ମିଛ ହେଲାଣି କାଳ

ଭାରତରେ କୋଭିଡ୍‌-୧୯ ଯୋଗୁ ଅଦ୍ୟାବଧି ୩ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ହେଲେ ବାସ୍ତବ ତଥ୍ୟ ଖୋଜି ବାହାର କରିବାର ବ୍ୟବସ୍ଥା ସୃଷ୍ଟି କରାଯାଇପାରି ନାହିଁ। ବିଭିନ୍ନ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ଠିକ୍‌ ଭାବେ ପ୍ରକାଶ ପାଉନାହିଁ। ଏ ନେଇ କିଛି ଦିନ ହେବ ଖୋଳତାଡ଼ କରାଯିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇ କୁହାଯାଇଛି, ଯେକୌଣସି ବ୍ୟକ୍ତିଙ୍କ କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଯେଉଁଠାରେ ମୃତ୍ୟୁ ଘଟିଥିଲେ ମଧ୍ୟ ତାହାକୁ କରୋନା ମୃତ୍ୟୁ ପର୍ଯ୍ୟାୟଭୁକ୍ତ କରାଯିବ। ଏପରିକି ଜଣଙ୍କର ବିବିଧ ରୋଗ ଥାଇ ଯଦି ସେ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥାଆନ୍ତି, ତାଙ୍କୁ କୋଭିଡ୍‌-୧୯ ମୃତ୍ୟୁ ପ୍ରମାଣପତ୍ର ମିଳିବ। କିନ୍ତୁ ଅଦ୍ୟାବଧି ଡାକ୍ତରଖାନାରେ କରୋନାରେ ପ୍ରାଣହାନି ଘଟୁଥିଲେ ତାହାକୁ ମଧ୍ୟ ଅନ୍ୟ କାରଣ ଦର୍ଶାଇ ମୃତ୍ୟୁ ସଂଖ୍ୟାକୁ ଚପାଇ ରଖାଯାଇ ଆସୁଛି। କେନ୍ଦ୍ରଠାରୁ ଆରମ୍ଭ କରି ସବୁ ରାଜ୍ୟ ସରକାର ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ପ୍ରବଳ ଚାପ ପକାଇ ଆସିଛନ୍ତି ଯେ, ବାସ୍ତବ କରୋନାଜନିତ ମୃତ୍ୟୁସଂଖ୍ୟାକୁ ଲୁକ୍କାୟିତ ରଖାଯାଉ। ମିଥ୍ୟାର ଆଶ୍ରୟ ନେଇ ଏହି ସଂଖ୍ୟାକୁ ଲୁଚାଇ ରଖାଯାଇଥିବା ବେଳେ ଜନସାଧାରଣ, ପ୍ରତ୍ୟେକ ଦିନ, ଅନେକ ଶହ ମୃତକଙ୍କ ଜୁଇ ଜଳୁଥିବା ଦେଖୁଛନ୍ତି। କିନ୍ତୁ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ସାହସ କାହାରି ପାଖରେ ହେଉ ନ ଥିଲା। ଏ ଦିଗରେ ମଧ୍ୟ ସରକାର ଅନେକ କଠୋର ପଦକ୍ଷେପ ନେଇ ବାରମ୍ବାର ଧମକ ଦେଇ ଆସିଛନ୍ତି ଯେ, କରୋନା କିମ୍ବା ଟିକା ସଂକ୍ରାନ୍ତ କୌଣସି ମତ ପ୍ରକାଶ କଲେ ଦେଶଦ୍ରୋହ ଆଇନକୁ ଆକର୍ଷିତ କରିବ। ଏହା କେବଳ ଧମକରେ ରହିନାହିଁ। ଗତ ଦେଢ଼ବର୍ଷ ମଧ୍ୟରେ ଅନେକ ଖବରଦାତା ଓ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇ ଜେଲ୍‌କୁ ପଠାଇ ଦିଆଯିବାର ନଜିର ରହିଛି। ଏହାଦ୍ୱାରା ଗତ ୨୦୨୦ ମସିହାରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଅସତ୍ୟ କହିବା ପାଇଁ ଉସୁକାଯାଇଛି। ଅନୌପଚାରିକ ଭାବେ ଅନେକ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତର ଏ ବିଷୟରେ ବିଗତ କିଛି ମାସ ଧରି ଆଲୋଚନା କରିଆସିଛନ୍ତି। ଅଧିକାଂଶ ସମୟରେ ଅସତ୍ୟ କହିବାକୁ ଏବଂ ଲେଖିବାକୁ ବାଧ୍ୟ ହୋଇଆସୁଥିବା ସ୍ବାସ୍ଥ୍ୟକର୍ମୀମାନେ ମାନସିକ ନିର୍ଯାତନା ମଧ୍ୟ ସହିଛନ୍ତି।
ଏବେ ଖେଳପଡ଼ିଆକୁ ସୁପ୍ରିମ୍‌କୋର୍ଟ ଆସିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି। ମନେରଖିବାକୁ ହେବ ଯେ, ସର୍ବୋଚ୍ଚ ନ୍ୟାୟାଳୟ ବିଗତ ଦିନଗୁଡ଼ିକରେ ଘଟିଥିବା କରୋନାଜନିତ ବାସ୍ତବ ମୃତ୍ୟୁସଂଖ୍ୟା ଖୋଜିଥିଲେ। ଏହାଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ନ୍ୟାୟାଳୟର ନିର୍ଦ୍ଦେଶ ମାନିବାକୁ ହେଲେ ଗତ ଦେଢ଼ ବର୍ଷର କରୋନାଜନିତ ମୃତ୍ୟୁ ବ୍ୟତୀତ ଅନ୍ୟ ସବୁ ମୃତ୍ୟୁର ତଥ୍ୟ ବିଶ୍ଳେଷଣ କରିବାକୁ ପଡ଼ିବ। ଏହାଦ୍ୱାରା କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଚାପ ପଡ଼ିବ। ଯେଉଁ ଡାକ୍ତର ନିଜ ଦସ୍ତଖତରେ ରୋଗୀର ମୃତ୍ୟୁକୁ ଅଣ-କରୋନା କାରଣ ଦର୍ଶାଇ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ, ସେମାନଙ୍କୁ ବର୍ତ୍ତମାନ ଏହିସବୁ କାର୍ଯ୍ୟର ପୁନଃ ତର୍ଜମା କରିବାକୁ ପଡ଼ିପାରେ। ଏଥିରୁ ବୁଝିବାକୁ ହେବ ଯେ ସମ୍ପୃକ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ପୂର୍ବରୁ ଦେଇଆସିଥିବା ଅସତ୍ୟ ପ୍ରମାଣପତ୍ରକୁ କେବେହେଲେ ବଦଳାଇବାକୁ ଇଚ୍ଛୁକ ହେବେ ନାହିଁ। ଯଦି ବଦଳାଇବେ, ତେବେ ସେମାନେ ଅଯୋଗ୍ୟ କିମ୍ବା ମିଛ କହିଥିଲେ ବୋଲି ପ୍ରମାଣିତ ହେବେ। ଏଥିସହିତ ଇତିମଧ୍ୟରେ ଅନେକ ସଂଖ୍ୟକ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ଡାକ୍ତରଙ୍କ ସବୁ ଘଟଣା ସମ୍ପର୍କରେ ପ୍ରକୃତ ରୋଗ ମନେ ନ ଥିବ। ଏବେ ଯେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଦାଲତ ସମ୍ମୁଖରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ଡାକ୍ତର ସରକାରଙ୍କ ନିୟମକୁ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା କଠିନ ପରିଶ୍ରମ କରୁଥିବା ଡାକ୍ତରକୁଳକୁ ଆହୁରି ହଇରାଣରେ ପକାଇବାର କାମ ଆରମ୍ଭ ହୋଇଗଲା ବୋଲି କୁହାଯାଇପାରେ।
ଆଜିର କେନ୍ଦ୍ର ସରକାର ପାଇଁ ମିଛ ହୋଇଗଲାଣି କାଳ। ଗୋଟେ ମିଛ ଲୁଚାଇବାକୁ ଯାଇ ଅନେକ ଭୁଲ କରିବସିବା ଭଳି ସରକାର ନେଉଥିବା ପଦକ୍ଷେପ ଦେଶ ପାଇଁ କ୍ଷତି ପହଞ୍ଚାଉଛି। ସମସ୍ତେ ଜାଣନ୍ତି ଏହି ରୋଗ ଆମଦାନୀ କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ। ଚାଇନାଠାରୁ ଆରମ୍ଭ କରି ପାଶ୍ଚାତ୍ୟ ରାଷ୍ଟ୍ରରେ କୋଭିଡ୍‌-୧୯ କାୟା ବିସ୍ତାର କରିଥିବା ବେଳେ ଭାରତ ସେସବୁ ଦେଶରୁ ତା’ର ନାଗରିକଙ୍କୁ ଉଡ଼ାଜାହାଜ ଓ ଜଳଜାହାଜରେ ବୋହି ଆଣିଥିଲା। ଦ୍ୱିତୀୟ ଭୁଲ ଭାବେ ଅଚାନକ ଲକ୍‌ଡାଉନ ଓ ଶଟ୍‌ଡାଉନ କରି ଆର୍ଥିକ ବ୍ୟବସ୍ଥାକୁ ଭାଙ୍ଗିଦେଇଥିଲା। ଯେତେବେଳେ ସଂକ୍ରମଣ ସ୍ତର ବୃଦ୍ଧି ପାଇଲା ସେତେବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଯିବା ପାଇଁ ଅନୁମତି ଦେଇଦେଲା। ଫଳରେ ଭୂତାଣୁ ସମଗ୍ର ଦେଶରେ ଖେଳେଇ ହୋଇଗଲା। ଏଥିରୁ ବୁଝିବାକୁ ହେବ ଯେ, ଆରମ୍ଭରୁ ସରକାର କୋଭିଡ୍‌ ପରିଚାଳନାରେ ସମ୍ପୂର୍ଣ୍ଣ ବାଚାଳାମି ପ୍ରଦର୍ଶନ କରିଆସିଛି। କରୋନା ପରିଚାଳନାରେ ଭାରତର ବିଫଳତା ନେଇ ସାଧାରଣରେ ଆଲୋଚନା ହେବା ପରେ କେନ୍ଦ୍ର ସରକାର ତାହାକୁ ଚପାଇବା ପାଇଁ କାମ ଆରମ୍ଭ କରିଦେଲେ। ଦୁନିଆକୁ ଦେଖେଇବା ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଭାବେ ମୃତ୍ୟୁସଂଖ୍ୟା କମାଇ ଦର୍ଶାଗଲା। ଏହି ତଥ୍ୟ ଲୁଚାଇବା ସକାଶେ ମିଛର ସାହାରା ଖୁସିରେ ନିଆଗଲା। ଯଦିଓ ଦେଶରେ ଭୂତାଣୁ ସଂକ୍ରମଣ ବଢ଼ିଗଲା ଓ ଲୋକଙ୍କ ମୃତ୍ୟୁ ଘଟିଲା ତାହାକୁ ଲୁଚାଇବାର କୌଣସି ଆବଶ୍ୟକତା ନ ଥିଲା। ଭାଜପା ଶାସିତ ଉତ୍ତରପ୍ରଦେଶରେ କୋଭିଡ୍‌ ଯୋଗୁ ପ୍ରାଣ ହରାଇଥିବା ଅନେକ ହଜାର ଶବ ଗଙ୍ଗା ନଦୀରେ ଭାସିବା ବିଷୟ ପ୍ରଘଟ ହେବା ପରେ ସରକାରୀ ଭୁଲ୍‌ଭଟକା ଲୋକଲୋଚନକୁ ଆସିଲା। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହା ଏକ ଦୃଷ୍ଟାନ୍ତ। କୋଭିଡ୍‌-୧୯କୁ ଜିତିଗଲୁ ବୋଲି କହିବାକୁ ଯାଇ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଦିନକୁ ଦିନ ଅସତ୍ୟ ପାଲଟି ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri