‘ମିଛ ଧରାପଡ଼ିଲାଣି, ଭୁଲ ସ୍ବୀକାର କରନ୍ତୁ’

ପୁରୀ ଅଫିସ,୨୩।୫ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଶାସନ ପକ୍ଷରୁ ରାତିଅଧରେ ଜିପିଆର୍‌ଏସ୍‌ ପରେ ତେଜିଛି ରାଜନୀତି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜିପିଆର୍‌ଏସ୍‌ ହୋଇଥିବା ପୁରୀ ଏମ୍‌ପି ପିନାକୀ ମିଶ୍ର କହୁଥିବାବେଳେ ଏବେ ତାହା ମିଛ ପ୍ରମାଣିତ ହୋଇଛି ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ରବିବାର ସେ କହିଛନ୍ତି, ପିନାକୀଙ୍କ ମିଛ ଧରାପଡ଼ିଛି। ରାତି ଅଧରେ ଲୁଚାଛପାରେ ତରବରିଆ ଭାବେ ଜିପିଆର୍‌ଏସ୍‌ କରାଯାଇଛି। ପୂର୍ବରୁ ଜିପିଆର୍‌ଏସ୍‌ ହୋଇସାରିଥିବା ପିନାକୀ ଲିଖିତ ଭାବେ ଦାବି କରୁଥିଲେ। ଜିପିଆର୍‌ଏସ୍‌ ହୋଇଛି, ସତ୍ୟପାଠ ହାଇକୋର୍ଟରେ ଦାଖଲ ହେବ ବୋଲି କହିଥିଲେ। ତେବେ ଶନିବାର ବିଳମ୍ବିତ ରାତ୍ରିରେ ଜିପିଆର୍‌ଏସ୍‌ କରାଯାଉଥିଲା କାହିଁକି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି। ପ୍ରଥମେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇ ଏବେ ଜିପିଆରଏସ୍‌ କରିବା ଏକ ଅବୈଜ୍ଞାନିକ ପଦ୍ଧତି। ଶନିବାର ବିଳମ୍ବିତ ରାତ୍ରିରେ ଜିପିଆରଏସ୍‌ ଚାଲିଥିବାର ଫଟୋ ଦେଖାଇ ପିନାକୀ ପ୍ରତିକ୍ରିୟା ରଖିବାକୁ ସେ ଦାବି କରିଛନ୍ତି। ବିନା ଜିପିଆର୍‌ଏସ୍‌ରେ ନିର୍ମାଣ କାର୍ଯ୍ୟ ଓ ଖନନ ଯୋଗୁୁ କୀର୍ତ୍ତିରାଜି ନଷ୍ଟ ହୋଇଛି ବୋଲି ସମ୍ବିତ କହିଛନ୍ତି। ସମ୍ବିତଙ୍କ ଏଭଳି ଅଭିଯୋଗକୁ ପୁରୀ ଏମ୍‌ପି ପିନାକୀ ମିଶ୍ର ଟୁଇଟ୍‌ କରି କଟାକ୍ଷ କରିଛନ୍ତି। ସରକାରୀ ସଂସ୍ଥା ଦ୍ୱାରା ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରାଯାଇ ଦ୍ୱିତୀୟ ଥର ଜିପିଆର୍‌ଏସ୍‌ ପାଇଁ ଆଇନରେ ଅଂକୁଶ ରହିବା ଜରୁରୀ। ଆଇନ ବିଶାରଦ ଶ୍ରୀଯୁକ୍ତ ପାତ୍ର ଏବିଷୟରେ ନିଶ୍ଚୟ ଜାଣିଥିବେ। ତେଣୁ ନିଃସନ୍ଦେହରେ ସେ ଏ ବିଷୟରେ ଆମକୁ ଜ୍ଞାନ ଦେବେ ବୋଲି ପିନାକୀ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।
ଏହି ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‌ପି ତଥା ବରିଷ୍ଠ ଭାଜପା ନେତା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସାଢେ ଚାରିକୋଟି ଓଡ଼ିଶାବାସୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସତ ଜାଣିସାରିଲେଣି। ଏବେ ତ ଭୁଲ୍‌ ସୁଧାରିବାକୁ ପଡ଼ିବ। ଏଣୁ ରାତିଅଧିଆ ଜିପିଆର୍‌ଏସ୍‌ କରିବାକୁ ପଡ଼ୁଛି। ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ବାହାରକୁ ଆଣିବାକୁ ବାଧ୍ୟ ହେଲେ। ଏନ୍‌ଏମ୍‌ଏ ଚିଠି ଲେଖି ପ୍ରଶାସନକୁ ନିର୍ମାଣର ଉଚ୍ଚତା ମେଘନାଦ ପ୍ରାଚୀରଠାରୁ କମ୍‌ ରଖିବାକୁ କୁହାଗଲା। ରାଜ୍ୟ ସରକାର ଭୁଲ୍‌ କରିଛନ୍ତି, ସେଥିପାଇଁ ଚିଠି ଲେଖାଯାଇଥିଲା। ରାଜ୍ୟ ସରକାର ସାମୂହିକ ଭାବେ ଆମ୍‌ସାର୍‌ ଆକ୍ଟ-୧୯୫୮କୁ ଉଲ୍ଲଂଘନ କରିଛନ୍ତି। ଏଣୁ ଏବେ ପାରଦର୍ଶିତା ଦେଖାନ୍ତୁ, ରାତିରେ ନୁହେଁ ବରଂ ଦିନବେଳା ଜିପିଆରଏସ୍‌ କରନ୍ତୁ ବୋଲି ସେ କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଘନ ଅନ୍ଧକାରରେ ଚୋର ଓ ଡକାୟତମାନେ କାର୍ଯ୍ୟ କରନ୍ତି। ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର, ଯିଏ ବି ହୁଅନ୍ତୁ, ରାତିଅଧିଆ କାର୍ଯ୍ୟ ବନ୍ଦ ହେଉ। ସ୍ବଚ୍ଛତା ଥିଲେ ଦିବାଲୋକରେ କାର୍ଯ୍ୟ ହେଉ। ଗୃହ କମିଟି ଏକ ସର୍ବଦଳୀୟ କମିଟି। ଏହା ବିଶ୍ୱାସଯୋଗ୍ୟ ତଦନ୍ତ କରିପାରିବେ। ଗୃହ କମିଟି ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଯାଞ୍ଚ କରୁ। ରିପୋର୍ଟ ପ୍ରସ୍ତୁତ ହେଉ। ସେହିଭଳି ପ୍ରଶାସନ ଜିପିଆରଏସ୍‌ ସର୍ଭେ ଏଏସ୍‌ଆଇ ସହଯୋଗରେ କରାଯାଉ। ସରକାର ଭୁଲ କରିଛନ୍ତି ଏହା ପ୍ରମାଣିତ ହେଉଛି। ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦେବାର ଆବଶ୍ୟକତା ରହିଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମିଶ୍ର। ଅନ୍ୟପକ୍ଷରେ ବିଜେଡିର ମୁଖପାତ୍ର ସୁଲତା ଦେଓ କହିଛନ୍ତି, ସମ୍ବିତ ପୁରୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜିପିଆର୍‌ଏସ୍‌ ହୋଇ ଏନ୍‌ଏମ୍‌ଏକୁ ଡିପିଆର୍‌ ହସ୍ତାନ୍ତର ହୋଇଛି। ଯେଉଁ ସେବାୟତ ଓ ସ୍ଥାନୀୟ ଲୋକେ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସହଯୋଗ କରିଛନ୍ତି, ସେମାନେ କେବେ ହେଲେ କ୍ଷମା କରିବେ ନାହିଁ। ଏଣୁ ସମ୍ବିତ ଅଯଥା ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ସୁଲତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri