ଏପଟେ ଡିଜିଟାଲ କାର୍ଯ୍ୟକଳାପ ବିଶ୍ୱରେ ୨ଶତକଡା କାର୍ବନଡାଇଅକ୍ସାଇଡ ବିକିରଣ ପାଇଁ ଦାୟୀ। ଏହା ଏକ ନୂତନ ପ୍ରଦୂଷଣର ଅୟମାରମ୍ଭ।
ପ୍ରଦୂଷଣ ନିୟନ୍ତ୍ରଣ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଅନେକ ଆଇନ ପ୍ରଣୀତ ହୋଇଛି। ସରକାରୀଠାରୁ ବେସରକାରୀ ପର୍ଯ୍ୟନ୍ତ ଅନେକ ସଂସ୍ଥା ଏଦିଗରେ କାର୍ଯ୍ୟ କରୁଛନ୍ତି। ତଥାପି ପ୍ରଦୂଷଣ ଯୋଗୁ ପରିବେଶ ଓ ପରିସ୍ଥିତି ବିଗିଡିବାରେ ଲାଗିଛି। ମାନସିକ, ଶାରୀରିକ ସୁସ୍ଥତା ବଜାୟ ରଖିବାକୁ ହେଲେ ଏବେଠାରୁ ବୁଦ୍ଧିମାନର କାର୍ଯ୍ୟ ସ୍ବରୂପ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ମାତ୍ରାକୁ ଘରଠାରୁ ବାହାର ପର୍ଯ୍ୟନ୍ତ କମାଇବା ଉଚିତ। ପରିବେଶ ସୁରକ୍ଷା ପ୍ରତି ଦୁର୍ବଳତା ପ୍ରତିଟି ହୃଦୟରେ ଜନ୍ମନେବା ଜରୁରୀ। ଅତିକମ୍‌ରେ ଏବେଠାରୁ ପ୍ରତିଦିନକୁ ‘ନୋ ପଲିଥିନ ଡେ’ ଭାବରେ ସମସ୍ତେ ପାଳନ କଲେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ। କେବଳ ସେତିକି ନୁହେଁ, ଇ-ଗାଡି, ସୌର ଶକ୍ତିର ବ୍ୟବହାର ବୃଦ୍ଧିକଲେ ପ୍ରଦୂଷଣର ଏ ତାଣ୍ଡବଲୀଳା ସମାପ୍ତ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri