ବନରୁ ଜୀବନ

ପରିବର୍ତ୍ତନର ବିରାଟ କଳାବାଦଲ ଆଜି ସାରା ବିଶ୍ୱର ଭାଗ୍ୟାକାଶକୁ ଆଚ୍ଛାଦିତ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପରିବେଶ ପ୍ରଦୂଷଣ ଓ ତାପମାତ୍ରାର ଅସ୍ବାଭାବିକ ବୃଦ୍ଧି କାରଣରୁ ଭୂପୃଷ୍ଠରୁ ତଥା ଜଳଭାଗରୁ ଅନେକ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବାବେଳେ ଆହୁରି ଅନେକ ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଛନ୍ତି। ଦୁଃଖର ବିଷୟ ଯେ ଦ୍ରୁତ ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି, ବହୁଳ ନଗର-ନଗରୀ ଆବିର୍ଭାବ, କୀଟମରା ଔଷଧର ଅବାଧ ତଥା ବିଶୃଙ୍ଖଳିତ ବ୍ୟବହାର, ଜମି ଅଧିଗ୍ରହଣ ତଥା ଅଖଣ୍ଡ ପଶୁପକ୍ଷୀ ଶିକାର ଓ ଜଙ୍ଗଲପୋଡ଼ି ଆଦି ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ଯୋଗୁ ଜଙ୍ଗଲର ଆବାସସ୍ଥଳ ସଙ୍କୁଚିତ ହୋଇ ପ୍ରାୟ ୧୯ ପ୍ରତିଶତକୁ ଖସିଆସିଛି, ଯାହା ଫଳରେ ବିଶ୍ୱ ପ୍ରତି ଘୋର ବିପତ୍ତି ସୃଷ୍ଟି ହୋଇଛି।
ନିକଟରେ ଆମେରିକା ଏବଂ ବ୍ରିଟେନ୍‌ର ପରିବେଶ ବିଜ୍ଞାନୀଙ୍କର ଏକ ଦଳ ପକ୍ଷରୁ ଆମାଜନ ଜଙ୍ଗଲ ଉପରେ କରାଯାଇଥିବା ଅନୁଧ୍ୟାନ ରିପୋର୍ଟରେ ଏକ ଚମକପ୍ରଦ ତଥ୍ୟ ପ୍ରକାଶ ପାଇଛି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପାୟନ କାରଣରୁ ବୃକ୍ଷଗୁଡ଼ିକ ଲମ୍ବାରେ ବଢିବା ସହିତ ସେଗୁଡ଼ିକର ମୋଟେଇ ମଧ୍ୟ ବୃଦ୍ଧି ପାଉଛି। ପୂର୍ବରୁ ଏହା କେବଳ ସୀମିତ ପ୍ରଜାତିର ବୃକ୍ଷ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ବେଳେ ସମ୍ପ୍ରତି ତାହା ଅନ୍ୟାନ୍ୟ ପ୍ରାୟ ସମସ୍ତ ପ୍ରଜାତି କ୍ଷେତ୍ରରେ ପରିଲକ୍ଷିତ ହେଉଛି। ରିପୋର୍ଟରେ କୁହାଯାଇଛି ଯେ କମ୍‌ ବୟସରେ ବୃକ୍ଷଗୁଡ଼ିକ ଶୀଘ୍ର ବଢିବା ଓ ସର୍ବାଧିକ ଉଚ୍ଚତା ଓ ଆକାରରେ ପହଞ୍ଚତ୍ବା ପରେ ସେଗୁଡ଼ିକର ମୃତ୍ୟୁ ଘଟୁଛି। ତେବେ ଏହା ସେମାନଙ୍କର ଚୂଡ଼ାନ୍ତ ନିର୍ଣ୍ଣୟ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଜଣେ ପରିବେଶ ବିଜ୍ଞାନୀ ହିସାବରେ ନିଜର ଗବେଷଣାଲବ୍ଧ ଜ୍ଞାନରୁ ଏହାର ଠିକ୍‌ କାରଣ ଅବତାରଣା କରାଯାଇପାରେ ଯେ ପ୍ରଥମତଃ ଆମାଜନ୍‌ ଜଙ୍ଗଲ ବା ହିମାଳୟ ପାଦଦେଶର ଜଙ୍ଗଲ କଥା କୁହନ୍ତୁ ବିଗତ ଷାଠିଏ ବର୍ଷ ତଳର ଘଞ୍ଚ ଜଙ୍ଗଲ ଆଜି ମଣିଷ ଦ୍ୱାରା ଧ୍ୱଂସ ପାଇଛି। ଜଙ୍ଗଲରେ ଘନତ୍ୱ ଆଶାତୀତ ଭାବରେ ହ୍ରାସ ପାଇଛି। ଜଙ୍ଗଲ ଧ୍ୱଂସ ପାଇବା ସହିତ ଦ୍ରୁତ ଜନସଂଖ୍ୟା ବୃଦ୍ଧି କାରଣରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ଆଶାତୀତ ଭାବରେ ବୃଦ୍ଧି ପାଇଛି ଓ ଅମ୍ଳଜାନର ମାତ୍ରା ସେହି ତୁଳନାରେ ହ୍ରାସ ପାଉଛି। ଫଳରେ ବିଜବିକ୍ଷେପ ଓ ପରାଗ ସଂଗମ ପ୍ରକ୍ରିୟା ବାଧାପ୍ରାପ୍ତ କାରଣରୁ ଅଧିକ ଶିଶୁବୃକ୍ଷ ସୃଷ୍ଟିରେ ବାଧା ସୃଷ୍ଟି ହେଉଛି। ପଶୁ-ପକ୍ଷୀଙ୍କ ମଳ ମୃତ୍ତିକାକୁ ଉର୍ବର କରିବା ସହିତ ବୃକ୍ଷକୁ ଉପଯୁକ୍ତ ଖାଦ୍ୟ ଯୋଗାଇଥାଏ। ଉପଯୁକ୍ତ ପୋଷଣ ଅଭାବରୁ ପ୍ରାଥମିକ ଅବସ୍ଥାରେ ଯଦିଓ ଦ୍ରୁତ ଅଭିବୃଦ୍ଧି ଘଟୁଛି ପରମୁହୂର୍ତ୍ତରେ ପୋଷଣ ଅଭାବରୁ ଶୀଘ୍ର ମୃତ୍ୟୁ ଘଟୁଛି। ଏହା ବୃକ୍ଷର ସହଳ ମୃତ୍ୟୁର ଅନ୍ୟ ଏକ କାରଣ ହୋଇପାରେ। ବିଗତ ପ୍ରାୟ ୬୦ ବର୍ଷ ପୂର୍ବରୁ ଭୂ-ପରିବେଶ ବ୍ୟବସ୍ଥାନୁଯାୟୀ ପ୍ରାୟ ଏକ ତୃତୀୟାଂଶ ମଣିଷକୃତ ଅଙ୍ଗାରକାମ୍ଳ ନିର୍ଗମନକୁ ବୃକ୍ଷ ସ୍ବ-ଭାଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ରୋକିପାରିଥିଲା। ମାତ୍ର ଚଳିତ ଦଶନ୍ଧିଗୁଡ଼ିକରେ ଆଶାତୀତ ଜଙ୍ଗଲ ଧ୍ୱଂସ, କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ, ଜନସଂଖ୍ୟା ବୃଦ୍ଧିଜନିତ ନିଃଶ୍ୱାସରେ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେବା ଆଦି ବିଭିନ୍ନ କାରଣରୁ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ ବୃଦ୍ଧି ପାଇଥିବାରୁ ତାହା ବିଶ୍ୱସ୍ତରରେ ବାୟୁମଣ୍ଡଳର ତାପମାତ୍ରା ଶତକଡ଼ା ୧.୫ ବା ଅଧିକ ବୃଦ୍ଧି ଘଟାଇ ବିଶ୍ୱତାପନ ବୃଦ୍ଧି ଭଳି ବିଷମ ପରିସ୍ଥିତି ସୃଷ୍ଟି କରିଛି।
ବର୍ତ୍ତମାନ ଭାରତର ଜଙ୍ଗଲ ପଟ୍ଟଚିତ୍ର ଉପରେ ସଂକ୍ଷିପ୍ତ ଦୃଷ୍ଟି ପକାଇବା। ଡେରାଡୁନ୍‌ ସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ୧୯୮୭ ପରଠାରୁ ପ୍ରତି ଦୁଇବର୍ଷରେ ଭାରତରେ ତଥା ଅନ୍ୟାନ୍ୟ ରାଜ୍ୟରେ ଜଙ୍ଗଲର ସ୍ଥିତି ଉପରେ ଏକ ରିପୋର୍ଟ ପ୍ରକାଶ କରି ଆସୁଛି। ସରକାରୀ ରେକର୍ଡ ଅନୁଯାୟୀ ତିନି ପ୍ରକାର ଜଙ୍ଗଲ ରହିଛି ଯଥା: ସଂରକ୍ଷିତ ଜଙ୍ଗଲ, ରକ୍ଷିତ ଜଙ୍ଗଲ ଏବଂ କୌଣସି ଶ୍ରେଣୀଭୁକ୍ତ ହୋଇ ନ ଥିବା ଜଙ୍ଗଲ। ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ଯଦି ଦେଶର ମୋଟ ନଥିପତ୍ର ଭୁକ୍ତ ୭,୭୫,୨୮୮ ବର୍ଗ କି.ମି. ଜଙ୍ଗଲ ଜମିରୁ କେବଳ ମାତ୍ର ୫,୧୬,୬୦୦ ବର୍ଗ କି.ମି. ଜମିରେ ଜଙ୍ଗଲ ରହିଛି, ତେବେ ବଳକା ୨,୫୮,୨୮୪ ବର୍ଗ କି.ମି. ଜମି ଗଲା କୁଆଡ଼େ? ସେ ଜମିର ବର୍ତ୍ତମାନ ସ୍ଥିତି କ’ଣ, ତାହା ଏକ ବିରାଟ ପ୍ରଶ୍ନବାଚୀ।
ଓଡ଼ିଶାର ମୁଖ୍ୟ ଜଙ୍ଗଲ ସମ୍ପଦ ମଧ୍ୟରେ ରହିଛି ‘ହେନ୍ତାଳ ବନ’। ହେନ୍ତାଳ ବନ କହିଲେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ନଦୀ ମୁହାଣ, ଉପକୂଳବର୍ତ୍ତୀ ଦ୍ୱୀପାଞ୍ଚଳରେ ଦେଖାଯାଉଥିବା ଏବଂ ଲୁଣପାଣିକୁ ସହନ କରିପାରୁଥିବା ଗ୍ରୀଷ୍ମମଣ୍ଡଳୀୟ ଲୁଣା ଜଙ୍ଗଲକୁ ବୁଝାଏ। ଏହା ଓଡ଼ିଶା ଉପକୂଳର ଜୈବବିବିଧତା (୫୫ ପ୍ରକାରର ପ୍ରଜାତି) ବଢାଇବା ସହିତ ଉପକୂଳର ସାମୂହିକ ସୁରକ୍ଷାର ‘ରକ୍ଷାକବଚ’ ଭଳି କାଳକାଳରୁ କାର୍ଯ୍ୟକରି ଆସୁଛି। ସୁଉଚ୍ଚ ଘାସ ସମେତ ବିବିଧ ବିରଳ ପ୍ରଜାତିର ସବୁଜ ଉଦ୍ଭିଦ, ଗୁଳ୍ମ ଓ କଣ୍ଟାବୃକ୍ଷ ଦେଖାଯାନ୍ତି ଏଇ ବଣରେ। ଏହି ବୃକ୍ଷଗୁଡ଼ିକର ଅଙ୍ଗାରକାମ୍ଳ ଧାରଣ କରିବାର କ୍ଷମତା ଯଥେଷ୍ଟ ଅଧିକ ଥିବାରୁ ଜୀବଜଗତ ନିମନ୍ତେ ବେଶ୍‌ ଉପକାରୀ। ଉପକୂଳବର୍ତ୍ତୀ ଜିଲା ଯଥା: ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରର ସମୁଦ୍ରତଟ ଅଞ୍ଚଳରେ ଏହି ହେନ୍ତାଳ ବନ ଦେଖାଯାଏ। ଦୁର୍ଭାଗ୍ୟର ବିଷୟ ଯେ ଅବାରିତ ଗଛକଟା, ପ୍ରଦୂଷଣ ଓ ଜଳର ସାନ୍ଧ୍ରତା ବୃଦ୍ଧି ଯୋଗୁ ହେନ୍ତାଳ ଜୈବମଣ୍ଡଳ ଅସୁରକ୍ଷିତ ହୋଇପଡ଼ିଛି। ଯଦି ଏହାର ସୁରକ୍ଷା ଠିକ୍‌ ସମୟରେ କରା ନ ଯାଏ ଏହି ଦୁର୍ଲଭ ଅଞ୍ଚଳ ତା’ର ଅସ୍ତିତ୍ୱ ହରାଇବ। ବୃକ୍ଷର ସୁରକ୍ଷା ସହିତ ଜଙ୍ଗଲର ଅଭିବୃଦ୍ଧିରେ ସମଗ୍ର ମାନବ ଜାତି ସହଯୋଗର ହାତ ବଢାଇବା ଉଚିତ। ବୃକ୍ଷ ପୂଜା, ବୃକ୍ଷ ସ୍ତୁତି ଆମର ଆଜିର ଗୁରୁମନ୍ତ୍ର ହେବା ଉଚିତ। ରୁଗ୍‌ବେଦ କହେ, ‘ଔଷଧୀରିତି ମାତରସ୍ତବ୍ଧୋ ଦେବୀରୂପ ଦ୍ରୁବେ। ‘ଅର୍ଥାତ୍‌ ହେ ବୃକ୍ଷ! ମାନବର ଦିବ୍ୟମାତା ରୂପରେ ମୁଁ ତୁମର ସ୍ତୁତିଗାନ କରୁଛି।’
ପରିବେଶ ବିଜ୍ଞାନୀ
ମୋ:୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri