Posted inଫୁରସତ

ନିଜ ଅଞ୍ଚଳ ପାଇଁ ପାଠାଗାର

ପୁସ୍ତକ ପଠନ ପ୍ରତି ସମସ୍ତେ କିପରି ଆଗ୍ରହୀ ହେବେ । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ କିପରି ଜନସଚେତନତା ସୃଷ୍ଟି ହୋଇପାରିବ। ସେଥିପାଇଁ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକର ବିକାଶ ନଗରଠାରେ ଗଢ଼ିଉଠିଛି ଏକ ଅନୁଷ୍ଠାନ। ବିପିନ ବିହାରୀ ମହାନ୍ତି କୁହନ୍ତି, ‘୧୯୬୧ରେ ଆମ ଗାଁର କେତେଜଣ ସାଙ୍ଗ ଏକାଠି ହୋଇ ଜନପ୍ରିୟ ପାଠାଗାର, ନାରଗଦା ନାମରେ ଏକ ପାଠାଗାର ସ୍ଥାପନ କରିଥିଲୁ। ଏଥିପାଇଁ କେତେଜଣ ବ୍ୟକ୍ତିଙ୍କଠାରୁ ବିଭିନ୍ନ ବହି ମାଗି ଆଣି ପ୍ରାୟ ୫ଶହ ପୁସ୍ତକ ମହଜୁଦ ରଖିଥିଲୁ। ଏହି ପାଠାଗାର ଅନେକ ଦିନ ଭଲରେ ଚାଲିଲା । କିନ୍ତୁ ଯେତେବେଳେ ସାଙ୍ଗମାନେ ଉଚ୍ଚତର ଶିକ୍ଷା ପାଇଁ ବାହାରକୁ ଆସି ବିଭିନ୍ନ ସ୍ଥାନରେ ଚାକିରି କଲୁ, ପାଠାଗାରଟି ତତ୍ତ୍ୱାବଧାନ ଅଭାବରୁ କିଛିଦିନ ଧରି ବନ୍ଦ ହୋଇ ରହିଥିଲା। ୧୯୯୯ରେ ପ୍ରାୟ ୮ହଜାର ପୁସ୍ତକକୁ ସାଇତି ରଖି ପୁଣି ଏହି ପାଠାଗାରର ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଲି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୁଲିଯିବା ସମୟରେ ଅନେକ ବଦାନ୍ୟବ୍ୟକ୍ତିଙ୍କଠାରୁ ନାନାପ୍ରକାର ପୁସ୍ତକ ସଂଗ୍ରହ କରିଥିଲି। ଏହି ପାଠାଗାରକୁ ଆସୁଥିବା ପିଲାମାନେ ମୋର ପରିଚୟ ଜାଣିବା ପରେ ୨୦୦୧, ଅଗଷ୍ଟ ୧୧ରୁ ପାଠାଗାରର ନାମ ବିପିନ ବିହାରୀ ପାଠାଗାର ରଖିଲେ। ଏହି ପାଠାଗାରଟି ଜଟଣୀ ବ୍ଲକଠାରୁ ମାତ୍ର ଶହେମିଟର ଦୂର ନାଇଜରର ପଶ୍ଚମ ପଟକୁ ଲମ୍ବିଥିବା ଭୀମପୁର ରାସ୍ତାକଡ଼ରେ ଅବସ୍ଥିତ। ପାଠାଗାରଟି ଓଡ଼ିଶା ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇସାରିଛି। ଆଉ ଓଡ଼ିଶା ପାଠାଗାର ମହାସଂଘରେ ଯୋଡ଼ି ହୋଇଛି। ଏଠାରେ ଥିବା ପ୍ରାୟ ୧ ଲକ୍ଷ ପୁସ୍ତକ ଛାତ୍ର ଛାତ୍ରୀ, ଶିକ୍ଷକ, ଅଧ୍ୟାପକ, ଗବେଷକ ଓ ସାହିତି୍ୟକମାନଙ୍କୁ ସୃଜନଶୀଳତାର ସେବା ଯୋଗାଇ ଆସୁଛି। ପ୍ରାୟ ୫୦ ହଜାର ପୁସ୍ତକ ଓ ୩୦ହଜାର ବିଭିନ୍ନ ପତ୍ରପତ୍ରିକା ଏଠାରେ ସାଇତା ହୋଇରହିଛି। ପ୍ରତ୍ୟହ ସକାଳ ୭ଟାରୁ ୧୧ଟା ପୁଣି ଦିନ ୧ଟାରୁ ୩ଟା ଯାଏ ଏହା ଖୋଲା ରହେ । ବିଭିନ୍ନ ପ୍ରକାର ଭାଷାର ପୁସ୍ତକ ଏଠାରେ ରହିଛି। ସର୍ବୋପରି ନିମ୍ନସ୍ତରରୁ ପ୍ରଶାସନିକସ୍ତରୀୟଓ ଉଚ୍ଚପଦପଦବୀ ପାଇଁ ପରୀକ୍ଷାଦେବା ନିମନ୍ତେ ଅନେକ ପୁସ୍ତକ ପଢ଼ିବାର ସୁବିଧା ଏଠାରେ ରହିଛି। ଛାତ୍ରୀଛାତ୍ରମାନଙ୍କ ବୌଦ୍ଧିକ ଓ ଶୈକ୍ଷିକ ବିକାଶରେ ଏହା ସହାୟକ ହୋଇପାରୁଛି। ପାଠାଗାର ତରଫରୁ ବିଭିନ୍ନ ସମୟରେ କବିତା ପାଠୋତ୍ସବ, ପ୍ରତିମାସ ଶେଷରେ ସାହିତ୍ୟ ଆସର ବି ହୋଇଥାଏ। ଓଡ଼ିଶାର ବିଭିନ୍ନ ଅଧିବାସୀଙ୍କ ଭାଷା ବିକାଶ ପାଇଁ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥାଏ ଏବଂ ମହାପୁରୁଷଙ୍କ ଜନ୍ମଦିନ ପାଳନ କରାଯାଇଥାଏ। ପ୍ରତିବର୍ଷ ପାଠାଗାରର ବାର୍ଷିକ ମୁଖପତ୍ର ଉଡ୍ରଜା ପ୍ରକାଶିତ ହୋଇଥାଏ। ଏଥିରେ ପରିଚାଳନା କମିଟିରେ ପ୍ରାୟ ୧୨ଜଣ ସଦସ୍ୟା ଓ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ତ୍ରିଲୋଚନ ମହାପାତ୍ର, ଭିକାରୀ ଧଳ, ପ୍ରଭାତ କୁମାର ସାହୁ, ରବି ସ୍ବାଇଁ, ରାଜେନ୍ଦ୍ର ନାୟକ, ରବୀନ୍ଦ୍ର ରାଉତରାୟ, ପ୍ରହଲ୍ଲାଦ ସ୍ବାଇଁ, ରମାକାନ୍ତ ମିଶ୍ର, ଦେବଯାନୀ ରାଉତରାୟ, ସୁମିତାମୟୀ ସାହୁ, ଗୀତା ରଥ, ସୁକାନ୍ତ ମହାପାତ୍ର, ଜଗଦୀଶ ମହାପାତ୍ର, ସଂଯୁକ୍ତା ଷଡ଼ଙ୍ଗୀ, ରଶ୍ମିତା ନାୟକ ପ୍ରମୁଖ ପରିଚାଳନା କାର୍ଯ୍ୟ କରୁଛନ୍ତି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri