ନାତୁଣୀ ଜ୍ୱାଇଁଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୧।୧୧(ବ୍ୟୁରୋ):ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ନାରାୟଣୀ ବସ୍ତିଟ୍ରିପଲ ମର୍ଡର ମାମଲାରେ ୭ ବର୍ଷ ପରେ ସୋମବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ତଥା ନାତୁଣୀ ଜ୍ୱାଇଁ ଶିବ ପ୍ରସାଦ ପଣ୍ଡା ଓରଫ ଭୁବନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ତାଙ୍କୁ ୩୦ ହଜାର ଟଙ୍କା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ୍‌ ସସ୍ମିତା ପାଢ଼ି ଓ ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଭଦ୍ରକ ଜିଲାର ଚକ୍ରଧର ନାୟକ ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ପୁଅ-ବୋହୂଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେମାନେ ତାଙ୍କର ଏକମାତ୍ର ନାତୁଣୀ ସୁମିଙ୍କ ସହ ନାରାୟଣୀ ବସ୍ତିରେ ରହି ଏକ ଦୋକାନ କରି ଚଳୁଥିଲେ। ସରକାରଙ୍କ ପକ୍ଷରୁ ତାଙ୍କୁ ସେଠାରେ ଜମି ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ଅଭିଯୁକ୍ତ ସୁନ୍ଦରପଦା କପିଳପ୍ରସାଦର ଶିବ ପ୍ରସାଦ ନାରାୟଣୀ ବସ୍ତିରେ ରହୁଥିବା ତାଙ୍କ ଆଈ ଶାନ୍ତିଲତାଙ୍କ ପାଖକୁ ପ୍ରାୟ ସମୟରେ ଆସୁଥିଲେ। ଏହି ସମୟରେ ଆଈଙ୍କ ଘର ନିକଟରେ ରହୁଥବା ଚକ୍ରଧରଙ୍କ ନାତୁଣି ସୁମିଙ୍କୁ ଭଲ ପାଇବା ସହ ୨୦୧୧ରେ ତାଙ୍କୁ ବିବାହ କରିଥିଲେ। ପରେ ଉଭୟ ଜଟଣୀରେ ରହିଥିଲେ। ବିବାହ ପରେ ଚକ୍ରଧର ରହୁଥିବା ସରକାରୀ ଜମିକୁ ତାଙ୍କ ନାଁରେ କରିବାକୁ ନାତୁଣୀ ଜ୍ୱାଇଁ ଶିବପ୍ରସାଦ ବାଧ୍ୟ କରୁଥିଲେ। ହେଲେ ଚକ୍ରଧରଙ୍କ ସ୍ତ୍ରୀ ସୁକାନ୍ତି ଏହାକୁ ବିରୋଧ କରି ଆସୁଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ୨୦୧୩ରେ ସୁମିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସୁମିଙ୍କୁ ସ୍ବାମୀ ଶିବପ୍ରସାଦ କିରୋସିନ ଢ଼ାଳି ପୋଡ଼ି ହତ୍ୟା କରିଥିଲେ ବୋଲି ଅଭିଯୋଗ ହେବାରୁ ମାମଲା ଅଧିକ ଜଟିଳ ହୋଇଥିଲା। ତେବେ ସୁମିଙ୍କ ମୃତ୍ୟୁ ପରେ ଶିବପ୍ରସାଦଙ୍କ ଜମି ପାଇବା ଆଶା ମଉଳି ଯାଇଥିଲା। ଜମି ପାଇଁ ଚକ୍ରଧରଙ୍କ ପରିବାର ସହ ଗଣ୍ଡଗୋଳ ନ କରିବାକୁ ଆଈ ଶାନ୍ତିଲତା ତାଙ୍କୁ ବୁଝାଉଥିଲେ ମଧ୍ୟ ସେ ଶୁଣୁ ନ ଥିଲେ। ୨୦୧୫ ଜାନୁୟାରୀ ୨୬ରେ ସେ ଆଈ ଶାନ୍ତିଲତାଙ୍କ ଘରକୁ ଆସିଥିଲେ। ୨୭ ତାରିଖ ଅପରାହ୍ନରେ ଜମିବିବାଦକୁ ନେଇ ସେ ସୁକାନ୍ତିଙ୍କ ସହ ପାଟିତୁଣ୍ଡ କରିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ଆଈ ଶାନ୍ତିଲତାଙ୍କୁ ମଧ୍ୟ ସମାନ ଭାବେ ହତ୍ୟା କରିଥିଲେ। କିଛି ସମୟ ପରେ ଚକ୍ରଧର ଘରେ ପହଞ୍ଚତ୍ବା କ୍ଷଣି ତାଙ୍କୁ ମଧ୍ୟ ହତ୍ୟା କରି ଫେରାର ହୋଇଯାଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଘଟଣାର ୨ଦିନ ପରେ ଅର୍ଥାତ ୨୯ ତାରିଖରେ ଜଟଣୀ ନିକଟ କଣ୍ଟିଆ ଜଙ୍ଗଲଙ୍କୁ ଅଭିଯୁକ୍ତ ଶିବ ପ୍ରସାଦଙ୍କୁ ଗିରଫ କରିଥିଲା। ତେବେ ୨୫ଜଣଙ୍କ ସାକ୍ଷ୍ୟ, ୩୦ ଦସ୍ତାବିଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ପ୍ରଦୀପ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri