ନାତୁଣୀ ଜ୍ୱାଇଁଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୧।୧୧(ବ୍ୟୁରୋ):ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ନାରାୟଣୀ ବସ୍ତିଟ୍ରିପଲ ମର୍ଡର ମାମଲାରେ ୭ ବର୍ଷ ପରେ ସୋମବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ତଥା ନାତୁଣୀ ଜ୍ୱାଇଁ ଶିବ ପ୍ରସାଦ ପଣ୍ଡା ଓରଫ ଭୁବନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ତାଙ୍କୁ ୩୦ ହଜାର ଟଙ୍କା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ୍‌ ସସ୍ମିତା ପାଢ଼ି ଓ ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଭଦ୍ରକ ଜିଲାର ଚକ୍ରଧର ନାୟକ ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ପୁଅ-ବୋହୂଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେମାନେ ତାଙ୍କର ଏକମାତ୍ର ନାତୁଣୀ ସୁମିଙ୍କ ସହ ନାରାୟଣୀ ବସ୍ତିରେ ରହି ଏକ ଦୋକାନ କରି ଚଳୁଥିଲେ। ସରକାରଙ୍କ ପକ୍ଷରୁ ତାଙ୍କୁ ସେଠାରେ ଜମି ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ଅଭିଯୁକ୍ତ ସୁନ୍ଦରପଦା କପିଳପ୍ରସାଦର ଶିବ ପ୍ରସାଦ ନାରାୟଣୀ ବସ୍ତିରେ ରହୁଥିବା ତାଙ୍କ ଆଈ ଶାନ୍ତିଲତାଙ୍କ ପାଖକୁ ପ୍ରାୟ ସମୟରେ ଆସୁଥିଲେ। ଏହି ସମୟରେ ଆଈଙ୍କ ଘର ନିକଟରେ ରହୁଥବା ଚକ୍ରଧରଙ୍କ ନାତୁଣି ସୁମିଙ୍କୁ ଭଲ ପାଇବା ସହ ୨୦୧୧ରେ ତାଙ୍କୁ ବିବାହ କରିଥିଲେ। ପରେ ଉଭୟ ଜଟଣୀରେ ରହିଥିଲେ। ବିବାହ ପରେ ଚକ୍ରଧର ରହୁଥିବା ସରକାରୀ ଜମିକୁ ତାଙ୍କ ନାଁରେ କରିବାକୁ ନାତୁଣୀ ଜ୍ୱାଇଁ ଶିବପ୍ରସାଦ ବାଧ୍ୟ କରୁଥିଲେ। ହେଲେ ଚକ୍ରଧରଙ୍କ ସ୍ତ୍ରୀ ସୁକାନ୍ତି ଏହାକୁ ବିରୋଧ କରି ଆସୁଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ୨୦୧୩ରେ ସୁମିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସୁମିଙ୍କୁ ସ୍ବାମୀ ଶିବପ୍ରସାଦ କିରୋସିନ ଢ଼ାଳି ପୋଡ଼ି ହତ୍ୟା କରିଥିଲେ ବୋଲି ଅଭିଯୋଗ ହେବାରୁ ମାମଲା ଅଧିକ ଜଟିଳ ହୋଇଥିଲା। ତେବେ ସୁମିଙ୍କ ମୃତ୍ୟୁ ପରେ ଶିବପ୍ରସାଦଙ୍କ ଜମି ପାଇବା ଆଶା ମଉଳି ଯାଇଥିଲା। ଜମି ପାଇଁ ଚକ୍ରଧରଙ୍କ ପରିବାର ସହ ଗଣ୍ଡଗୋଳ ନ କରିବାକୁ ଆଈ ଶାନ୍ତିଲତା ତାଙ୍କୁ ବୁଝାଉଥିଲେ ମଧ୍ୟ ସେ ଶୁଣୁ ନ ଥିଲେ। ୨୦୧୫ ଜାନୁୟାରୀ ୨୬ରେ ସେ ଆଈ ଶାନ୍ତିଲତାଙ୍କ ଘରକୁ ଆସିଥିଲେ। ୨୭ ତାରିଖ ଅପରାହ୍ନରେ ଜମିବିବାଦକୁ ନେଇ ସେ ସୁକାନ୍ତିଙ୍କ ସହ ପାଟିତୁଣ୍ଡ କରିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ଆଈ ଶାନ୍ତିଲତାଙ୍କୁ ମଧ୍ୟ ସମାନ ଭାବେ ହତ୍ୟା କରିଥିଲେ। କିଛି ସମୟ ପରେ ଚକ୍ରଧର ଘରେ ପହଞ୍ଚତ୍ବା କ୍ଷଣି ତାଙ୍କୁ ମଧ୍ୟ ହତ୍ୟା କରି ଫେରାର ହୋଇଯାଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଘଟଣାର ୨ଦିନ ପରେ ଅର୍ଥାତ ୨୯ ତାରିଖରେ ଜଟଣୀ ନିକଟ କଣ୍ଟିଆ ଜଙ୍ଗଲଙ୍କୁ ଅଭିଯୁକ୍ତ ଶିବ ପ୍ରସାଦଙ୍କୁ ଗିରଫ କରିଥିଲା। ତେବେ ୨୫ଜଣଙ୍କ ସାକ୍ଷ୍ୟ, ୩୦ ଦସ୍ତାବିଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ପ୍ରଦୀପ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri