ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର ପାଟନା ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ଲୋର୍କାପଣ ଉତ୍ସବ ସହ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଇଷ୍ଟ ସେଣ୍ଟ୍ରାଲ ଜୋନାଲ ଅଫିସ୍‌ ପାଟନାର ଜେଡ୍‌ଏମ୍‌ ସରଓ୍ବନ୍‌ କୁମାର,ଆର୍‌ଏମ୍‌ (ମାର୍କେଟିଂ) ସନୋଜ କୁମାର ଏବଂ ଏସ୍‌ଡିଏମ୍‌ ପାଟନା ଡିଓ-୧ର ଭିନୀତ ସରନ୍‌ ପ୍ରମୁଖ ଉପସ୍ଥିତ ରହି ଏଲ୍‌ଆଇସି ଜୀବନ ଉତ୍ସବ(ପ୍ଲାନ୍‌ ନଂ. ୮୭୧)ର ସମସ୍ତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ନିଗମର ଏହି ନୂତନ ଯୋଜନା ୯୦ ଦିନରୁ ୬୫ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଥିବାବେଳେ ଉକ୍ତ ଯୋଜନା ଜରିଆରେ ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ଲାଇଫ୍‌ ଟାଇମ ଇନ୍‌ସ୍ୟୁରାନ୍ସର ବ୍ୟବସ୍ଥା ରହିଛି। ସେହିଭଳି ସର୍ବନିମ୍ନ ୫ ବର୍ଷ ଏବଂ ସର୍ବାଧିକ ୧୬ ବର୍ଷ ପାଇଁ ଉକ୍ତ ବୀମାର ପ୍ରିମିୟମ ପ୍ରଦାନ କରାଯାଇପାରିବ। ଏପରିକି ପ୍ରିମିୟମ ପ୍ରଦାନ କରାଯାଉଥିବା ପ୍ରତ୍ୟେକ ବର୍ଷ ପାଇଁ ପ୍ରତି ୧୦୦୦ ଟଙ୍କା ବୀମାରାଶିରେ ୪୦ ଟଙ୍କା ଗ୍ୟାରେଟେଡ୍‌ ଲାଭ ହିତାଧିକାରୀଙ୍କୁ ମିଳିଥାଏ। ସେହିପରି ପ୍ରିମିୟମ ଅବଧି ପରେ ମଧ୍ୟ ବୀମାଧାରୀ ଅନେକ ସୁବିଧାର ଚୟନ କରିପାରିବେ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଏଲ୍‌ଆଇସିର ଚେୟାରମ୍ୟାନ ସିଦ୍ଧାର୍ଥ ମହାନ୍ତି କହିଛନ୍ତି, ନିଗମର ଉକ୍ତ ଉତ୍ପାଦକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉକ୍ତ ଉତ୍ପାଦ ୨୦୨୩ ନଭେମ୍ବର ୨୯ରୁ ସର୍ବଭାରତୀୟ ସ୍ତରରେ ଉପଲବ୍ଧ। ବିଶେଷକରି ଏହା ଏକ ବ୍ୟକ୍ତିଗତ ଆଜୀବନ ସଞ୍ଚୟ ବୀମା ଯୋଜନା ହୋଇଥିବାବେଳେ ହିତାଧିକାରୀଙ୍କୁ ଅନେକ ସୁବିଧା ଓ ଫାଇଦା ପ୍ରଦାନ କରିଥାଏ ବୋଲି ମହାନ୍ତି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri