ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍‌ଆଇସିର ବୁଝାମଣା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ୨୦୪୭ ସୁଦ୍ଧା ସମସ୍ତଙ୍କୁ ଜୀବନ ବୀମା ଉତ୍ପାଦ ଯୋଗାଇବା ଲକ୍ଷ୍ୟରେ ଏହି ବୁଝାମଣା ହୋଇଥିବା ଜଣାପଡିଛି।
ସେହିଭଳି ଉଭୟ ସଂସ୍ଥା ମଧ୍ୟରେ ହୋଇଥିବା ଏହି ବୁଝାମଣା ଜରିଆରେ ୧କୋଟିରୁ ଅଧିକ ଗ୍ରାହକଙ୍କୁ ବୀମା ଉତ୍ପାଦ ଯୋଗାଇବା ପାଇଁ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ସୁବିଧା କରିବ ବୋଲି କୁହାଯାଇଛି। ଏପରିକି ଡିଜିଟାଲ ଅନ୍‌-ବୋର୍ଡିଂର ଯାତ୍ରା ଆରମ୍ଭ ହୋଇସାରିଛି ଏବଂ ବିକାଶ ପର୍ଯ୍ୟାୟରେ ଅଛି ଏବଂ ଥରେ ସମାପ୍ତ ହୋଇଛି। ସେହିପରି ଆଶାୟୀ ଗ୍ରାହକମାନେ ବ୍ୟାଙ୍କର ଅନ୍‌ଲାଇନ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏଲ୍‌ଆଇସିର ବୀମା କିଣିବାକୁ ସକ୍ଷମ ହେବେ। ଏପରିକି ଏକ ଟେକ୍‌-ସେଭି ବ୍ୟାଙ୍କ ଯେଉଁଠାରେ ୯୫%ରୁ ଅଧିକ କାରବାର ଅନ୍‌ଲାଇନ ଜରିଆରେ ହେଉଛି। ଅପରପକ୍ଷରେ ଏହି ମିଳିତ ଶକ୍ତି ଆଗାମୀ ଦିନରେ ନୂଆ କିଛି କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ଏଲ୍‌ଆଇସିର ୩୬୦୦ରୁ ଅଧିକ ଶାଖା ଏବଂ ସାଟେଲାଇଟ୍‌ ଅଫିସ୍‌ ସହ ସାରା ଦେଶରେ ଆଇଡିଏଫ୍‌ସିର ୧୦୦୦ରୁ ଅଧିକ ଶାଖା ରହିଛି।
ଏଲ୍‌ଆଇସି ଦେଶର ପ୍ରମୁଖ ବୀମାକାରୀ ହୋଇ ଥିବାବେଳେ ସମାଜର ସମସ୍ତ ବର୍ଗ ପାଇଁ ନିଗମ ଯୋଜନା କରିଛି। ଏପରିକି ବାର୍ଷିକ, ୟୁଏଲ୍‌ଆଇପି,ସଞ୍ଚୟ ଏବଂ ଟର୍ମ ଇନ୍‌ସୁରାନ୍ସ ଭଳି ବିଭିନ୍ନ ପ୍ରକାର ଉତ୍ପାଦ ଉପଲବ୍ଧ।
ଏ ସମ୍ପର୍କରେ ଏଲ୍‌ଆଇସିର ଏମ୍‌ଡି ଆର୍‌.ଦୋରାଇସ୍ବାମୀ କହିଛନ୍ତି, ଏହି ୨ସଂସ୍ଥା ଏକାଠି ହେବା ଫଳରେ ଏକ ବୃହତ୍‌ ଶକ୍ତି ହୋଇ ମିଳିତ ଭାବେ ଉଭୟ ସଂସ୍ଥା କାର୍ଯ୍ୟ କରିବେ। ଏପରିକି ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ଡିଜିଟାଲ ସଞ୍ଚୟ ଗ୍ରାହକଙ୍କୁ ଏଲ୍‌ଆଇସିରର ଆକର୍ଷଣୀୟ ଉତ୍ପାଦ ପ୍ରଦାନ କରିବ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri