ଜୀବନ ଓ ଶାକାହାର

ଡା. ଉମେଶ ଚନ୍ଦ୍ର ପାତ୍ର

ନୀରୋଗ ଶରୀର ମାଧ୍ୟମରେ ସୁଖଶାନ୍ତିଭରା ଜୀବନଯାପନ ପାଇଁ ଖାଦ୍ୟର ଉପାଦେୟତା ବିଷୟରେ ଭାରତୀୟ ପୁରାଣ ଶାସ୍ତ୍ରରେ ମାର୍ଗଦର୍ଶନର ତଥ୍ୟ ରହିଛି। ମନୁଷ୍ୟ ଜୀବନ କ୍ଷଣସ୍ଥାୟୀ। କେତେବେଳେ କାହାର ଜୀବନ ପ୍ରଦୀପ ନିର୍ବାପିତ ହୋଇଯିବ ତାହା କହିହେବ ନାହିଁ। ସେଥିପାଇଁ ମନୁଷ୍ୟ ଜୀବନକୁ ପାଣିଫୋଟକା ସହ ତୁଳନା କରାଯାଇଛି। ତଥାପି ଯେତେଦିନ ଏ ସଂସାରରେ ବଞ୍ଚତ୍ଥିବା ଏ ଶରୀରକୁ ସୁସ୍ଥ ରଖିବା ପାଇଁ ଯତ୍ନବାନ୍‌ ହେବା। କାରଣ ଏ ସଂସାର ସାଗରକୁ ସୁରୁଖୁରୁରେ ପାରହେବା ପାଇଁ ଶରୀର ଏକମାତ୍ର ମାଧ୍ୟମ। ଗଭୀର ତରଙ୍ଗାୟିତ ସମୁଦ୍ରକୁ ପାରହେବା ପାଇଁ ଏକ ନିଖୁଣ ପୋତର ଆବଶ୍ୟକତା ଥିଲା ପରି ନାନା ଝଡ଼ଝଞ୍ଜା ମଧ୍ୟଦେଇ ଗତି କରୁଥିବା ଅମୂଲ୍ୟ ମାନବ ଜୀବନକୁ ସୁରୁଖୁରୁରେ ଚଳାଇନେବା ଲାଗି ଏକ ସୁସ୍ଥ ଶରୀର ଆବଶ୍ୟକ। ଜାହାଜରେ ଛିଦ୍ର ଥିଲେ ଗଭୀର ସମୁଦ୍ର ମଧ୍ୟରେ ଜାହାଜଟି ବୁଡ଼ିଗଲା ପରି ରୋଗାକ୍ରାନ୍ତ ଶରୀର ଅସମୟରେ ମୃତ୍ୟୁବରଣ କରେ। ମାନବ ଶରୀର ସହଜରେ ନାନା ପ୍ରକାର ରୋଗବ୍ୟାଧିରେ ଆକ୍ରାନ୍ତ ହୋଇ ଦୁର୍ବଳ ଓ ଅକର୍ମଣ୍ୟ ହେବା ଯୋଗୁ ଅନ୍ୟମାନଙ୍କ ପାଇଁ ବୋଝ ହୋଇଥାଏ। ଗୋଟିଏ ସୁସ୍ଥ ଶରୀର ଅନ୍ୟମାନଙ୍କ ପାଇଁ ବୋଝ ହେଉ ନ ଥିବାରୁ ଉତ୍ତମ ସ୍ବାସ୍ଥ୍ୟକୁ ସର୍ବଶ୍ରେଷ୍ଠ ସମ୍ପଦ ବୋଲି ଅଭିହିତ କରାଯାଇଛି। ସରଳ ଜୀବନଯାତ୍ରାର ପ୍ରଣାଳୀ ଅବଲମ୍ବନ, ଶାରୀରିକ ବ୍ୟାୟାମ ଓ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିପାରିଲେ ଶରୀର ସୁସ୍ଥ ରହେ।
ଶାସ୍ତ୍ରରେ ଉଲ୍ଲେଖ ରହିଛି, ଯେପରି ଖାଦ୍ୟ ସେପରି ମନ। ଖାଦ୍ୟର ପ୍ରକାର ଭେଦ ଏକାଗ୍ରତାକୁ ନିୟନ୍ତ୍ରିତ କରେ। ଖାଦ୍ୟ ପରିମାଣ ଓ ଗୁଣାତ୍ମକମାନ ଆତ୍ମସଂଯମର ହ୍ରାସ ବୃଦ୍ଧିକୁ ନିୟନ୍ତ୍ରିତ କରେ। ମନୁଷ୍ୟ କିନ୍ତୁ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖେନାହିଁ। ଖାଦ୍ୟ ସମ୍ବନ୍ଧରେ ଗାଆଁମାନଙ୍କରେ ଗୋଟିଏ ଲୋକପ୍ରିୟ ସତର୍କବାଣୀ ହେଲା ‘ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଧାଇଁଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ ଓ ଖାଇ ଖାଇଲେ ଯମର ଭେଟ’। ଶାସ୍ତ୍ରରେ ଖାଦ୍ୟକୁ ସାତ୍ୱିକ, ରାଜସିକ ଓ ତାମସିକ ଏହି ୩ ଭାଗରେ ବିଭକ୍ତ କରାଯାଇଛି। ବିଭିନ୍ନ ଖାଦ୍ୟ ମନୁଷ୍ୟର ଦେହ ଓ ମନରେ ଭିନ୍ନ ଭିନ୍ନ ଅବସ୍ଥା ସୃଷ୍ଟି କରିଥାଏ। ସାତ୍ୱିକ ଖାଦ୍ୟ ମନରେ ଭାବପ୍ରବଣତା ସୃଷ୍ଟି ନ କରି ମନକୁ ନିଶ୍ଚଳ ରଖେ। ରାଜସିକ ଖାଦ୍ୟ ମନରେ ଭାବପ୍ରବଣତା ସୃଷ୍ଟିକରେ ଓ ତାମସିକ ଖାଦ୍ୟ ମନରେ ଉତ୍ତେଜନା, କ୍ରୋଧ, ପ୍ରତିହିଂସା, କାମୁକତା ଆଦି ଦୁର୍ଗୁଣ ସୃଷ୍ଟିକରେ। ଆଧ୍ୟାତ୍ମିକ ମାର୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ସର୍ବଦା ସାତ୍ୱିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନ ଶାନ୍ତ, ଶିଷ୍ଟ, ନିଶ୍ଚଳ ଓ ପବିତ୍ର ରହେ।
ଖାଦ୍ୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇ ଚିନ୍ତାଧାରାକୁ ମଧ୍ୟ ନିୟନ୍ତ୍ରିତକରେ। ଶାକାହାର ଖାଦ୍ୟ ସାତ୍ୱିକ ଓ ଆଧ୍ୟାତ୍ମିକ ଜୀବନ ପାଇଁ ସର୍ବୋତ୍କୃଷ୍ଟ। ପାଶ୍ଚାତ୍ୟ ଦେଶଗୁଡ଼ିକରେ କଞ୍ଚା ପରିବାପତ୍ର, ଅଧାସିଝା ପରିବା କିମ୍ବା ମସଲା ଦିଆ ନ ଯାଇ ସିଝା ହୋଇଥିବା ପରିବାପତ୍ର ଖାଇଥାଆନ୍ତି। ବେଶି ସିଝିଗଲେ ଖାଦ୍ୟପ୍ରାଣ ନଷ୍ଟ ହୋଇଯାଏ। ଆମ ଦେଶରେ ବ୍ୟଞ୍ଜନର ସ୍ବାଦ ବଢ଼ାଇବା ପାଇଁ ଓ ଆକର୍ଷଣୀୟ ଦେଖାଯିବା ପାଇଁ ଦିଆଯାଉଥିବା ମସଲାଯୁକ୍ତ ତରକାରିକୁ ସେମାନେ ପସନ୍ଦ କରନ୍ତି ନାହିଁ। କାରଣ ଏହି ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷରେ ହାନିକାରକ। ସୀମିତ ପରିମାଣର ଶ୍ୱେତସାର, ପୁଷ୍ଟିସାର ଓ ଅଳ୍ପ ସ୍ନେହସାର ଖାଦ୍ୟ ଖାଇବା ଉଚିତ। ଗୋଟିଏ ଉପାଦେୟ ଲୋକକଥା ପ୍ରଚଳିତ ଅଛି : ତା’ହେଲା ଦିନରେ ଥରେ ଆହାର ଗ୍ରହଣ କରନ୍ତି ଯୋଗୀ, ଦୁଇଥର ଭୋଗୀ ଓ ତିନିଥର ରୋଗୀ। ଆବଶ୍ୟକତା ଅନୁଯାୟୀ ସୀମିତ ଆହାର ଗ୍ରହଣକରି ଯୋଗୀମାନେ ଦୀର୍ଘଜୀବୀ ହେଉଥିଲେ। ଅତ୍ୟଧିକ ପରିମାଣରେ ବାରମ୍ବାର ଖାଦ୍ୟ ଖାଇ ଅକାଳମୃତ୍ୟୁ ବରଣକରିବା ଲୋକଙ୍କର ବହୁ ଦୃଷ୍ଟାନ୍ତ ଅଛି। ସ୍ବାସ୍ଥ୍ୟ ଭଲ ରହିବା ପାଇଁ ମଝିରେ ମଝିରେ ଉପବାସ ରହିବା ଦରକାର। ଏହାଦ୍ୱାରା ପାକ ଯନ୍ତ୍ର ବିଶ୍ରାମ ପାଏ।
ପ୍ରଫେସର, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ
କଲେଜ, କଟକ
ମୋ- ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri